
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନାଁ ବଦଳାଇ ବିଦେଶୀଙ୍କୁ ଲୁଟୁ ଥିବା ଅଭିଯୋଗରେ ମୁମ୍ବାଇ ପୁଲିସ୍ ତିନି ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଓଡ଼ିଶାର ସନ୍ତୋଷ ବେହେରା ଅଛନ୍ତି। ବିଦେଶୀଙ୍କ ନିକଟରେ ସେ ନିଜକୁ ଜ୍ୟାକ୍ ଡାନିଏଲ୍ ଭାବେ ପରିଚୟ ଦେଉଥିଲେ।
ସନ୍ତୋଷ ଓ ତାଙ୍କ ସହଯୋଗୀମାନେ ବିଦେଶୀ ମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଲୁଟ୍ କରୁଥିଲେ। ତିନି ଅଭିଯୁକ୍ତଙ୍କଠାରୁ ୧୨ଶହ ଡଲାର, ତିନିଲକ୍ଷ ଟଙ୍କାର କମ୍ପୁଟର ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।
ଏନେଇ ପନୱେଲ୍ ଗ୍ରାମୀଣ ପୁଲିସ୍ ଇନ୍ସପେକ୍ଟର ଅଶୋକ ରାଜପୁତ କହିଛନ୍ତି,“ଏହି ଗ୍ୟାଙ୍ଗର ମୁଖିଆ ସନ୍ତୋଷ ବେହେରା ଓରଫ୍ ଜ୍ୟାକ୍ ଡାନିଏଲଙ୍କ ସହ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛୁ। ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚାଲିଛି।”
from Odisha Reporter http://bit.ly/2Vtlh5T
No comments:
Post a Comment