
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ୮ ଥର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ନଜର ଆସି ସାରିଥିବା ବଲିଉଡ଼ ଅଭିନେତ୍ରୀ ସୋନମ କପୁର ଏଥର ବି ଏହି ଏହି ଫେଷ୍ଟିଭାଲରେ ନିଜ ଯାଦୁ ଦେଖାଇବେ। ଏଥିଲାଗି ସେ ଆରମ୍ଭ କରି ଦେଇଛନ୍ତି ପ୍ରସ୍ତୁତି। ରିପୋର୍ଟ ମୁତାବକ ମେ’ ୧୪ରୁ ୨୫ ତାରିଖ ପର୍ଯ୍ୟନ୍ତ ଫ୍ରାନ୍ସର କାନ୍ସ ସହରରେ ଏହି ଫେଷ୍ଟିଭାଲ ଆୟୋଜିତ ହେବ। ସୋନମ ୨୦ ଓ ୨୧ ତାରିଖରେ ରେଡ କାର୍ପେଟରେ ୱାକ୍ କରିବେ। ସୋନମ ଅଭିନୟ ବ୍ୟତୀତ ନିଜ ଷ୍ଟାଇଲିସ୍ ଲୁକ୍ ଲାଗି ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଏଥିପାଇଁ ସେ କଠିନ ପରିଶ୍ରମ ମଧ୍ୟ କରନ୍ତି।
ଏ ସମ୍ପର୍କରେ ତାଙ୍କ ଫିଟନେସ ଟ୍ରେନର ରାଧିକା କାର୍ଲେଙ୍କ କହିବା ମୁତାବକ ଫେଷ୍ଟିଭାଲରେ ସାମିଲ ହେବାର ମାସେ ପୂର୍ବରୁ ସୋନମ ନିଜ ୱର୍କ ଆଉଟ ପ୍ଲାନ ଓ ଡାଏଟରେ ବହୁ ପରିବର୍ତ୍ତନ ଆଣିଛନ୍ତି।
କିପରି ଏକ୍ସରସାଇଜକୁ ଦେଉଛନ୍ତି ଗୁରୁତ୍ୱ
ପ୍ରାୟ ୮ ବର୍ଷ ହେବ ସୋନମଙ୍କୁ ଟ୍ରେନିଂ ଦେଉଥିବା ରାଧିକା କହିଛନ୍ତି, ରେଡ କାର୍ପେଟରେ ସୋନମ ହାଇ ସ୍ଲିଟ୍ ଗାଉନ ଓ ବ୍ୟାକ୍ଲେସ ଆଉଫିଟ୍ରେ ନଜର ଆସିବେ। ତେଣୁ ପରଫେକ୍ଟ ଲୁକ୍ ଆଣିବା ଲାଗି ପାଦ ଓ ଶରୀର ଉପର ପାର୍ଶ୍ୱର ଏକ୍ସରସାଇଜ ଉପରେ ଗୁରୁତ୍ୱ ଦିଆଯାଉଛି। କାରଣ ରେଡ କାର୍ପେଟରେ ଚାଲିବା ବେଳେ ଦେଶ ବିଦେଶର ଗଣମାଧ୍ୟମ ପ୍ରତିନିଧି ସାମିଲ ଥିବାରୁ ଲୁକ୍ସ ଭଲ ଆସିବା ଦରକାର। ଏଥିଲାଗି ରାଧିକା ସୋନମଙ୍କୁ ପିଲାଟେ ଓ କାର୍ଡିଓ ଏକ୍ସରସାଇଜ କରିବାକୁ ଜୋର ଦେଉଛନ୍ତି।

ତାଙ୍କ କହିବା ମୁତାବକ ସକାଳ ସୋନମ କାମ୍ୱୋ ଟ୍ରେନିଂ ସହ କିଛି ଟ୍ରାଡିସନାଲ ପିଲାଟେ ମଧ୍ୟ କରୁଛନ୍ତି। ସେହିପରି ସନ୍ଧ୍ୟାରେ ୱର୍କଆଉଟରେ ୱେଟ ଟ୍ରେନିଂ ଓ କାର୍ଡିଓ କରୁଛନ୍ତି। ସୋନମ ଲସ୍ଏଞ୍ଜେଲସ୍ରେ ଥିବା ବେଳେ ସ୍ପିନିଙ୍ଗ ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ, ଯାହାକି ଏବେ ମଧ୍ୟ ଚାଲୁ ରହିଛି।
ଖାଦ୍ୟପେୟରେ ଦେଉଛନ୍ତି ବହୁ ଧ୍ୟାନ
ମେ ୮ ତାରିଖରେ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ ନିଜ ପ୍ରଥମ ବିବାହ ବାର୍ଷିକୀ ସେଲିବ୍ରେଟ କରିବାକୁ ଲଣ୍ଡନ ଯାଇଥିଲେ ସୋନମ। ଏହି ସମୟରେ ଖାଦ୍ୟପେୟରେ ନିୟନ୍ତ୍ରଣ ନ ରଖିବାରୁ ତାଙ୍କ ଓଜନ କିଛି ବଢି ଯାଇଥିଲା। ଏବେ କିନ୍ତୁ ସେ ଖାଦ୍ୟ ଉପରେ କଣ୍ଟ୍ରୋଲ ଆଣିଛନ୍ତି। ନିଜ ଡାଏଟ୍ ଚାର୍ଟରେ ସେ ଜୁସ୍ ଓ ପ୍ରୋଟିନ୍ ଡ୍ରିଙ୍କସ୍କୁ ସାମିଲ କରିଛନ୍ତି। ଇଣ୍ଟରନ୍ୟାସନାଲ ମିଡ଼ିଆକୁ ସାମନା କରିବା ବେଳେ ଚେହେରାରେ ଗ୍ଲୋ ଆସିବା ଜରୁରୀ ହୋଇ ପଡିଥିବାରୁ ଏହା ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି। ଏହାବ୍ୟତୀତ ଦିନର ୩ ଟାଇମ୍ ଖାଇବାରେ ଶାକାହାରୀ ଖାଦ୍ୟ ଅଧିକ ସାମିଲ ହୋଇଛି। ସୋନମଙ୍କର ଚକଲେଟ ଭାରି ପ୍ରିୟ ହୋଇଥିବାରୁ ଏହାକୁ ଖାଇବା ଉପରେ ଜାରି ହୋଇଛି କଟକଣା।

୨୦୧୧ରୁ କାନ୍ସରେ ହେଉଛନ୍ତି ସାମିଲ
ସୋନମ କପୁର ୨୦୧୧ ମସିହାରୁ ପ୍ରତିବର୍ଷ କାନ୍ସ ଫେଷ୍ଟିଭାଲରେ ହେଉଛନ୍ତି ସାମିଲ। ୨୦୧୮ ମସିହାରେ ବିବାହର ମାତ୍ର ୬ ଦିନ ପରେ ସେ କାନ୍ସରେ ସାମିଲ ହୋଇଥିଲେ।
from Odisha Reporter http://bit.ly/2w4ADU1
No comments:
Post a Comment