ବିଶ୍ୱକପ୍‌ ସମ୍ପର୍କରେ କ’ଣ କହିଲେ ଶାମି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

ବିଶ୍ୱକପ୍‌ ସମ୍ପର୍କରେ କ’ଣ କହିଲେ ଶାମି

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସାମିଲ ଥିବା ସ୍ପିଡ୍‌ଷ୍ଟର ମହମ୍ମଦ ଶାମି ଆଜି ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି। ବିଶ୍ୱକପ୍‌ରେ ଶାମିଙ୍କ ବ୍ୟତୀତ ଯଶପ୍ରୀତ ବୁମ୍ରା ଓ ଭୁବନେଶ୍ୱର କୁମାର ରହିଛନ୍ତି। ଏହି ୩ ଜଣ ହିଁ ଭାରତୀୟ ଟିମ୍‌ର ଦ୍ରୁତ ବୋଲିଂ ବାହିନୀର ଦାୟିତ୍ୱ ସମ୍ଭାଳିବେ। ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସାମିଲ ଥିବାରୁ ଶାମି ନିଜକୁ ଧନ୍ୟ ମନେକରୁଥିବା କହିଛନ୍ତି।

ସେ କହିଛନ୍ତି, “ବିଶ୍ୱକପ୍‌ ଟିମ୍‌ରେ ସାମିଲ ହେବା ଗର୍ବର ବିଷୟ। ଆମ ବୋଲରଙ୍କ ପାଖରେ ଭେରାଇଟି ରହିବା ସହ ସ୍ପିଡ୍‌ ମଧ୍ୟ ରହିଛି। ଯଦି ଆପଣଙ୍କ ବୋଲରଙ୍କ ପାଖରେ ସ୍ପିଡ୍‌ ଏବଂ ଦକ୍ଷତା ଏକାସଙ୍ଗରେ ଅଛି, ତା’ହେଲେ ଏହା ପ୍ରତିପକ୍ଷ ଟିମ୍‌କୁ ନିଶ୍ଚିତ ଭାବେ ଅଡ଼ୁଆରେ ପକାଇବ। ମୋ କଥା ଯଦି କହିବି, ତା’ହେଲେ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସାମିଲ ହେବା ମୋର ଏକ ସ୍ୱପ୍ନ ଥିଲା। ମୁଁ ଏଥିପାଇଁ ଗର୍ବ ଅନୁଭବ କରୁଛି।”



from Odisha Reporter http://bit.ly/2Vxuie4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages