ଖାରଜ ହେଲା ବିରୋଧୀଙ୍କ ୫୦ ପ୍ରତିଶତ ଇଭିଏମ୍ ଓ ଭିଭିପ୍ୟାଟ୍ ଭୋଟ ଗଣତି ଆବେଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 6, 2019

ଖାରଜ ହେଲା ବିରୋଧୀଙ୍କ ୫୦ ପ୍ରତିଶତ ଇଭିଏମ୍ ଓ ଭିଭିପ୍ୟାଟ୍ ଭୋଟ ଗଣତି ଆବେଦନ

ନୂଆଦିଲ୍ଲୀ: ଟିଡିପି ନେତୃତ୍ବାଧୀନ ୨୧ ବିରୋଧୀ ଦଳ ଇଭିଏମ୍ ଓ ଭିଭିପ୍ୟାଟ୍ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଯେଉଁ ସାନି ଆବେଦନ କରିଥିଲେ ତାହା ଖାରଜ ହୋଇଛି।

ବିରୋଧୀ ଦଳଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂହ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠରେ ପକ୍ଷ ରଖିଥିଲେ। ୫୦ ପ୍ରତିଶତ ଭୋଟ ନ ମିଳିଇପାରିଲେ ବି ଅତିକମରେ ୨୫ ପ୍ରତିଶତ ଇଭିଏମ ଏବଂ ଭିଭିପ୍ୟାଟର ଭୋଟ ଉଦ୍ଦେଶ୍ୟହୀନ ଭାବରେ ମିଳାଇବା ପାଇଁ ଦାବି କରିଥିଲେ।

ଖଣ୍ଡପୀଠରେ ସାମିଲ ଥିବା ଅନ୍ୟ ଦୁଇ ବିଚାରପତି ଜଷ୍ଟିସ ଦୀପକ ଗୁପ୍ତା ଏବଂ ସଞ୍ଜୀଭ ଖାନ୍ନା ଏହାର ଶୁଣାଣି କରି କହିଥିଲେ ଯେ ପୂର୍ବରୁ ଏପ୍ରିଲ ୮ରେ ଏହି ପ୍ରସଙ୍ଗରେ ଖଣ୍ଡପୀଠ ଯେଉଁ ଶୁଣାଣି କରିଥିଲେ ତାହାର କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ। ତେଣୁ ବିରୋଧୀଙ୍କ ଆବେଦନ ଖାରଜ ହୋଇଛି।

ପୂର୍ବରୁ ସମାନ ଅଭିଯୋଗ ସୁପ୍ରିମକୋର୍ଟରେ ଆଣିଥିଲେ ବିରୋଧୀ। ଯାହାର ଶୁଣାଣି କରି ଭିଭିପ୍ୟାଟର ସଂଖ୍ୟା ୫ ଗୁଣା ବୃଦ୍ଧି କରିବାକୁ ସୁପ୍ରିମକୋର୍ଟ ଏପ୍ରିଲ ୮ ତାରିଖରେ ନିର୍ବାଚନ କମିଶନଙ୍କୁ କହିଥିଲେ। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ନିର୍ବାଚନ କମିସନ ମଧ୍ୟ ନିଜର ପକ୍ଷ ରଖିଥିଲେ। ଯଦି ୫୦ ପ୍ରତିଶତ ଇଭିଏମ୍ ଓ ଭିଭିପ୍ଯାଟର ଭୋଟ ଆଗୁଆ ଗଣତି ହୋଇ ମିଶାଯିବ ତାହେଲେ ଏଥିପାଇଁ ୫.୨ ଦିନ ଅଧିକ ସମୟ ଲାଗିବ ବୋଲି ନିର୍ବାଚନ କମିସନ ସୁପ୍ରିମକୋର୍ଟରେ କହିଥିଲେ।

ହେଲେ ଏପ୍ରିଲ ୮ ଶୁଣାଣିର କିଛି ଦିନ ପରେ ସୁପ୍ରିମକୋର୍ଟଙ୍କ ରାୟରେ ଅସନ୍ତେଷ ପ୍ରକାଶ କରି ବିରୋଧୀ ପୁଣି ପୁନଃ ଶୁଣାଣି ପାଇଁ ଦାବି କରିଥିଲେ। ଏମିତିକି “ନିର୍ବାଚନ କମିଶନ ଧ୍ରୁତରାଷ୍ଟ୍ର ସାଜିଛନ୍ତି ବୋଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡ଼ୁ କହିଥିଲେ।



from Odisha Reporter http://bit.ly/2WnBDON

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages