ଇଷ୍ଟର ହମ୍‌ଲାକୁ ନେଇ ଶ୍ରୀଲଙ୍କାରେ ହିଂସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 6, 2019

ଇଷ୍ଟର ହମ୍‌ଲାକୁ ନେଇ ଶ୍ରୀଲଙ୍କାରେ ହିଂସା

କଲମ୍ବୋ: ଶ୍ରୀଲଙ୍କାରେ ଇଷ୍ଟର ରବିବାର ଆତ୍ମଘାତୀ ବିସ୍ଫୋରଣକୁ ବେଶ୍ କିଛି ଦିନ ବିତିଯାଇଥିଲେ ମଧ୍ୟ ଏହାକୁ ନେଇ ଏବେ ମଧ୍ୟ ନିଆଁ କୁହୁଳୁଥିବା ଜଣାପଡ଼ିଛି। ଏପରକି ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା କାଣ୍ଡ ଘଟୁଥିବା ମଧ୍ୟ ସୂଚନା ମିଳିଛି। ଏଭଳି ଏକ ଘଟଣାରେ ନେଗୋମ୍ବୋଠାରେ ୧୨ରୁ ଊର୍ଦ୍ଧ୍ୱ ଦୋକାନ ପୋଡ଼ିଦିଆଯାଇଛି ଯେଉଁଗୁଡ଼ିକ ମୁସଲିମ୍‌ଙ୍କ ମାଲିକାନାରେ ଥିଲା। ଏହାପରେ ସେଣ୍ଟ ସେବାସ୍ତିଆନ୍‌ ଚର୍ଚ୍ଚ ପକ୍ଷରୁ ଖ୍ରୀଷ୍ଟିଆନମାନଙ୍କୁ ଶାନ୍ତି ପାଇଁ ଆହ୍ୱାନ କରାଯିବା ସହିତ ସ୍ଥାନୀୟ ଅଞ୍ଚଳରେ ମଦ ଦୋକାନ ବନ୍ଦ ରଖିବାକୁ ଆହ୍ୱାନ କରାଯାଇଛି।


ଏହି କଲମ୍ବୋର ଆର୍କ ବିଶପ୍‌ କହିଛନ୍ତି, ମୁଁ ସମସ୍ତ କାଥୋଲିକ୍‌ ଏବଂ ଖ୍ରୀଷ୍ଟିଆନ୍‌ ଭାଇ ଓ ଭଉଣୀଙ୍କୁ ଆହ୍ୱାନ କରୁଛି ଜଣେ ମଧ୍ୟ ମୁସଲିମ୍‌ଙ୍କୁ ଆଘାତ ପହଞ୍ଚାଅନି। କାରଣ ସେମାନେ ଆମର ଭାଇ ଓ ଭଉଣୀ। ସେମାନେ ଆମ ଧାର୍ମିକ ସଂସ୍କୃତିର ଅଂଶ। ଶ୍ରୀଲଙ୍କାରେ ଉତ୍ତମ ବୁଝାମଣା ରକ୍ଷା କରି ଏବଂ ସୁସମ୍ପର୍କର ମାହୋଲ ସୃଷ୍ଟି କରିବାର ସମୟ ଆସିଛି।

ଏହି ଅବସରରେ ବିଶପ୍‌ ନେଗୋମ୍ବୋର ଏକ ମସଜିଦ୍‌ର ମୌଲବୀଙ୍କ ସହ ଆଲୋଚନା କରିବା ସହିତ ‘ମିନି ରୋମ୍‌’ କୁହାଯାଉଥିବା ନେଗୋମ୍ବୋରେ ବଦ ବ୍ୟାନ୍‌ କରିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି। ଅନ୍ୟ ଏକ ଭିଡିଓରେ ସେ ଖ୍ରୀଷ୍ଟିଆନ୍‌, ମୁସଲିମ୍‌ ଏବଂ ବୌଦ୍ଧ ଧର୍ମାବଲମ୍ବୀଙ୍କୁ ସଂଯମତା ରକ୍ଷା କରିବାକୁ ଆହ୍ୱାନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଇଷ୍ଟର ରବିବାର ହମ୍‌ଲାରେ ନେଗୋମ୍ବୋଠାରେ ସବୁଠାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେଣ୍ଟ ସେବାସ୍ତିଆନ୍‌ ଚର୍ଚ୍ଚରେ ପ୍ରାର୍ଥନାରତ ୧୦୦ ଜଣ ଏଥିରେ ପ୍ରାଣ ହରାଇଥିଲେ। ଏପରକି କିଛି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ କିଛି ଦୃର୍ବୃତ୍ତ ମୁସଲିମ୍‌ ଲୋକଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରକୁ ଢେଲା ମାଡ଼ କରିବା ସହିତ ଘରେ ପାଇ ଆସବାବପତ୍ର ନଷ୍ଟ କରୁଛନ୍ତି। ତେବେ ଏହି ଭିଡିଓର ସତ୍ୟତା ଯାଞ୍ଚ କରାଯିବା ସହିତ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି।



from Odisha Reporter http://bit.ly/2V4B6Qa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages