ବାତ୍ୟା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା: ପାସ୍‌ବୁକ୍‌ ଦେଖାଇ ଉଠାଇହେବ ୨୦୦୦ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 9, 2019

ବାତ୍ୟା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା: ପାସ୍‌ବୁକ୍‌ ଦେଖାଇ ଉଠାଇହେବ ୨୦୦୦ ଟଙ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ପାଇଁ ଏବେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଆରମ୍ଭ କରାଯାଇଛି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ନିଜର ପାସ୍‌ବୁକ୍‌ ଦେଖାଇଲେ ବ୍ୟାଙ୍କରୁ ନଗଦ ୨୦୦୦ ଟଙ୍କା ଉଠାଇ ହେବ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ୨୫ଟି ସରକାରୀ ଓ ଘରୋଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଏକ ବୈଠକରେ ଆଜି ଏପରି ନିଷ୍ପତ୍ତି ନିଆଯାଇଛି।

ବାତ୍ୟା ‘ଫୋନି’ ଯୋଗୁ ଇଣ୍ଟରନେଟ୍‌ ଓ ବ୍ୟାଙ୍କ ସେବା ବ୍ୟାହତ ହୋଇଛି। ତେଣୁ ଉପଭୋକ୍ତାମାନେ ନାହିଁନଥିବା ଅସୁବିଧାରେ ପଡ଼ୁଛନ୍ତି। ସେମାନଙ୍କୁ ପୂର୍ବ ପରି ବ୍ୟାଙ୍କ ସେବା ଯୋଗାଇବା ପାଇଁ ଜେନେରେଟର କିମ୍ବା କୌଣସି ମାଧ୍ୟମରେ ବ୍ୟାଙ୍କ ଓ ATM ଚାଲୁ ରଖିବାକୁ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି। ଉପଭୋକ୍ତା ପାସ୍‌ବୁକ ଦେଖାଇ ନଗଦ ୨ ହଜାର ଟଙ୍କା ଉଠାଣ କରିପାରିବେ। କ୍ଷତିଗ୍ରସ୍ତ ଉପଭୋକ୍ତା SBI ବୀମା କରିଥିଲେ, ତାହା ମଧ୍ୟ କ୍ଲେମ୍‌ କରିପାରିବେ। ପୁରୀରେ ନିରନ୍ତର ବ୍ୟାଙ୍କ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ଅଧିକ ସଂଖ୍ୟାରେ ମୋବାଇଲ ATM ଆଣିବାକୁ ନିଷ୍ପତ୍ତି ହୋଇଥିବା ବୈଠକ ପରେ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛିନ୍ତି।

ଏବେ ପୁରୀରେ ୧୭୩ଟି ଏଟିଏମ୍‌ରୁ ୨୦ଟି କାର୍ଯ୍ୟକ୍ଷମ ରହିଛି। ଖୋର୍ଦ୍ଧା ଓ ଭୁବନେଶ୍ୱରରେ ୧୧୬୪ଟି ଏଟିଏମ୍‌ରୁ ୧୯୭ଟି କାର୍ଯ୍ୟକ୍ଷମ ଅଛି। କଟକ ସହର ତଥା ପୂରା ଜିଲ୍ଲାରେ ୫୯୩ ଏଟିଏମ୍‌ରୁ ୧୬୨ଟି କାର୍ଯ୍ୟକ୍ଷମ ହୋଇଛି। ଜଗତସିଂହପୁରରେ ୧୯୬ଟି ଏଟିଏମ୍‌ରୁ ୧୧୨ଟି ଚାଲୁଛି। କେନ୍ଦ୍ରାପଡ଼ାରେ ୧୬୯ ଏଟିଏମ୍‌ରୁ ୧୦୫ଟି କାର୍ଯ୍ୟକ୍ଷମ ରହିଛି ବୋଲି ଏହିଁ ବୈଠକ ପରେ କୁହାଯାଇଛି।



from Odisha Reporter http://bit.ly/2Hc1sMK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages