ଏହି ପେଷ୍ଟ ବ୍ୟବହାର କରି ଖରାଦିନେ କଳା ପଡ଼ିଥିବା ତ୍ୱଚାରେ ଆଣନ୍ତୁ ଚମକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ଏହି ପେଷ୍ଟ ବ୍ୟବହାର କରି ଖରାଦିନେ କଳା ପଡ଼ିଥିବା ତ୍ୱଚାରେ ଆଣନ୍ତୁ ଚମକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ଖରା ପ୍ରବଳ ହେଉଛି। ଆମେ ଖରା ପାଇଁ କାମ ବନ୍ଦ କରି ଘରେ ତ ବସି ପାରିବା ନାହିଁ। କାମ ଅଛି ତ ବାହାରକୁ ଯିବାକୁ ପଡ଼ିବ। ଆଉ ଖରାଦିନେ ବାହାରକୁ ଥରେ ଯାଇ ଘରେ ଆସି ନିଜ ଚେହେରା ଦେଖିଲା ବେଳକୁ ତାହା ବହୁତ କଳା ପଡ଼ି ଯାଇଥାଏ। ତେବେ  ଏହା ଦେଖି ଜଣେ ଚିନ୍ତିତ ହେବା ସ୍ୱଭାବିକ। ଏଥିରୁ ମୁକ୍ତି ପାଇବା ଲାଗି ଆମେ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ଦାମିକା କ୍ରୀମ୍‌ ଆଣି ଲଗାଇଥାଉ। କିନ୍ତୁ ଆଶା ମୁତାବକ ଫଳ ପାଇପାରି ନ ଥାଉ।

କିନ୍ତୁ ଆପଣଙ୍କୁ ଏବେ ଦାମିକା କ୍ରୀମ୍‌ କିଣିବାକୁ ପଡ଼ିବ ନାହିଁ। କାରଣ ଆମେ ଆପଣଙ୍କୁ କିଛିଟା ଘରୋଇ ଟିପ୍ସ ଦେବୁ ଯାହାକୁ ବ୍ୟବହାର କରି ଆପଣ ଖରାରେ କଳା ପଡ଼ିଥିବା ତ୍ୱଚାରେ ପୂର୍ବ ଚମକ ଆଣି ପାରିବେ।

ଆମ ଆଖପାଖରେ ମିଳୁଥିବା ଜିନିଷ ଯେପରିକି ଅମୃତଭଣ୍ଡା, କମଳା, ଦହି, ଲେମ୍ବୁ, ମହୁ, ବେସନ, କ୍ଷୀର ଉତ୍ୟାଦି  ବ୍ୟବହାର କରି ସୁନ୍ଦର ତ୍ୱଚା ପାଇ ପାରିବା। ତେବେ ଜାଣନ୍ତୁ କିପରି ପେଷ୍ଟ ତିଆରି କରିବେ ଆଉ ବ୍ୟବହାର କରି କଳା ପଡ଼ିଥିବା ତ୍ୱଚାକୁ ପୂର୍ବ ପରି କରି ପାରିବେ।

୧- ଅମୃତଭଣ୍ଡା ଏବଂ ମହୁ ପେଷ୍ଟ

ଗୋଟେ କପ୍‌ ପାଚିଲା ଅମୃତଭଣ୍ଡା ନେଇ ପେଷ୍ଟ ତିଆରି କରନ୍ତୁ। ସେଥିରେ କିଛି ମହୁ ମିଶାଇ ଚେହେରାରେ ହେଉ ବା କଳା ପଡ଼ିଥିବା ହାତ ଗୋଡ଼ରେ ଲଗାନ୍ତୁ। ୨୦ ମିନିଟ୍‌ ପରେ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏହା ପରେ ପୁଣି ଥରେ ଥଣ୍ଡା ପାଣିରେ ଚେହେରା ସଫା କରି ଧୋଇ ଦିଅନ୍ତୁ। ଏହା କଲେ ଆପଣଙ୍କ ତ୍ୱଚା ନିଶ୍ଚୟ ପୂର୍ବ ଅପେକ୍ଷା ଉଜ୍ୱଳ ଦିଶିବ।

