
ଲକ୍ଷ୍ମୌ: ଉତ୍ତର ପ୍ରଦେଶରେ ମହାମେଣ୍ଟ ବିଜେପିକୁ ମାତ୍ ଦେବାରେ ବିଫଳ ହୋଇଛି। ଏହାପରେ ମହାମେଣ୍ଟର ସହଯୋଗୀ ଦଳ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ପରାଜୟ ପାଇଁ ଇଭିଏମକୁ ଦାୟୀ କରିଛନ୍ତି। ଚଳିତ ନିର୍ବାଚନରେ ସମାଜବାଦୀ ପାର୍ଟି-ବହୁଜନ ସମାଜ ପାର୍ଟି-ରାଷ୍ଟ୍ରୀୟ ଲୋକ ଦଳ ମେଣ୍ଟ କରି ୮୦ ଲୋକସଭା ଆସନରୁ ଅଧିକାଂଶ ଆସନ ଜିତିବେ ବୋଲି ଆକଳନ କରିଥିଲେ।
ନିର୍ବାଚନ ଫଳାଫଳରେ ପରେ ଦେଶ ଇଭିଏମ ଉପରେ ଭରସା ତୁଟାଇ ସାରିଥିବା ମାୟାବତୀ କହିଥିଲେ। ଏଥିସହ ଦକ୍ଷିଣ ଭାରତରେ ବିଜେପିର ଖରାପ ପ୍ରଦର୍ଶନକୁ ନେଇ ସମାଲୋଚନା କରିଥିଲେ ମାୟାବତୀ।
୮୦ ଲୋକସଭା ଆସନରୁ ବିଜେପି ଏକାକୀ ୬୨ଟି ଆସନରେ ବିଜୟୀ ହୋଇଥିବା ବେଳେ ସହଯୋଗୀ ଆପନା ଦଳ ୨ଟି ଆସନରେ ବିଜୟୀ ହୋଇଛି। ମହାମେଣ୍ଚ ୧୫ଟି ଆସନରେ ସନ୍ତୁଷ୍ଟ ହୋଇଥିବା ବେଳେ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛି।
ପଢ଼ନ୍ତୁ: ଭଗବାନଙ୍କୁ ଇଭିଏମର ବେଦନାଭରା ଚିଠି
from Odisha Reporter http://bit.ly/2M7EN8z
No comments:
Post a Comment