ପୁରୀ ଓ ଭୁବନେଶ୍ୱରରେ କେବେ ଆସିବ ବିଜୁଳି ? ଅନ୍ଧାରରେ ଶକ୍ତି ବିଭାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 6, 2019

ପୁରୀ ଓ ଭୁବନେଶ୍ୱରରେ କେବେ ଆସିବ ବିଜୁଳି ? ଅନ୍ଧାରରେ ଶକ୍ତି ବିଭାଗ

ଭୁବନେଶ୍ୱର/ପୁରୀ(ଓଡ଼ିଶା ରିପୋର୍ଟର):ଫୋନିରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ପୁରୀ ଓ ଭୁବନେଶ୍ୱର। ଏଠାରେ ବିଜୁଳି କେବେ ଆସିବ ସେ ନେଇ ଶକ୍ତି ବିଭାଗ ବି ଅନ୍ଧାରରେ । ପ୍ରଥମ ଦିନରୁ ୨୫ ପ୍ରତିଶତ ବିଜୁଳି ଦେବାର ଦମ୍ଭୋକ୍ତି ଦେଖାଇଥିବା ଶକ୍ତି ସଚିବ ଆଜି ପୁଣି ଆସନ୍ତାକାଲିକୁ ସମୟ ଗଡ଼ାଇ ସମାନ କଥା କହିଛନ୍ତି ।

ବିଜୁଳି ସଂଯୋଗରେ ବାଧକ ସାଜିଛି ମ୍ୟାନ୍ ପାଓ୍ୱାର। ବିଜୁଳିକୁ ନେଇ ସ୍ମାର୍ଟ ସିଟିର ସ୍ଥିତି ଅସମ୍ଭାଳ ହୋଇପଡିଥିବା ବେଳେ ପୁରୀରେ କେବେ ବିଜୁଳି ଆସିବ ସେ କଥା କହିବା ସ୍ଥିତିରେ ନାହିଁ ଶକ୍ତି ବିଭାଗ। ଅସହ୍ୟ ଗରମ ଓ ଗୁଳୁଗୁଳି ସାଙ୍ଗକୁ ବିଜୁଳି ବିନା ଜନଜବୀନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ କିଛି ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ବି ସୃଷ୍ଟି ହେଲାଣି।

ରାଜଧାନୀର ସବୁଠୁ ଗୁରୁତ୍ୱପୂର୍ଣ ସ୍ଥାନ ରାଜଭବନ ଛକ। ଫୋନି ଯିବାର ୭୨ ଘଣ୍ଟା ପରେ ବି ରାଜ୍ୟପାଳଙ୍କ ବାସଭବନ କଡରେ ପଡ଼ି ରହିଛି ଗଛ । ପଡ଼ି ରହିଛି ବିଜୁଳି ଖୁଣ୍ଟ। ଏମିତି ଗଳି କନ୍ଦିରେ ୧୦ ହଜାରରୁ ଅଧିକ ଖୁଣ୍ଟ ଭାଙ୍ଗିଛି । କିନ୍ତୁ ବିଡ଼ମ୍ବନା ହେଉଛି ଫୋନି ଯିବାର ତିନି ଦିନ ପରେ ବି ଖୁଣ୍ଟକୁ ସଳଖି ଠିଆ କରିବା ପାଇଁ କର୍ମଚାରୀଙ୍କ ଦେଖାନାହିଁ। ଏପଟେ ବିଜୁଳି ବ୍ୟବସ୍ଥା ସ୍ୱାଭାବିକ୍‌ କରିବାକୁ ସେସୁ କଣ୍ଟ୍ରୋଲ ରୁମରେ ଚାଲିଛି ଘନ ଘନ ବୈଠକ । ଆଜି ଖୋଦ୍ ଶକ୍ତି ସଚିବ ବିଭାଗର ଅନ୍ୟ ଅଧିକାରୀ ଓ ଏନଟିପିସିର ବରିଷ୍ଠ  ଅଧିକାରୀଙ୍କୁ  ନେଇ ସ୍ଥିତି ସମୀକ୍ଷା କରିଛନ୍ତି ।

ସେପଟେ ଫୋନି  ବିଧ୍ୱଂସ୍ତ ପୁରୀର ଚିତ୍ର ଆହୁରି ସଂଗୀନ । ତେବେ ଭୁଷୁଡି ପଡିଥିବା  ଭିତ୍ତିଭୂମିକୁ ସଜାଡିବାକୁ ୧୦ ହଜାର କର୍ମଚାରୀଙ୍କ ଆବଶ୍ୟକତା ଥିବା ବେଳେ ଅଛନ୍ତି ମାତ୍ର ୪ ହଜାର। ଟ୍ରେନସେବା ସ୍ୱାଭାବିକ୍‌ ହୋଇ ନଥିବାରୁ ଅନ୍ୟ ରାଜ୍ୟରୁ ବି କୁଶଳୀ ଶ୍ରମିକ ଆସିପାରୁନାହାଁନ୍ତି । ଏପରି ସ୍ଥିତିରେ ଆସନ୍ତା କାଲି ସୁଦ୍ଧା ଭୁବନେଶ୍ୱରର ୨୫ ପ୍ରତିଶତ ଉପଭୋକ୍ତାଙ୍କ ପାଖରୁ ବିଜୁଳି ଦିଆଯିବ ବୋଲି କହିଛନ୍ତି ଶକ୍ତି ସଚିବ । ମୋଟ ୮୮ ଟି ଫିଡର ମଧ୍ୟରୁ ୮ଟିକୁ ଆଜି ଚାର୍ଜ କରାଯାଇଥିବା ବେଳେ କାଲି ସୁଦ୍ଧା ଆଉ ୨୦ଟିକୁ ଚାର୍ଜ କରାଯିବ ବୋଲି ସୂଚନା ଦେଇଛନ୍ତି ସଚିବ । ତେବେ ପୁରୀରେ ବିଦ୍ୟୁତ୍‌ ସେବା କେବେ ସ୍ୱାଭାବିକ୍‌ ହେବ ତାହା ଏବେ  କହିବା ସମ୍ଭବ ନୁହେଁ।



from Odisha Reporter http://bit.ly/2LnPK5H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages