ବାତ୍ୟା ବିପନ୍ନଙ୍କ ପାଇଁ ଥାଳି ଧରି ସହାୟତା ମାଗିଲେ ଗଜପତି ଏସ୍‌ପି ଓ ତାଙ୍କ ଟିମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 9, 2019

ବାତ୍ୟା ବିପନ୍ନଙ୍କ ପାଇଁ ଥାଳି ଧରି ସହାୟତା ମାଗିଲେ ଗଜପତି ଏସ୍‌ପି ଓ ତାଙ୍କ ଟିମ୍

ପାରଳାଖେମୁଣ୍ଡି (ଆଦର୍ଶ ଦାଶ): ଗତକାଲି ପାରଳାଖେମୁଣ୍ଡି ବଜାରରେ ଗଜପତି ଏସ୍‌ପି ସାରା ଶର୍ମା ଭିନ୍ନ ଢଙ୍ଗରେ ବୁଲୁଥିଲେ। ପୁଲିସ୍ ପୋଷାକ ପିନ୍ଧି ହାତରେ ଥାଳି ଧରି ଦୋକାନରୁ ଦୋକାନ ବୁଲି ସେ ସହାୟତା ମାଗୁଥିଲେ। ଏମିତି କି ରାସ୍ତାରେ ଯା’ଆସ କରୁଥିବା ଲୋକଙ୍କୁ ବି ସେ ଦାନ କରିବାକୁ ଅନୁରୋଧ କରୁଥିଲେ। ବାତ୍ୟା ବିପନ୍ନଙ୍କ ସହାୟତା ନିମନ୍ତେ ସେ ଏହି କାର୍ଯ୍ୟରେ ବାହାରିଥିଲେ। ତେବେ ସେ ଏକା ନଥିଲେ, ତାଙ୍କ ସହିତ ଜିଲ୍ଲାର ଅନ୍ୟ ବରିଷ୍ଠ ପୁଲିସ୍ ଅଧିକାରୀମାନେ ମଧ୍ୟ ଥିଲେ। ସେମାନେ ବି ଥାଳି ଧରି ଲୋକଙ୍କ ପାଖରେ ପହଞ୍ଚି ସହାୟତା ମାଗୁଥିଲେ।
ଗତକାଲି ପ୍ରଥମ ଦିନରେ ଏସ୍‌ପି ଓ ତାଙ୍କ ଟିମ୍‌ ଏକ ଲକ୍ଷରୁ ଅଧିକ ଟଙ୍କା ସଂଗ୍ରହ କରିଛନ୍ତି। ଆସନ୍ତାକାଲି ପର୍ଯ୍ୟନ୍ତ ଏମିତି ଭାବେ ଜିଲ୍ଲା ପୁଲିସ୍ ପାଣ୍ଠି ସଂଗ୍ରହ କରିବ। ଏହା ସହିତ ଜିଲ୍ଲାର ସମସ୍ତ ପୁଲିସ୍‌ କର୍ମଚାରୀ ଦିନକର ଦରମା ମଧ୍ୟ ବାତ୍ୟା ବିପନ୍ନଙ୍କ ସହାୟତା ନିମନ୍ତେ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏସ୍‌ପି ସାରା ଶର୍ମା କହିଛନ୍ତି-“ବାତ୍ୟା ପ୍ରଭାବିତଙ୍କ ପାଇଁ ଆମେ ସହାୟତା ମାଗୁଛୁ। ଯେଉଁମାନେ ଚାହୁଁଛନ୍ତି ଆମକୁ ଦାନ କରୁଛନ୍ତି। ଏପରି କାର୍ଯ୍ୟକ୍ରମର ବିଭିନ୍ନ ଥାନା ଅଞ୍ଚଳରେ ହେବ। ଯିଏ ଯାହା ଦାନ କରିବେ, ସେ ସବୁକୁ ସଂଗ୍ରହ କରି ‘ଫୋନି’ ପ୍ରଭାବିତଙ୍କ ପାଖକୁ ପଠାଇବୁ।”

ସେହିପରି ଗଜପତି ଜିଲ୍ଲପାଳ ଅନୁପମ ଶାହା ମଧ୍ୟ ବାତ୍ୟା ବିପନ୍ନଙ୍କ ପାଇଁ ସହାୟତା ଦେବାକୁ ନିବେଦନ କରିଛନ୍ତି। ସେ ଖୋଦ୍ ୧୫ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଜିଲ୍ଲା ପ୍ରଶାସନର ଅନ୍ୟ ଅଧିକାରୀମାନେ ମଧ୍ୟ ‘ଫୋନି’ ପ୍ରପୀଡ଼ିତଙ୍କ ପାଇଁ ସହାୟତା ଯୋଗାଡ଼ କରିବାରେ ଲାଗି ପଡ଼ିଛନ୍ତି। ଜିଲ୍ଲାର ପ୍ରତି ବ୍ଲକ୍‌ ଓ ପୌରଞ୍ଚଳରେ ଏଥିପାଇଁ ସ୍ୱତନ୍ତ୍ର କାଉଣ୍ଟର ଖୋଲା ଯାଇଛି। ଯେକୌଣସି ବ୍ୟକ୍ତି ଚାହଁଲେ ବାତ୍ୟା ବିପନ୍ନଙ୍କ ପାଇଁ ଦାନ କରିପାରିବେ।

ଜିଲ୍ଲାପାଳ କହିଛନ୍ତି-“ବାତ୍ୟା ‘ଫୋନି’ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏପରି ସ୍ଥିତିରେ ବାତ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ଆମେ ସମସ୍ତଙ୍କୁ ଅନୁରୋଧ କରିଛୁ। ଏଥିପାଇଁ ଆମେ ଜିଲ୍ଲାପାଳଙ୍କ ଅଫିସ୍‌ରେ ଏକ କାଉଣ୍ଟର ଖୋଲୁଛି। ଏହାଛଡ଼ା ବ୍ଲକ୍‌, ମ୍ୟୁନିସିପାଲିଟି ଓ ଏନ୍‌ଏସି ଅଫିସରେ ମଧ୍ୟ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯାଇଛି। ଯଦି କୌଣସି ବ୍ୟକ୍ତି କିଛି ଦେବାକୁ ଚାହିଁବେ, ତା’ହେଲେ ସେମାନେ ସେହି କାଉଣ୍ଟରରେ ଦାନ କରିପାରିବେ।”

https://youtu.be/LasjRvLeG2E



from Odisha Reporter http://bit.ly/2VmsUzQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages