ଅସହାୟ ପୁଲିସ୍‌, ଆକ୍ରମଣ କରି କଏଦୀକୁ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ଅସହାୟ ପୁଲିସ୍‌, ଆକ୍ରମଣ କରି କଏଦୀକୁ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ

କର୍ଣ୍ଣାଲ: ଆମ ପୁଲିସ୍‌ ପ୍ରଶାସନ କେତେ ଅସହାୟ, ତାହା ହରିଆଣାର କର୍ଣ୍ଣାଲରେ ଘଟିଥିବା ଏକ ଘଟଣାରୁ ସ୍ପଷ୍ଟ ହୋଇଛି। ୩ ଜଣ ଦୁର୍ବୃତ୍ତ ପୁଲିସ୍‌ ପାର୍ଟି ଉପରେ ଆକ୍ରମଣ କରି କୋର୍ଟରୁ ଜେଲ୍‌କୁ ଫେରୁଥିବା ଜଣେ କଏଦୀକୁ ନେଇ ଚମ୍ପଟ ମାରିଛନ୍ତି। ପୁଲିସ୍‌ ଯମୁନାନଗର କୋର୍ଟରୁ ଶୁଣାଣି ପରେ କଏଦୀମାନଙ୍କୁ କର୍ଣ୍ଣାଲ ନେଉଥିବା ବେଳେ ସ୍ପଷ୍ଟ ଦିବାଲୋକରେ ଏଭଳି ଘଟଣା ଘଟିଛି। ଏହି ଘଟଣାରେ ଦୁଇ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି।

ସୁନୀଲ ନାମକ ଜଣେ ଅପରାଧୀ ଡକାୟତି କେସ୍‌ରେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଆଜି ଆଉ ୫ଟି ମାମଲାରେ ତାକୁ କୋର୍ଟରେ ହାଜର କରାଯାଇଥିଲା। ଆଜିର ଶୁଣାଣି ପରେ ପୁଲିସ୍‌ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସୁନୀଲକୁ ଜେଲ୍‌କୁ ଆଣୁଥିଲା। ତେବେ କର୍ଣ୍ଣାଲର ଇନ୍ଦ୍ରି ରୋଡ୍‌ ଠାରେ ଥିବା ନୂଆ ବସ୍‌ ଷ୍ଟାଣ୍ଡ ନିକଟରେ ୩ ଜଣ ଦୁର୍ବୃତ୍ତ ମୋଟର ସାଇକେଲ୍‌ରେ ଆସି ପୁଲିସ୍‌ ପାର୍ଟି ଉପରକୁ ଗୁଳିମାଡ଼ କରିଥିଲେ। ଏହି ସମୟରେ ସେମାନେ ସୁନୀଲକୁ ଖସାଇ ନେଇ ଚମ୍ପଟ ମାରିଥିଲେ।

ଏହି ଘଟଣା ପରେ ସୁନୀଲ ଓ ତା’ର ୩ ଜଣ ସହଯୋଗୀଙ୍କୁ ଧରିବାରେ ସାହାଯ୍ୟ ପାଇଁ ହରିଆଣା ପୁଲିସ୍‌ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। ସେମାନଙ୍କୁ ଧରିବା ପାଇଁ ଏକାଧିକ ଟିମ୍‌ ଗଠନ କରାଯାଇଛି।



from Odisha Reporter http://bit.ly/2K8LggT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages