ବାତ୍ୟା, ବିଭୀଷିକା ଆଉ ଦୁର୍ଦ୍ଦଶା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 6, 2019

ବାତ୍ୟା, ବିଭୀଷିକା ଆଉ ଦୁର୍ଦ୍ଦଶା…

ବ୍ରହ୍ମଗିରି (ସୁନୀଲ ପ୍ରଧାନ): ବାତ୍ୟା, ବିଭୀଷିକା ଆଉ ଦୁର୍ଦ୍ଦଶା। ବ୍ରହ୍ମଗିରିରେ ବିପନ୍ନଙ୍କ ଯେଉଁ ଚିତ୍ର ଦେଖିବାକୁ ମିଳିଛି ତାହା ଅବିଶ୍ୱସନୀୟ ଓ ଅବର୍ଣ୍ଣନୀୟ। ବିଶେଷ କରି ରେବଣା, ନୂଆଗାଁ, ତଳମାଳ ଓ ଆଳିଆପୁଟରେ ପ୍ରଳୟଙ୍କରୀ ବାତ୍ୟା ଉଡାଇନେଇଛି ଭବିଷ୍ୟତ। ଅନ୍ଧକାର ଭିତରକୁ ଠେଲି ଦେଇଛି ଜୀବନ। ମାଟିରେ ମିଶିଯାଇଛି ଚାଳ ଓ ଚୂଲି।

ଉଜୁଡିଯାଇଛି ଚାଷ ଓ ବାସ। ଶୁକ୍ରବାର ସକାଳୁ ୪ଘଣ୍ଟାର ଝଡ଼ ବିଭିଷୀକାରେ ମାଟିରେ ମିଶି ଯାଇଛି ଅଧିକାଂଶ ଲୋକଙ୍କ ଘର। ଅଣଚାଷ ପବନରୁ ଜୀବନ ବଞ୍ଚାଇବାକୁ କିଏ କେଉଁଠି ସୁରକ୍ଷିତ ସ୍ଥାନରେ ସିନା ଆଶ୍ରୟ ନେଇଯାଇଥିଲେ, ହେଲେ ଝଡ଼ ପରେ ଫେରି ଯାହା ଦେଖିଥିଲେ ହୃଦୟ ସହିନଥିଲା ।

ସମସ୍ତଙ୍କ ପାଇଁ ଯେମିତି ଅଜଣା ଓ ଅଚିହ୍ନା ପାଲଟି ଯାଇଥିଲା ଅତି ଆପଣାର ଭିଟାମାଟି । ପ୍ରକୃତି ଯେତେବେଳେ ଦାଉ ସାଧିଛି, କାହାକୁ ଆଉ ଦୋଷ ଦେବେ। ଭାଗ୍ୟକୁ ଆଦରି ପୁଣି ଥରେ ଧ୍ୱଂସ କୁଡ଼ିଆରୁ ଖୋଜିଥିଲେ ବଞ୍ଚିବାର ରାହା। ସେହିପରି ଫୋନି ଫଣାରୁ ସାଂଘାତିକ୍‌ ଚୋଟ ଖାଇଥିବା ଉଭୟ ତଳମାଳ ଓ ଆଳିଆପୁଟ ଗାଁରେ ଦୁର୍ଦ୍ଦଶାର ଚିତ୍ର ପ୍ରାୟ ଉଣା ଅଧିକେ ସମାନ ଛିନଛତ୍ର ହୋଇଯାଇଛି ।

ଦୁଇ ଗାଁର ୯୦ ପ୍ରତିଶତରୁ ଅଧିକ ଲୋକଙ୍କ ଘର ଏବେ ରାତି, ଦିନ ସମସ୍ତଙ୍କ ପାଇଁ ସମାନ। ମଜଭୁତ ଘରଟି ଏ ପାଇଁ ଅଣ୍ଟାରେ ଧନ ନାହିଁ। ଭଙ୍ଗା ଘରକୁ ସଜାଡିବାକୁ ଜୁ ବି ନାହିଁ । ଏବେ ସବୁଠି ଧ୍ୱଂସାବେଶଷ। ତଳୁ ଖୋଜା ଚାଲିଛି ବଞ୍ଚିବାର ରାହା। ୩ଦିନର ଖାଡ଼ା ଉପାସ ପରେ କିଏ ଶୁଖିଲା ଚୁଡ଼ା ଡାଲାଏକୁ ସାରା ପରିବାର ପାଇଁ ଆଶ୍ରା କରିଛି ତ’ ଆଉ କାହା ଘରେ ଭାତ ଗଣ୍ଡେ ଫୁଟିଛି।…



from Odisha Reporter http://bit.ly/301MKiv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages