ସହଯୋଗୀଙ୍କ କୋକେଇ କାନ୍ଧେଇଲେ ସ୍ମୃତି ଇରାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

ସହଯୋଗୀଙ୍କ କୋକେଇ କାନ୍ଧେଇଲେ ସ୍ମୃତି ଇରାନୀ

ଆମେଠି: ସହଯୋଗୀ ସୁରେନ୍ଦ୍ର ସିଂହଙ୍କ କୋକେଇ କାନ୍ଧେଇଲେ ଆମେଠି ଲୋକସଭାର ନବ ନିର୍ବାଚିତ ସାଂସଦ ସ୍ମୃତି ଇରାନୀ। ଆଜି ସକାଳେ ଘର ବାହାରେ ବିଜେପି ନେତା ସୁରେନ୍ଦ୍ର ସିଂହ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ସୁରେନ୍ଦ୍ରଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି। ପ୍ରଥମେ ଗୁରୁତର ଅବସ୍ଥାରେ ସୁରେନ୍ଦ୍ରଙ୍କୁ ଆମେଠି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଲକ୍ଷ୍ନୌ ପଠାଯାଇଥିଲା। ତେବେ ସେଠାକୁ ଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଆମେଠିରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି ଏବଂ ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ବିଜେପି ନେତା ଓ କର୍ମୀ ଅଡ଼ି ବସିଥିବା ଜଣାପଡ଼ିଛି।

କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ହରାଇ ସ୍ମୃତି ଇରାନୀଙ୍କୁ ଜିତାଇବାରେ ସୁରେନ୍ଦ୍ର ସିଂହଙ୍କର ବଡ଼ ଭୂମିକା ଥିଲା। ସେ ଥିଲେ ଆମେଠିର ବରୌଲିଆ ଗାଁର ପୂର୍ବତନ ମୁଖିଆ। ଆଖପାଖ ଅଞ୍ଚଳରେ ତାଙ୍କର ବେଶ ପ୍ରଭାବ ଥିଲା। ଯାହାର ପରିଣାମ ସ୍ୱରୂପ ସେହି ଅଞ୍ଚଳରେ ସ୍ମୃତି ଇରାନୀଙ୍କୁ ଅଧିକ ଭୋଟ ମିଳିଥିଲା।

ଆଜି ସ୍ମୃତି ଇରାନୀ ମୃତକଙ୍କ ଗାଁରେ ପହଞ୍ଚି କୋକେଇ କାନ୍ଧେଇବା ସହିତ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ। ଏହାପରେ ମୃତକଙ୍କ ପରିବାରକୁ ଭେଟି ନିଜର ସମବେଦନା ଜଣାଇଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ସୁରେନ୍ଦ୍ରଙ୍କ ହତ୍ୟାକାରୀଙ୍କୁ ନ୍ୟାୟ ମିଳିବ। ହତ୍ୟାକାରୀ ଯିଏ ବି ହୋଇଥାନ୍ତୁ ନା କାହିଁକି ଦରକାର ପଡ଼ିଲେ ସେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବେ ବୋଲି ନବ ନିର୍ବାଚିତ ସାଂସଦ ସ୍ମୃତି ଇରାନୀ କହିଛନ୍ତି।

ମୃତକ ସୁରେନ୍ଦ୍ରଙ୍କ ଭାଇ ଓ ପୁଅ ହତ୍ୟା ପଛରେ କଂଗ୍ରେସ ନେତାଙ୍କ ହାତ ଥିବା କହିଛନ୍ତି। ତେବେ ପୁଲିସ ଏବେ ସାତ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଏବଂ ବରୌଲିଆ ଗାଁରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଡିଜିପି ଓ.ପି ସିଂହଙ୍କୁ ଖୁବ ଶୀଘ୍ର ଏହି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।



from Odisha Reporter http://bit.ly/30M1G4X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages