ଖାମୋସ୍‌ ହୋଇଗଲେ ବିହାରୀ ବାବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

ଖାମୋସ୍‌ ହୋଇଗଲେ ବିହାରୀ ବାବୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଯିଏ ପରଦାରେ ଖାମୋସ୍‌ କହିଦେଲେ, ଚୁପ୍‌ ହୋଇ ଯାଉଥିଲେ ସମସ୍ତେ, ଏବେ କିନ୍ତୁ ସେ ହୋଇଯାଇଛନ୍ତି ଚୁପ୍‌। ବିହାରର ପାଟଣା ସାହିବ ଲୋକସଭା ଆସନରୁ କଂଗ୍ରେସ ଟିକେଟରୁ ଲୋକସଭାକୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶତ୍ରୁଘ୍ନ ସିହ୍ନା ଶେଷରେ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଏଥର ଜିତିଥିଲେ ହାଟ୍ରିକ ମାରିଥାନ୍ତେ ଏହି ବିହାରୀ ବାବୁ। କିନ୍ତୁ ତାଙ୍କ ସବୁ ଆଶା ଧୂଳିସାତ କରିଦେଲେ  ଭାରତୀୟ ଜନତା ପାର୍ଟି ଟିକେଟରୁ ଛିଡା ହୋଇଥିବା ରବିଶଙ୍କର  ।

ନିଜ ପରାଜୟକୁ ସ୍ୱୀକାର କରି ସାରିଥିବା ବଲିଉଡର ଏହି ଭେଟେରାନ ଆକ୍ଟର ଆଉ ଏବେ କୌଣସି ଟକ୍କର ମୁଡରେ ନାହାନ୍ତି। କି ପରସ୍ପରର ଦୋଷ ଦୁର୍ବଳତାକୁ ବି ଖୋଜିବାକୁ ଚାହୁଁ ନାହାନ୍ତି। ପ୍ରତିଦ୍ୱନ୍ଦ୍ୱୀ ରବିଶଙ୍କରଙ୍କୁ ଜଣେ ଭଦ୍ର ଲୋକ ବୋଲି ସେ ସମ୍ବୋଧନ କରିଛନ୍ତି। ସେ ଜଣେ ସମ୍ଭ୍ରାନ୍ତ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥିବା ବେଳେ ପାଟନାର ଜନସାଧାରଣ ତାଙ୍କୁ ବିଜୟୀ କରାଇଛନ୍ତି।

ପାଟନା ଏ ପର୍ଯ୍ୟନ୍ତ ସ୍ମାର୍ଟ ସିଟି ହୋଇ ପାରିନଥିବା ବେଳେ ଏଠାକାର ଲୋକେ ଏବେ ବି ଦାରିଦ୍ର ସୀମାରେଖା ତଳେ ରହିଛନ୍ତି। ପୂର୍ବରୁ କେନ୍ଦ୍ରରେ ଟେଲି କମ୍ୟୁନିକେସ କ୍ଷେତ୍ରରେ ମନ୍ତ୍ରୀପଦ ସମ୍ଭାଳିଥିବା ରବିଶଙ୍କର ଏଥର ବିହାର ଭାଗ୍ୟରେ ପରିବର୍ତ୍ତନ ଆଣିବେ ବୋଲି ତାଙ୍କର ଦୃଢ ବିଶ୍ୱାସ ରହିଛି।

ବିହାରି ପରି ରାଜ୍ୟକୁ ପୁଞ୍ଜିନିବେଶର ଆବଶ୍ୟକତା ଥିବା ବେଳେ ସେ ଏଠାକୁ ଆଇଟି କମ୍ପାନୀ ଆଣିବାରେ ସକ୍ଷମ ହେବେ ବୋଲି ତାଙ୍କର ବିଶ୍ୱାସ ରହିଛି। ନିଜେ କ୍ଷମତାକୁ ଆସିଥିଲେ ଶିକ୍ଷା, ପରୀକ୍ଷା ପରିଚାଳନା ଓ ରୋଜଗାରକୁ ପ୍ରାଥମିକତା ଦେଇଥାନ୍ତେ। ହେଲେ ରବିଶଙ୍କର ଏ ଦିଗରେ ମଧ୍ୟ ଭଲ କାମ କରିବେ ବୋଲି କହିଛନ୍ତି ଶତ୍ରୁଘ୍ନ ସିହ୍ନା।



from Odisha Reporter http://bit.ly/2wfDNob

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages