
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁନ୍ ୪ ତାରିଖରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏଭଳି ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍। ଏହାପୂର୍ବରୁ ମୌସୁମୀ ମେ’ ୨୨ ସୁଦ୍ଧା ଆଣ୍ଡାମାନ ଛୁଇଁବା ନେଇ ମଧ୍ୟ ସଂସ୍ଥା ଆକଳନ କରିଛି।
ତେବେ କେରଳ ଛୁଇଁବାର ୧ରୁ ୨ ସପ୍ତାହ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁଥାଏ। ଏହାସହ ଏଥର ସ୍ୱାଭାବିକ ଠାରୁ କମ୍ ମୌସୁମୀ ବର୍ଷା ହେବ ବୋଲି ସ୍କାଏମେଟ ପୂର୍ବାନୁମାନ କରିଛି।
ରାଜ୍ୟରେ ଅସହ୍ୟ ଗରମ ଜାରି ରହିଛି। ଗତକାଲି ରାଜ୍ୟର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ୪୨.୫ ଡିଗ୍ରୀ ସହ ତାଳଚେର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଥିଲା।
from Odisha Reporter http://bit.ly/2Q7HkhE
No comments:
Post a Comment