ଫୋନି: ୟୁପି ଓ ତାମିଲନାଡୁ ୧୦ କୋଟି ଟଙ୍କା ଲେଖାଏଁ ସହାୟତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 5, 2019

ଫୋନି: ୟୁପି ଓ ତାମିଲନାଡୁ ୧୦ କୋଟି ଟଙ୍କା ଲେଖାଏଁ ସହାୟତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଓଡ଼ିଶାରେ ‘ଫୋନି’ ବାତ୍ୟାର ତାଣ୍ଡବଲୀଳାରେ ବ୍ୟାପକ କ୍ଷୟକ୍ଷତି ପରେ ଉତ୍ତରପ୍ରଦେଶ ଓ ତାମିଲନାଡୁ ସରକାର ସହାୟତାର ହାତ ବଢ଼ାଇଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଫୋନି’ ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ ଦେବାକୁ ଅନୁରୋଧ କରିଥିଲେ।
ଆଜି ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ୱାମୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧୦କୋଟି ଟଙ୍କା ଲେଖାଏଁ ସହାୟତା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦେବା ପାଇଁ ଘୋଷଣା କରିଛନ୍ତି। ଶ୍ରୀ ପଲାନିସ୍ୱାମୀ ‘ଫୋନି’ ବାତ୍ୟାରେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ପ୍ରକଟ କରିବା ସହ ଓଡ଼ିଶା ଲୋକଙ୍କ ଏଭଳି ଦୁର୍ଦ୍ଦିନରେ ତାମିଲନାଡୁବାସୀ ସେମାନଙ୍କ ସହ ରହିଛନ୍ତି ବୋଲି କହିଛନ୍ତି। ସେହିପରି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ୧୦କୋଟି ଟଙ୍କା ସହାୟତା ଘୋଷଣା କରିବା ସହ ଓଡ଼ିଶାର ବାତ୍ୟା ପ୍ରଭାବିତ ଲୋକଙ୍କ ସହ ଉତ୍ତରପ୍ରଦେଶବାସୀ ରହିଛନ୍ତି ବୋଲି କହିଛନ୍ତି।



from Odisha Reporter http://bit.ly/2ZX1HSW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages