ଫେଲ ମାରିଲା ବୁଆ-ବବୁଆ ଯୋଡ଼ି, ବିଜେପିକୁ ୬୨ ଆସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

ଫେଲ ମାରିଲା ବୁଆ-ବବୁଆ ଯୋଡ଼ି, ବିଜେପିକୁ ୬୨ ଆସନ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ(ୟୁପି)ରେ ବିଜେପିର ବିଜୟ ରଥକୁ ଅଟକାଇବା ପାଇଁ ବୁଆ ମାୟାବତୀ ଓ ବବୁଆ ଅଖିଲେଶ ଯେଉଁ ମେଣ୍ଟ କରିଥିଲେ ତାହା ମୋଦି ସୁନାମିରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି।

ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ୟୁପିର ୮୦ଟି ଲୋକସଭା ଆସନରୁ ବିଜେପି ୬୨ଟିରେ ଜିତିଥିବା ବେଳେ ବୁଆ-ବବୁଆ ଯୋଡ଼ି ୧୫ଟି ଆସନ ପାଇଛନ୍ତି। ସେହିପରି କଂଗ୍ରେସ ଗୋଟିଏ ଆସନ ଜିତଛି। ବିଜେପିର ସହଯୋଗୀ ଆପନା ଦଳ ୨ଟି ଆସନ ଦଖଲ କରିଛି। ସପା ଓ ବିଏସ୍‌ପି ମଧ୍ୟରୁ ଅଧିକ ଆସନ ବିଏସପି ପାଇଛି। ବିଏସପି ୧୦ଟିରେ ଜିତିଥିବା ବେଳେ ସପା ୫ଟି ପାଇଛି। ଯଦି ଆମେ ଭୋଟ୍ ଶେୟାର ଦେଖିବା ବିଜେପିର ଭୋଟ୍‌ ଶେୟାର ସର୍ବାଧିକ ୪୯.୬% ରହିଛି। ବିଏସ୍‌ପି ୧୯.୩% ଭୋଟ୍ ପାଇଥିବା ବେଳେ ସପାର ଭୋଟ୍ ୧୭.୯୬% ରହିଛି। କଂଗ୍ରେସର ଭୋଟ୍‌ ଭାଗ ମାତ୍ର ୬.୩% ରହିଥିଲା।
କଂଗ୍ରେସ ପକ୍ଷରୁ ସୋନିଆ ଗାନ୍ଧି ହିଁ ରାଏବରେଲୀରୁ ଜିତିଛନ୍ତି। ଆମେଠିରୁ ରାହୁଲ ଗାନ୍ଧି ପରାସ୍ତ ହୋଇଛନ୍ତି।



from Odisha Reporter http://bit.ly/2YRdKjz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages