
ନୂଆଦିଲ୍ଲୀ: ଦେଶର ନିର୍ବାଚନ ଶେଷ ହୋଇଛି। ଏବେ ଅପେକ୍ଷା ନିର୍ବାଚନ ଫଳାଫଳକୁ। ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ସଂଧ୍ୟ୍ୟା ୮ଟା ସୁଦ୍ଧା ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୯ଟି ଲୋକସଭା ଆସନ ପାଇଁ ୬୨.୮୭ ପ୍ରତିଶତ ମତଦାନ ହୋଇଛି।
ବିହାରରେ ୫୩.୩୬ ପ୍ରତିଶତ, ହିମାଚଳ ପ୍ରଦେଶରେ ୬୯.୭୩, ମଧ୍ୟପ୍ରଦେଶରେ ୭୧.୪୪, ପଞ୍ଚାବରେ ୬୨.୪୫, ଉତ୍ତର ପ୍ରଦେଶରେ ୫୭.୮୬, ପଶ୍ଚିମବଙ୍ଗରେ ୭୩.୫୧, ଝାରଖଣ୍ଡରେ ୭୧.୧୬ ଏବଂ ଚଣ୍ଡିଗଡରେ ୬୩.୫୭ ପ୍ରତିଶତ ଭୋଟ ମତଦାନ ହୋଇଛି।
ଏହି ପର୍ଯ୍ୟାୟରେ ପଞ୍ଜାବର ୧୩ଟି ଆସନ, ଉତ୍ତର ପ୍ରଦେଶର ୧୩ଟି, ପଶ୍ଚିମବଙ୍ଗର ୯ଟି, ଝାଡ଼ଖଣ୍ଡର ୩ଟି, ବିହାର ଓ ମଧ୍ୟପ୍ରଦେଶର ୮ଟି ଲେଖାଏଁ, ହିମାଚଳ ପ୍ରଦେଶର ସମସ୍ତ ୪ଟି ଆସନ, ଚଣ୍ଡିଗଡର ଗୋଟିଏ ଆସନ ପାଇଁ ମତଦାନ ହୋଇଛି।
ଏଥିସହ ତାମିଲନାଡୁର ୪ଟି ବିଧାନସଭା ଆସନ, କର୍ଣ୍ଣାଟକରେ ୨ଟି ପାଣାଜି ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା।
ମୋଟ ୫୯ଟି ଲୋକସଭା ଆସନ ପାଇଁ ୯୧୮ ଜଣ ପ୍ରାର୍ଥୀ ଥିଲେ। ବାରଣାସୀରୁ ପ୍ରଧାନମନ୍ତ୍ରୀ ମୋଦି, ପାଟନା ସାହିବରୁ ବିଜେପିର ରବି ଶଙ୍କର ପ୍ରସାଦ, କଂଗ୍ରେସର ଶତ୍ରୁଘ୍ନ ସିହ୍ନା, ଗାଜିପୁରରୁ ମନୋଜ ସିହ୍ନା, ଗୁରୁଦାସପୁରରୁ ଅଭିନେତା ସନ୍ନି ଦେଓଲ ଭଳି ପ୍ରାର୍ଥୀ ଥିଲେ।
from Odisha Reporter http://bit.ly/2LTxGRd
No comments:
Post a Comment