ଡ୍ୟୁପ୍ଲେସିସ୍ ଶତକରୁ ବଞ୍ଚିତ, ଚେନ୍ନାଇ ୧୭୦/୫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 5, 2019

ଡ୍ୟୁପ୍ଲେସିସ୍ ଶତକରୁ ବଞ୍ଚିତ, ଚେନ୍ନାଇ ୧୭୦/୫

ଚଣ୍ଡିଗଡ଼: ଫାଫ୍ ଡ୍ୟୁପ୍ଲେସିସ୍ ଓ ସୁରେଶ ରାଇନାଙ୍କ ସଫଳ ବ୍ୟାଟିଂକୁ ଆଧାର କରି ଚେନ୍ନାଇ ସୁପର କିଙ୍ଗସ୍ ଆଇପିଏଲରେ ରବିବାର ଖେଳାଯାଇଥିବା କିଙ୍ଗସ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚରେ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୦ ରନ୍ କରିଛି। ଫଳରେ ଏହି ମ୍ୟାଚକୁ ଜିତିବା ପାଇଁ ପଞ୍ଜାବକୁ ନିର୍ଦ୍ଧାରିତ ଓଭରରେ ୧୭୧ ରନ୍ କରିବାକୁ ପଡ଼ିବ।

ଚେନ୍ନାଇ ପକ୍ଷରୁ ଡ୍ୟୁପ୍ଲେସିସ୍ ସର୍ବାଧିକ ୯୬ (୫୫ ବଲ୍, ୧୦ ଚୌକା, ୪ ଛକା) ରନ୍ କରି ଶତକରୁ ବଞ୍ଚିତ ହୋଇଛନ୍ତି। ତେବେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ଖରାପ ପ୍ରଦର୍ଶନ କାରଣରୁ ଚେନ୍ନାଇ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇପାରି ନାହିଁ।

ପଞ୍ଜାବ କ୍ରିକେଟ୍ ଆସୋସିଏସନ୍ ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ୍ ଅଶ୍ୱିନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପଞ୍ଜାବକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ ସାମ୍ କରାନ୍। ମ୍ୟାଚର ପଞ୍ଚମ ଓଭରରେ ଚେନ୍ନାଇ ଓପ୍ନର ଶେନ୍ ୱାଟସନ୍ ମାତ୍ର ୭ ରନ୍ କରି କ୍ଲିନ୍ ବୋଲ୍ଡ ହୋଇଥିଲେ।

ଏହା ପରେ ଡ୍ୟୁପ୍ଲେସିସ୍ ଓ ରାଇନା ଦମଦାର ବ୍ୟାଟିଂ କରି ଟିମକୁ ମଜଭୁତ୍ ସ୍କୋର ଦେଇଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୧୨୦ ରନର ଶତକୀୟ ପାର୍ଟନରଶିପ୍ କରିଥିଲେ। ରାଇନା ୩୮ ବଲରେ ୫ ଚୌକା ଓ ୨ ଛକା ସହ ୫୩ ରନ୍ କରି କରାନଙ୍କ ବଲରେ ମହମ୍ମଦ ଶାମିଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ରାଇନାଙ୍କ ଆଉଟ୍ ପରେ ଚେନ୍ନାଇର ରନ୍ ଗତିରେ ହ୍ରାସ ପାଇଥିଲା। ଟିମ୍ ସ୍କୋର ୧୬୩ ଥିବା ବେଳେ ଡ୍ୟୁପ୍ଲେସିସଙ୍କୁ ବୋଲ୍ଡ କରି କରାନ୍ ପଞ୍ଜାବକୁ ବଡ଼ ସଫଳତା ଦେଇଥିଲେ।

ଏହା ପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଉପସ୍ଥିତି ସତ୍ତ୍ୱେ ଟିମ୍ ବଡ଼ ସ୍କୋର କରିପାରି ନଥିଲା। ଧୋନି ୧୦ ଓ ଡ୍ୱେନ୍ ବ୍ରାଭୋ ୧ ରନ୍ କରି ଅପରାଜିତ ଥିଲେ। ତେବେ ଅମ୍ବାତି ରାୟୁଡୁ (୧) ଓ କେଦାର ଯାଦବ (୦)ଙ୍କୁ ଶାମି ପ୍ୟାଭିଲିୟନ୍ ପଠାଇଥିଲେ। ପଞ୍ଜାବ ପକ୍ଷରୁ କରାନ୍ ୩୫ ରନ୍ ଦେଇ ୩ଟି ଓ ଶାମି ୧୭ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ।



from Odisha Reporter http://bit.ly/2V1DA1G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages