ପଦ୍ମ ପୁରସ୍କାର ଫେରାଇବାକୁ ଚାହିଁଥିଲେ ସୈଫ ଅଲୀ ଖାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ପଦ୍ମ ପୁରସ୍କାର ଫେରାଇବାକୁ ଚାହିଁଥିଲେ ସୈଫ ଅଲୀ ଖାନ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସୈଫ୍‌ ଅଲୀ ଖାନ୍‌ ଭାରତର ସରକାରଙ୍କ ପକ୍ଷରୁ ପାଇଥିବା ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ଫେରାଇବାକୁ ଚାହୁଁଥିଲେ। ତାଙ୍କୁ ୨୦୧୦ରେ ସିନେମା ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ମିଳିଥିଲା। ହେଲେ ତାଙ୍କ ବାପା ଦିବଂଗତ ମନସୁର ଅଲୀ ଖାନ୍‌ ପଟୌଦିଙ୍କ ଆପତ୍ତି ଯୋଗୁ ସେ ଏହାକୁ ଫେରାଇ ନଥିଲେ।
ଅରବାଜ ଖାନଙ୍କୁ ଚାଟ୍ ଶୋ’ ପିଞ୍ଚ ସମୟରେ କିଛି ଟ୍ୱିଟର ବ୍ୟବହାର କରି ସୈଫଙ୍କ ସମ୍ପର୍କରେ ଅବାନ୍ତର କଥା କହିଥିଲେ। ଜଣେ ଟ୍ୱିଟର ବ୍ୟବହାରକାରୀ କହିଥିଲେ ଯେ “ଟଙ୍କା ଦେଇ ପଦ୍ମଶ୍ରୀ କିଣିଥିବା ସୈଫ୍‌ ତାଙ୍କ ପୁଅର ନାଁ ତୈମୁର ରଖିଛନ୍ତି। ଏପରି କି ସେ କିଛି ଲୋକଙ୍କ ରେଷ୍ଟୁରାଣ୍ଟରେ ମାଡ଼ ମାରିଥିଲେ। ଏପରି ସ୍ଥିତିରେ ସେ କେମିତି ସାକ୍ରେଡ୍‌ ଗେମ୍‌ସରେ ଅଭିନୟ କଲେ?”

ଏହା ଉପରେ ପ୍ରତିକ୍ରିୟା ଦେଇ ସୈଫ୍‌ କହିଛନ୍ତି, “ ମୁଁ କୌଣସି ପ୍ରକାରର ପଦ୍ମଶ୍ରୀ ପୁରସ୍କାର କିଣିନାହିଁ। ଟଙ୍କା ଦେଇ ପଦ୍ମ ପୁରସ୍କାର କିଣିବା ସମ୍ଭବ ନୁହେଁ। ଭାରତ ସରକାରଙ୍କୁ ଲାଞ୍ଚ ଦେବା ମୋ କ୍ଷମତା ବାହାରେ। ଏ ସମ୍ପର୍କରେ ଆପଣ ଅନ୍ୟ ବରିଷ୍ଠ ଲୋକଙ୍କୁ ପଚାରି ପାରିବେ। ମୁଁ ଭାବୁଛି ପଦ୍ମଶ୍ରୀ ଗ୍ରହଣ କରିବା ଠିକ୍‌ ନଥିଲା। ମୋ ଠାରୁ ଅନେକ ବରିଷ୍ଠ କଳାକାର ରହିଛନ୍ତି। ସେମାନେ ଆଜି ଯାଏ ପଦ୍ମ ପୁରସ୍କାର ପାଇନାହାନ୍ତି। ଏପରି ସ୍ଥଳରେ ମୋତେ ପଦ୍ମ ପୁରସ୍କାର ମିଳିବା ଲଜ୍ଜାଜନକ। ମୁଁ ଏପରି ସ୍ଥିତିରେ ପଦ୍ମ ପୁରସ୍କାର ଫେରାଇବାକୁ ଚାହିଁଥିଲି। କିନ୍ତୁ ମୋ ବାପା ହିଁ ମୋତେ ଏପରି କରିବାକୁ ମନା କରିଥିଲେ। ତେଣୁ ମୁଁ ଭାରତ ସରକାରଙ୍କୁ ଏହା ଫେରାଇ ନଥିଲି।”



from Odisha Reporter http://bit.ly/2JiY3xX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages