ଏହି ସିରିଏଲ୍‌ ଜରିଆରେ ଟିଭି ଦୁନିଆକୁ ପୁଣି କମ୍‌ ବ୍ୟାକ୍‌ କରୁଛନ୍ତି କରନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ଏହି ସିରିଏଲ୍‌ ଜରିଆରେ ଟିଭି ଦୁନିଆକୁ ପୁଣି କମ୍‌ ବ୍ୟାକ୍‌ କରୁଛନ୍ତି କରନ୍‌

ମୁମ୍ବାଇ: ଫିଲ୍ମ ପରେ ପୁଣି ଟିଭି ଦୁନିଆକୁ କମ୍‌ବ୍ୟାକ୍‌ କରୁଛନ୍ତି ଅଭିନେତା କରନ୍‌ ସିଂହ ଗ୍ରୋଭର। ତାଙ୍କୁ ଟିଭି ଧାରବାହିକ ‘କସୌଟୀ ଜିନ୍ଦେଗୀ କୀ-୨’ରେ ଦେଖିବାକୁ ମିଳିବ। ଧାରାବାହିକର ଆଇକୋନିକ୍‌ କ୍ୟାରେକ୍ଟର ମିଷ୍ଟର ବଜାଜ ତଥା ଭୂଷଣ ବଜାଜ ଚରିତ୍ରରେ ତାଙ୍କୁ ଦେଖିବାକୁ ମିଳିବ।

ପୂର୍ବରୁ ମିଷ୍ଟର ବଜାଜ ଚରିତ୍ରକୁ ନେଇ ଭିନ୍ନ ଭିନ୍ନ ନାଁ ଚର୍ଚ୍ଚା ହେଉଥିଲା। ଏହି ଚରିତ୍ର ପାଇଁ କରନ୍‌ ୱାହୀଙ୍କ ନାଁ ବି ସାମ୍ନାକୁ ଆସିଥିଲା। ଏବେ ଖବର ଆସିଛି ଯେ ଏହି ଚରିତ୍ର ପାଇଁ ଏବେ କରନ୍‌ ସିଂହ ଗ୍ରୋଭରଙ୍କୁ ଆପ୍ରୋଚ କରାଯାଇଛି।
ଏହା ପୂର୍ବରୁ ‘କସୌଟି ଜିନ୍ଦେଗୀ କୀ’ରେ ମିଷ୍ଟର ବଜାଜ ଚରିତ୍ରରେ ରୋନିତ୍‌ ରୟ ଅଭିନୟ କରିଥିଲେ। ତାଙ୍କର ସେହି ଚରିତ୍ର ଆଜି ବି ଲୋକଙ୍କ ମନରେ ଛାପ ଛାଡ଼ି ଦେଇଛି।

ରିପୋର୍ଟ ମୁତାବକ, କରନ୍‌ ସିଂହଙ୍କୁ ଏକ୍‌ତା କପୁର ମିଷ୍ଟର ବଜାଜ୍‌ ଚରିତ୍ର ପାଇଁ ଆପ୍ରୋଚ୍‌ କରିଛନ୍ତି। କରନ୍‌ କଣ୍ଟ୍ରାକ୍ଟ ସାଇନ୍‌ କରିବା ପ୍ରୋସେସ୍‌ରେ ଅଛନ୍ତି। ଆଉ ଏହାର ଶୁଟିଂ ୧୭ ମେକୁ ଆରମ୍ଭ ହୋଇପାରେ।  ଖୁବ୍‌ ଶୀଘ୍ର ସେ ଶୋ’ରେ ଏଣ୍ଟ୍ରି କରି ପାରନ୍ତି। ଦେଖିବାକୁ ବାକି ରହିଲା କରନ୍‌ ଏହି ଚରିତ୍ରକୁ କେତେ ନ୍ୟାୟ ଦେଇ ପାରୁଛନ୍ତି।

କରନ୍‌ ଅନେକ ଦିନ ହେବ ଛୋଟ ପରଦାରୁ ଗାଏବ୍ ଥିଲେ।   ଏହା ପୂର୍ବରୁ ସେ ‘ଦିଲ୍‌ ମିଲ୍‌ ଗଏ’ ଓ ‘କବୁଲ୍‌ ହୈ’ ଭଳି ହିଟ୍‌ ଶୋ’ ଦେଇ ସାରିଛନ୍ତି।
ତାଙ୍କ ପୂର୍ବରୁ ଏହି ଚରିତ୍ରରେ ଅଭିନୟ କରିବାକୁ ଅନେକ ଅଭିନେତା ନାଁ ଚର୍ଚ୍ଚା ହେଉଥିଲା। ଏଥିରେ ସମୀର କୋଚର, ଏଜାଜ ଖାନ୍‌, ଇକ୍‌ବାଲ୍‌ ଖାନ୍‌ଙ୍କ ନାଁ ଟପ୍‌ ତାଲିକାରେ ଥିଲା। ଏହି ସିରିଏଲ୍‌ରେ ଏବେ କୋମଲିକାର ରାଜ୍‌ ଖୋଲିବାକୁ ଅଛି। କୋମଲିକା ଡ୍ରାମା ପରେ ମିଷ୍ଟର ବଜାଜଙ୍କର ଏଣ୍ଟ୍ରି ହେବ।



from Odisha Reporter http://bit.ly/2Vq0WhL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages