
ନୂଆଦିଲ୍ଲୀ: ଭୁଲ ରଣନୀତି ଏବଂ ବ୍ୟବସାୟୀଙ୍କୁ ଲାଭ ଦେବାକୁ ଯାଇ ମୋଦି ସରକାର ଦେଶର ଅର୍ଥନୀତିକୁ ଖରାପ ସ୍ଥିତିରେ ପହଞ୍ଚାଇଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ। ଚଳିତ ଥର ଏହାର ଉଚିତ୍ ଜବାବ ଜନତା ଦେଉଛନ୍ତି ବୋଲି ମନମୋହନ ସିଂହ କହିଛନ୍ତି।
ଚଳିତ ସରକାର ବିକାଶର ନାରା ଦେଇ କ୍ଷମତାକୁ ଆସିଥିଲା। ହେଲେ ଏବେ ବିକାଶ ବଦଳରେ ଲୋକଙ୍କ ମନରେ ଏହି ସରକାର ଘୃଣାଭାବ ସୃଷ୍ଟି କରୁଥିବା ମନମୋହନ ସିଂହ କହିଛନ୍ତି। ଦେଶରେ ୫ ବର୍ଷ ମଧ୍ୟରେ ଅନେକ ଘୋଟାଲା ହୋଇଛି। ଯେଉଁଥିରୁ ବିମୁଦ୍ରିକରଣ ଅନ୍ୟତମ ବୋଲି ସେ କହିଛନ୍ତି। କ୍ଷମତାକୁ ଆସିଲେ ଏହି ଘୋଟାଲାର ତଦନ୍ତ ହେବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ସମାନ ଅଭିଯୋଗ ଆଣିଥିଲେ। ହରିଆନା ଗୁରୁଗ୍ରାମରେ ଏକ ରାଲି ବେଳେ ରାହୁଲ କହିଥିଲେ ଯେ ବିମୁଦ୍ରିକରଣ ଏବଂ ରାଫେଲ ଡିଲ୍ ଏକ ବଡ଼ ଘୋଟାଲା।
from Odisha Reporter http://bit.ly/2V1DAic
No comments:
Post a Comment