କୁଖ୍ୟାତ ଜୈଶ ଆତଙ୍କୀ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

କୁଖ୍ୟାତ ଜୈଶ ଆତଙ୍କୀ ଗିରଫ

ଶ୍ରୀନଗର: ପାକିସ୍ତାନରେ ସକ୍ରିୟ କୁଖ୍ୟାତ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦର ମୋଷ୍ଟ ୱାଣ୍ଟେଡ୍ ସଦସ୍ୟ ଅବଦୁଲ ମାଜିଦ୍ ବାବା ଶ୍ରୀନଗରରୁ ଗିରଫ ହୋଇଛି। ତାକୁ ଦିଲ୍ଲୀ ପୁଲିସ୍‌ର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗିରଫ କରିଥିବା ଜଣାପଡ଼ିଛି।

ଡେପୁଟି ପୁଲିସ୍‌ କମିଶନର (ସ୍ପେଶାଲ୍ ସେଲ୍) ସଞ୍ଜୀବ କୁମାର କହିଛନ୍ତି, “ବାବାକୁ ଧରିବା ପାଇଁ ୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ତାକୁ ଶନିବାର ଶ୍ରୀନଗର ଉପକଣ୍ଠ ସୌରା ଅଞ୍ଚଳରୁ ଗିରଫ କରାଯାଇଛି। ୨୦୦୭ ମସିହାରେ ଦିଲ୍ଲୀ ପୁଲିସ୍ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ସମୟରେ ଜମ୍ମୁ-କଶ୍ମୀରର ୩ ଜଣ  ଏବଂ ପାକିସ୍ତାନର ଜଣେ ଆତଙ୍କୀ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ବାବା ସଂପୃକ୍ତ ଥିଲା।

ବାବାର ଘର ଜମ୍ମୁ-କଶ୍ମୀରର ସୋପର ଅଞ୍ଚଳରେ। ପ୍ରାଥମିକ ଅବସ୍ଥାରେ ବାବାକୁ ତଳ କୋର୍ଟ ଦୋଷମୁକ୍ତ କରିଥିଲେ। ହେଲେ ୨୦୧୫ରେ ଦିଲ୍ଲୀ ହାଇକୋର୍ଟ ତା’ ବିରୋଧରେ ଜାମିନ୍‌ ବିହୀନ ଗିରଫ ପରୱାନା ଜାରି କରିଥିଲେ। ସେବେଠାରୁ ଦିଲ୍ଲୀ ପୁଲିସର ସ୍ପେଶାଲ୍ ଟିମ୍ ତା’କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲେ। ତାକୁ ଦିଲ୍ଲୀ ଅଣାଯାଇ ଜେରା କରାଯିବ ବୋଲି ଜଣାପଡ଼ିଛି।



from Odisha Reporter http://bit.ly/2W28ADp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages