ସ୍କାଏମେଟ୍‌ ପରେ ଆଇଏମଡିର ପୂର୍ବାନୁମାନ: ୫ ଦିନ ବଳମ୍ବରେ ଛୁଇଁବ ମୌସୁମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ସ୍କାଏମେଟ୍‌ ପରେ ଆଇଏମଡିର ପୂର୍ବାନୁମାନ: ୫ ଦିନ ବଳମ୍ବରେ ଛୁଇଁବ ମୌସୁମୀ

ନୂଅଦିଲ୍ଲୀ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଭାରତକୁ କେବେ ପ୍ରବେଶ କରିବ, ତା’କୁ ନେଇ ଏବେ ଦ୍ୱନ୍ଦ୍ୱ ଦେଖାଦେଇଛି। ମଙ୍ଗଳବାର ମୌସୁମୀ ଜୁନ୍‌ ୪ରେ କେରଳ ଛୁଇଁବ ବୋଲି ଘରୋଇ ପାଣିପାଗ ସଂସ୍ଥା ପୂର୍ବାନୁମାନ କରିଥିଲା। ହେଲେ ଆଜି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ମୌସୁମୀ ଚଳିତ ବର୍ଷ ଧାର୍ଯ୍ୟ ସମୟର ୫ ଦିନ ବିଳମ୍ବରେ କେରଳ ଛୁଇଁବ ବୋଲି କହିଛି। ଆଇଏମଡିର ଆକଳନ ଅନୁଯାୟୀ, ମୌସୁମୀ ସାଧାରଣତଃ ଜୁନ୍‌ ୧ରେ କେରଳ ଛୁଇଁଥାଏ। କିନ୍ତୁ ଚଳିତ ବର୍ଷ ଜୁନ୍‌ ୬ରେ ଏହା କେରଳରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ଷ୍ଟାଟିଷ୍ଟିକାଲ ମଡେଲ ଫୋରକାଷ୍ଟ ଜରିଆରେ ମୌସୁମୀ ଉପରେ ନଜର ରଖାଯାଇଛି। ଏଥିରୁ ମିଳିଥିବା ତଥ୍ୟ ଅନୁଯାୟୀ ମୌସୁମୀ ଚଳିତ ବର୍ଷ ସାମାନ୍ୟ ବିଳମ୍ବରେ କେରଳ ଛୁଇଁପାରେ। ମୌସୁମୀ ଜୁନ୍‌ ୬ ସୁଦ୍ଧା କେରଳ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଏହା ୪ ଦିନ ଆଗ ପଛ ହୋଇପାରେ।

ମୌସୁମୀ କେରଳ ଛୁଇଁବା ପୂର୍ବରୁ ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ। ମେ’ ୧୮-୧୯ ସୁଦ୍ଧା ମୌସୁମୀ ଆଣ୍ଡାମାନ ସମୁଦ୍ର, ନିକୋବର ଦ୍ୱୀପପୁଞ୍ଜ ଓ ଦକ୍ଷିଣ ପୂର୍ବ ବଙ୍ଗପୋସାଗରରେ ପହଞ୍ଚିବ। ଏଥିପାଇଁ ଧୀରେଧୀରେ ପାଗ ଅନୁକୂଳ ହେବାରେ ଲାଗିଛି ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି।

ଆଣ୍ଡାମାନରେ ମୌସୁମୀ ପହଞ୍ଚିବାର ୧୦ ଦିନ ଭିତରେ କେରଳରେ ପ୍ରବେଶ କରିଥାଏ। କିନ୍ତୁ ଚଳିତ ବର୍ଷ ସମୁଦ୍ର ମଧ୍ୟରେ ପ୍ରବଳ ଉତ୍ତାପ ରହିଛି। ତେଣୁ ମୌସୁମୀ କେରଳରେ ପହଞ୍ଚିବାକୁ ବିଳମ୍ବ ହେବ। ସେହିପରି ପ୍ରବଳ ଉତ୍ତାପ ରହିଲେ ମୌସୁମୀ ଉପରେ ଏଲ୍‌ନିନୋର କୁପ୍ରଭାବ ମଧ୍ୟ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ମୌସୁମୀ ଚଳିତ ବର୍ଷ କେତେ ପରିମାଣର ବର୍ଷିବ, ସେକଥା ଏଯାଏ ଆଇଏମଡି ପକ୍ଷରୁ କୁହାଯାଇ ନାହିଁ। ଆଇଏମଡି କହିଛି ଯେ ଚଳିତ ବର୍ଷ ପ୍ରାୟ ସ୍ୱାଭାବିକ ବର୍ଷା ହେବ ବୋଲି ଆମେ ଆଶା ରଖିଛୁ। କିନ୍ତୁ କିଛି ମଡେଲ୍‌ର ସୂଚନା ଅନୁଯାୟୀ ମୌସୁମୀ ହୁଏତ ସ୍ୱାଭାବିକ ଠାରୁ କମ୍‌ ବର୍ଷିବାର ଆଶଙ୍କା ରହିଛି।

ଗତକାଲି ସ୍କାଏମେଟ୍‌ କହିଥିଲା ଯେ ଜୁନ୍‌ ୪ରେ ମୌସୁମୀ କେରଳ ଛୁଇଁବ। ସେହିପରି ଚଳିତ ବର୍ଷ ସ୍ୱାଭାବିକ ଠାରୁ କମ୍‌ ବର୍ଷା ମଧ୍ୟ ହୋଇପାରେ।



from Odisha Reporter http://bit.ly/2w5Urq5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages