ମିଶିଯିବେ ଏନ୍‌ଏସ୍‌ଏସ୍‌ଓ ଏବଂ ସିଏସ୍‌ଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

ମିଶିଯିବେ ଏନ୍‌ଏସ୍‌ଏସ୍‌ଓ ଏବଂ ସିଏସ୍‌ଓ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ନ୍ୟାସନାଲ୍ ସାମ୍ପଲ୍ ସର୍ଭେ ଅର୍ଗାନାଇଜେସନ(NSSO) ଏବଂ ସେଣ୍ଟ୍ରାଲ୍ ଷ୍ଟାଟିଷ୍ଟିକାଲ୍‌ ଅଫିସ୍‌(CSO) ଆଉ ଏଣିକି ଦୁଇଟି ଅଲଗା ସଂସ୍ଥା ହୋଇ ରହିବେ ନାହିଁ। ଏହି ଦୁଇ ସଂସ୍ଥାକୁ ଏକାଠି ମିଶାଇ ଦିଆଯିବ ଏବଂ ଏହାର ନୂଆ ନାମ ହେବ ନ୍ୟାସନାଲ୍ ଷ୍ଟାଟିଷ୍ଟିକାଲ୍ ଅର୍ଗାନାଇଜେସନ(NSO)।

ଏଭଳି  ହେଲେ  ସରକାରଙ୍କ ପାଇଁ ବିଭିନ୍ନ ତଥ୍ୟ ସଂଗ୍ରହଠାରୁ ଆରମ୍ଭ କରି ରିପୋର୍ଟ ପ୍ରସ୍ତୁତି ପ୍ରକ୍ରିୟା ଆହୁରି ସହଜ ହୋଇଯିବ। ମିନିଷ୍ଟ୍ରି ଅଫ୍ ଷ୍ଟାଟିଷ୍ଟିକ୍‌ସ ଆଣ୍ଡ୍‌ ପ୍ରୋଗ୍ରାମ୍ ଇମ୍ପ୍ଲିମେଣ୍ଟେସନ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି। NSO ଭାବେ ଯେଉଁ ସଙ୍ଗଠନ ତିଆରି ହେବ ସେଥିରେ ମନ୍ତ୍ରଣାଳୟର ସଚିବ ମୁଖ୍ୟ ଭାବେ କାର୍ଯ୍ୟ କରିବେ।

ସୂଚନାଯୋଗ୍ୟ, ମିନିଷ୍ଟ୍ରି ଅଫ୍ ଷ୍ଟାଟିଷ୍ଟିକ୍‌ସ ଆଣ୍ଡ୍‌ ପ୍ରୋଗ୍ରାମ୍ ଇମ୍ପ୍ଲିମେଣ୍ଟେସନ ଅଧୀନରେ ବର୍ତ୍ତମାନ ଏହି ଦୁଇ ସଂସ୍ଥା ପରିଚାଳିତ ହେଉଛନ୍ତି। ଦେଶର ଅଭିବୃଦ୍ଧି ହାର, ନିଯୁକ୍ତି ହାର, ବେକାରୀ ସମସ୍ୟା, ଶିଳ୍ପ ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତି ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ହିସାବ ସକାଶେ ଏହି ଦୁଇ ସଂସ୍ଥା ହିଁ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି।



from Odisha Reporter http://bit.ly/2X6ZkLF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages