ଭାଙ୍ଗିଗଲା କପିଲ୍ ଦେବଙ୍କ ୩୬ ବର୍ଷର ପୁରୁଣା ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ଭାଙ୍ଗିଗଲା କପିଲ୍ ଦେବଙ୍କ ୩୬ ବର୍ଷର ପୁରୁଣା ରେକର୍ଡ

ବ୍ରିଷ୍ଟଲ୍: ମଙ୍ଗଳବାର ଖେଳାଯାଇଥିବା ତୃତୀୟ ଦିନିକିଆରେ ଇଂଲଣ୍ଡକୁ ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିଥିଲା। ଏହି ମ୍ୟାଚରେ ୨୩ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ଇମାମ୍-ଉଲ୍-ହକ୍ ଶତକ ମାରିଥିଲେ ହେଁ, ପାକିସ୍ତାନକୁ ଜିତାଇ ପାରିନଥିଲେ। କିନ୍ତୁ ସେ ଭାରତର ମହାନ୍ ଅଲରାଉଣ୍ଡର କପିଲ୍ ଦେବଙ୍କ ୩୬ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛନ୍ତି।

ଇମାମ୍ ଇଂଲଣ୍ଡରେ ୧୫୦ରୁ ଊଦ୍ଧ୍ୱର୍ ରନ୍ କରିବାରେ ବିଶ୍ୱର ସବୁଠାରୁ କନିଷ୍ଠ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ସେ ମାତ୍ର ୨୩ ବର୍ଷ ବୟସରେ ୧୫୧ ରନ୍ କରିଥିଲେ। ଏହା ପୂର୍ବରୁ ଏହି ରେକର୍ଡ ଭାରତର ପୂର୍ବତନ ଅଧିନାୟକ କପିଲ୍ ଦେବଙ୍କ ନାମରେ ଥିଲା, ଯିଏ ୧୯୮୩ ବିଶ୍ୱକପରେ ଜିମ୍ବାୱେ ବିପକ୍ଷରେ ଅପରାଜିତ ୧୭୫ ରନ୍ କରିଥିଲେ।

କପିଲ୍ ସେହି ସମୟରେ ୨୪ ବର୍ଷର ଥିଲେ। ବାମହାତୀ ବ୍ୟାଟ୍ସମ୍ୟାନ୍ ଇମାମ୍ ଏପର୍ଯ୍ୟନ୍ତ ୧୦ ଟେଷ୍ଟ, ୨୭ ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଦିନିକିଆରେ ସେ ୬ ଶତକ ମାରିଛନ୍ତି ଏବଂ ତାଙ୍କର ସର୍ବାଧିକ ସ୍କୋର ୧୫୧ ରନ୍।



from Odisha Reporter http://bit.ly/2Q4cuWZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages