
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଗତକାଲି ବିଜେପି ସଭାପତି ଅମିତ ଶାହଙ୍କ ରାଲି ବେଳେ ହୋଇଥିବା ହିଂସାକାଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାୟୀ। ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରାଜନାଥ ସିଂହ ଏହା କହିଛନ୍ତି। ରାଜ୍ୟରେ ଆଇନ ଓ ଶାନ୍ତି ଶଙ୍ଖଳା ବଜାୟୀ ରଖିବା ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ। ହେଲେ ଏହାକୁ ନିୟନ୍ତ୍ରଣ କରିବାରେ ମମତା ବାନାର୍ଜୀ ସକ୍ଷମ ହୋଇନଥିବା ରାଜନାଥ ସିଂହ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଗତକାଲି ଅମିତ ଶାହଙ୍କ ରୋଡ୍ ଶୋ’ କୋଲକାତା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଅତିକ୍ରମ କରୁଥିଲା। ଏହି ସମୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ବିଧାନ ସରଣୀଠାରେ ଥିବା ଏକ ହଷ୍ଟେଲ ମଧ୍ୟରୁ ଶାହଙ୍କ କନଭୟ ଉପରକୁ ପଥର ମାଡ଼ ହୋଇଥିଲା। ଏହାପରେ ବିଜେପି କର୍ମୀମାନେ ଉକ୍ତ ହଷ୍ଟେଲକୁ ଘେରାଉ କରିବା ସହ ପାଲଟା ଆକ୍ରମଣ କରିଥିଲେ। ଏପରି କି ସେମାନେ ପୋଡ଼ାଜଳା ମଧ୍ୟ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।
ଏହି ଘଟଣା ପାଇଁ କେନ୍ଦ୍ର ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ, ହେଲେ ଆଚରଣ ବିଧି ଲାଗୁ ହୋଇଥିବାରୁ ନିର୍ବାଚନ କମିଶନ ସମସ୍ତ ପଦକ୍ଷେପ ନେବା ଉଚିତ ବୋଲି ରାଜନାଥ ସିଂହ କହିଛନ୍ତି।
ସେହିପରି ବାତ୍ୟା ଫୋନି ବେଳେ ପ୍ରଧାନମନ୍ତ୍ରୀଙ୍କ ଫୋନ ମମତା ନଉଠାଇବା ଦେଶରେ ପ୍ରଥମ ଘଟଣା ବୋଲି ରାଜନାଥ କହିଛନ୍ତି। ଯଦି ଜଣେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର ପ୍ରତି ଏପରି ମନୋଭାବ ଦେଖାଇବ, ତାହେଲେ ସଂଘୀୟ ବ୍ୟବସ୍ଥା ପ୍ରତି ଏହା ବିପଦ ବୋଲି ଗୃହମନ୍ତ୍ରୀ କହିଛନ୍ତି।
from Odisha Reporter http://bit.ly/2LGKF8H
No comments:
Post a Comment