
ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସାବିରା ରେଲୱେ ଷ୍ଟେସନ୍ରେ ଟ୍ରେନ୍ ଆଗକୁ ଡେଇଁ ଜଣେ ଯୁବତୀଙ୍କ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି।
ଆଜି ସକାଳେ ସବିରା ଷ୍ଟେସନ୍ରେ ଯୁବତୀ ଜଣଙ୍କ ଗୁରୁଦେବ ସୁପରଫାଷ୍ଟ ଏକ୍ସପ୍ରେସ୍ ଆଗକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ସେ କାହିଁକି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ, ତାହା ଜଣାପଡ଼ିନାହିଁ।
from Odisha Reporter http://bit.ly/2LE9sdu
No comments:
Post a Comment