୨- ଶୁଖିଲା କମଳା ଚୋପା ଏବଂ ଦହି

କମଳା ଖାଇ ସାରିବା ପରେ ଚୋପାକୁ ନ ଫୋପାଡ଼ି ତାକୁ ଶୁଖାଇ ଦିଅନ୍ତୁ। ଏହାକୁ ଏବେ ଗୁଣ୍ଡ କରି ସେଥିରେ ଦହି ମିଶାଇ ତ୍ୱଚାରେ ଲଗାନ୍ତୁ। ୧୦ରୁ ୧୫ ମିନିଟ୍‌ ପରେ ତ୍ୱଚାକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ।

୩- ଦହି ଲେମ୍ବୁ ଏବଂ ମହୁ

ଏକ ପାତ୍ରରେ ଦହି, ଲେମ୍ବୁ ରସ ଏବଂ ମହୁ ନେଇ ଭଲରେ ମିଶାଇ ଦିଅନ୍ତୁ। ଏବେ ଏହି ମାସ୍କକୁ ତ୍ୱଚାରେ ଲଗାନ୍ତୁ। ୨୦ ମିନିଟ ପରେ ତ୍ୱଚାକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଦେଖିବେ ଖରାରେ କଳା ପଡ଼ିଥିବା ଚେହେରାରେ ଉଜ୍ୱଳତା ଆସିଥିବ।

୫- ବେସନ ଏବଂ ଗୋଲାପ ଜଳ

ବେସନ ଏବଂ ଗୋଲାପ ଜଳ ନେଇ ଏକ ପେଷ୍ଟ ତିଆରି କରନ୍ତୁ। ଆପଣଙ୍କ ତ୍ୱଚା ଯଦି ଶୁଷ୍କ ଅଛି ତାହାଲେ ସେଥିରେ ଗୋଲାପ ଜଳ ବଦଳରେ ଦହି ନେଇ ପାରିବେ। ଏହି ପେଷ୍ଟକୁ ତ୍ୱଚା ଏବଂ କଳା ପଡ଼ିଥିବା ସ୍ଥାନରେ ଲଗାନ୍ତୁ। ଏବଂ ୨୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ।

୬- ଚନ୍ଦନ, ବାଦାମ ପାଉଡର୍‌ ଏବଂ କ୍ଷୀର

ଚନ୍ଦନ, ବାଦାମ ପାଉଡର୍‌ ଏବଂ କ୍ଷୀର ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହାକୁ ଏବେ ତ୍ୱଚାରେ ଲଗାନ୍ତୁ। ୨୦ ମିନିଟ୍‌ ପରେ ତ୍ୱଚା ଧୋଇ ଦିଅନ୍ତୁ। ଯଦି ଏହାକୁ ଲଗାଇଲା ପରେ ଆପଣଙ୍କ ତ୍ୱଚା ଶୁଷ୍କ ଲାଗୁଛି ତାହାଲେ ଆପଣ ମଶ୍ଚରାଇଜର୍‌ ଲଗାଇ ପାରିବେ।

୭-ଆଳୁ

ଗୋଟେ ଆଳୁ ନେଇ ପତଳା ପତଳା କରି କାଟି ଦିଅନ୍ତୁ। ଏହାକୁ ଏବେ ତ୍ୱଚାରେ ଲଗାଇ ୧୫ରୁ ୨୦ ମିନିଟ୍‌ ଯାଏ ରଖନ୍ତୁ। ଏହା ପରେ ସଫା ପାଣିରେ ଧୋଇ ଦିଅନ୍ତୁ।

୮-ଚାଉଳ ଚୂନା ଏବଂ କ୍ଷୀର

୩ରୁ ୪ ଚାମଚ ଚାଉଳ ଚୂନା ନେଇ ସେଥିରେ କ୍ଷୀର ମିଶାଇ ପେଷ୍ଟ କରନ୍ତୁ। ଏହାକୁ ଏବେ ମୁହଁରେ ଲଗାଇ ୨୦ରୁ ୩୦ ମିନିଟ୍‌ ଯାଏ ରଖନ୍ତୁ। ଏହା ପରେ ଉଷୁମ ପାଣିରେ ତ୍ୱଚା ଧୋଇ ଦିଅନ୍ତୁ।

 



from Odisha Reporter http://bit.ly/2YttUzi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages