କପିଲ୍‌ଙ୍କୁ କେବେ ଗୀତ ଗାଇବାକୁ ମନା କରିଥିଲେ ମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 9, 2019

କପିଲ୍‌ଙ୍କୁ କେବେ ଗୀତ ଗାଇବାକୁ ମନା କରିଥିଲେ ମା’

ପ୍ରିୟ ଖାଦ୍ୟ କ’ଣ ବୋଲି ପଚାରିଲେ ବେଶ ଏକ ଲମ୍ବା ତାଲିକା ମିଳିବ ପ୍ରାୟ ସମସ୍ତଙ୍କର। ହେଲେ ‘ଫୁଡ୍‌’ କାହାର ପ୍ରିୟ ଖାଦ୍ୟ ହୋଇଥିବ, ଏମିତି ଜାଣନ୍ତି କି ? ହଁ, ଏମିତି ଉତ୍ତର ଦେଇଛନ୍ତି କ୍ରିକେଟ ତାରକା କପିଲ ଦେବ। କ୍ରିକେଟ କିମ୍ବଦନ୍ତୀର ମାଇଲ ଖୁଣ୍ଟ କପିଲ ଦେବ କେବଳ ଭଲ ଖେଳ ପ୍ରଦର୍ଶନ କରି ଦର୍ଶକଙ୍କ ମନୋରଞ୍ଜନ କରନ୍ତି ନାହିଁ, ବେଶ ମଜା କଥା କହି ସମସ୍ତଙ୍କୁ କେମିତି ହସାଇ ପାରନ୍ତି ଆସନ୍ତୁ ଦେଖିବା।

ନୂଆଦିଲ୍ଲୀ: ‘ବ୍ରିଟାନିଆ ଖାଓ ୱର୍ଲ୍ଡକପ୍‌ ଯାଓ’ ପକ୍ଷରୁ ଗତକାଲି ରାଜଧାନୀ ଦିଲ୍ଲୀଠାରେ ଆୟୋଜିତ ହୋଇଥିଲା ପୁରସ୍କାର ବିତରଣ ଉତ୍ସବ।  ଏହି ଅବସରରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ କପିଲ୍ ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଉତ୍ସବକୁ ଟିକେ ରୋମାଞ୍ଚକ କରିବା ପାଇଁ ପ୍ରୋଗ୍ରାମର ଉପସ୍ଥାପିକା କପିଲ୍‌ଙ୍କୁ କିଛି ମଜାଳିଆ ପ୍ରଶ୍ନ ପଚାରିଥିଲେ।

ଉପସ୍ଥାପିକା: ଆପଣଙ୍କର ଫେଭରାଇଟ୍ ଫୁଡ୍‌ କ’ଣ?

କପିଲ୍:  ‘ଫୁଡ୍’। କାରଣ ଖାଦ୍ୟ ସବୁବେଳେ ଭଲ। ଖାଦ୍ୟ ଆପଣଙ୍କ ଭୋକ ଉପରେ ନିର୍ଭର କରେ ଯେ ଆପଣ କେତେ ଖାଇ ପାରିବେ । ତେବେ ଖାଦ୍ୟ ଗରମ ହୋଇଥିବା ଦରକାର।

ଉପସ୍ଥାପିକା: ଖାଲି ସମୟରେ ଆପଣ କ’ଣ କରିବାକୁ ଭଲ ପାଆନ୍ତି?

କପିଲ୍: ଖାଲି ସମୟରେ ମୁଁ ପରିବାର ସହ ସମୟ ବିତାଇବାକୁ ଭଲପାଏ। ଏହା ବ୍ୟତୀତ ମୋତେ ଗଲ୍ଫ ଖେଳିବାକୁ ମଧ୍ୟ ଭଲ ଲାଗେ। ଏହା ମୋର ଆଉ ଏକ ପ୍ୟାଶନ୍

ଉପସ୍ଥାପିକା: ଆପଣଙ୍କୁ ଫିଲ୍ମ ଦେଖିବାକୁ ଭଲ ଲାଗେ?

କପିଲ୍:  ହଁ, ମୁଁ ତ ଟିଭି ନ ଦେଖିବା ଯାଏ ଶୁଏ ନାହିଁ। ଆମ ସମୟରେ ତ ଅଲଗା ପ୍ରକାରର ଫିଲ୍ମ ଆସୁଥିଲା। ଏବେ ତ ବେଶି ଆକ୍ସନ ଫିଲ୍ମ ହିଁ ଆସୁଛି। ହେଲେ ମୋତେ କମେଡି ଫିଲ୍ମ ଦେଖିବାକୁ ଭଲ ଲାଗେ। କାରଣ ମୋତେ ଲାଗେ ଯେ ଅଲଗା ଫିଲ୍ମ ଦେଖି ସ୍ୟାଡ୍ ମୁଡ୍‌ କରିବା ଅପେକ୍ଷା କମେଡ଼ି ଫିଲ୍ମ ଦେଖି ହାପି ମୁଡ୍‌ ରଖିବା ଭଲ। ଏହା ମନକୁ ଶାନ୍ତି ଦେଇଥାଏ।

ଉପସ୍ଥାପିକା: କେବେ କାହା ପାଇଁ ଗୀତ ଗାଇଛନ୍ତି।

କପିଲ୍‌: ମୁଁ କେବେ ଗୀତ ଗାଏ ନାହିଁ। କାରଣ ମୁଁ ଭଲ ଗାଇ ପାରେ ନାହିଁ। ତେଣୁ ମୋ ମାଆ ମଧ୍ୟ କହିଥିଲେ ଯେ ତୁ କେବେ ଗୀତ ଗାଇବୁନି। ହେଲେ ମୋର ମନେ ଅଛି, ମୁଁ ଥରେ ମୋ ଧର୍ମପତ୍ନୀଙ୍କ ପାଇଁ ଏକ ଶାଏରି ଗାଇଥିଲି। ଆଉ ,ଏହି ଶାଏରିଟି ଥିଲା ‘ତୁମ୍‌ ମୁଝେ ଚାହୋ ୟା ନା ଚାହୋ, ହମନେ ତୋ ତୁମ୍‌ସେ ମୋହବତ୍‌ କି ହୈ, ଔର୍ ଦିଲ୍‌ ସେ’।



from Odisha Reporter http://bit.ly/2YbgEzg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages