
ଚିତ୍ରକୋଣ୍ଡା(ଓଡ଼ିଶା ରିପୋର୍ଟର)କାଳ ହେଲା ଜୁଆ ଖେଳ। ଜୁଆ ନେଇଗଲା ଜୀବନ। ଗତକାଲି ମାଲକାନଗିରି ଜିଲ୍ଲା ବାଲିମେଳା ପୋଷ୍ଟ ଅଫିସ କଲୋନୀର ନଦୀ କୂଳରେ ଜୁଆଖେଳ ଚାଲିଥିବା ଖବର ପାଇ ବାଲିମେଳା ପୁଲିସ ଚଢ଼ଉ କରିଥିଲା । ଏହି ସମୟରେ ୪ ଜଣ ଜୁଆଡି ପୁଲିସକୁ ଦେଖି ଭୟଭୀତ ହୋଇ ନଦୀକୁ ଡେଇଁ ପଡ଼ିଥିଲେ ।
ସେମାନଙ୍କ ମଧ୍ୟରୁ ତିନି ଜଣ ବଞ୍ଚି ଯାଇଥିବା ବେଳେ ଜଣେ ନିଖୋଜ ଥିଲେ। ଆଜି ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଛି। ସେ ହେଲେ ବିନୋଦ ଖେମୁରୁ (୩୨)। ତେବେ ଏନେଇ ପରିବାର ଲୋକେ ପୁଲିସକୁ ଦାୟୀ କରିଛନ୍ତି। ସୂଚନା ଅନୁଯାୟୀ ଗତକାଲି ଚିତ୍ରକୋଣ୍ଡା ଏସ୍ଡିପିଓ ମାନସ ବାରିକ୍ଙ୍କ ନେତୃତ୍ୱରେ ଉକ୍ତ ଜୁଆ ଆଡ୍ଡା ଉପରେ ଚଢ଼ଉ କରାଯାଇଥିଲା।
ଏହି ସମୟରେ ବିନୋଦଙ୍କ ସହ ଅନ୍ୟ ୩ ଜଣ ନଦୀକୁ ଡେଇଁ ପଡ଼ିଥିଲେ। ହେଲେ ଆଜି ବିନୋଦଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ପରିବାର ଲୋକେ ଏଥିପାଇଁ ଏସ୍ଡିପିଓଙ୍କୁ ଦାୟୀ କରିବା ସହ ସ୍ଥାନୀୟ ଲୋକେ ବିକ୍ଷୋଭ କରିଥିଲେ।
from Odisha Reporter http://bit.ly/30rAnwt
No comments:
Post a Comment