
ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ ନିର୍ବାଚନ କମିଶନଙ୍କୁ ଶାସକ ଦଳ ବିଜେପି ସହିତ ବିରୋଧୀ ସମାଲୋଚନା କରିଛନ୍ତି। ହେଲେ ଏହି ସମାଲୋଚନାକୁ ନାପସନ୍ଦ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ପ୍ରତିଥର ଭଳି ଚଳିତ ଥର ମଧ୍ୟ ନିର୍ବାଚନ କମିଶନ ସଠିକ୍ ଭାବରେ ନିର୍ବାଚନ ପରିଚାଳନା କରିବାରେ ସକ୍ଷମ ହୋଇଛନ୍ତି ବୋଲି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି।
ଗତକାଲି ଦିଲ୍ଲୀରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଣବ କହିଥିଲେ ଆଜି ଯଦି ଗଣତନ୍ତ୍ର ବଞ୍ଚିଛି ତାହାଲେ ଏହାର ମୁଖ୍ୟ ଶ୍ରେୟ ଯିବ ନିର୍ବାଚନ କମିଶନଙ୍କୁ । ଏ ନେଇ ସେ ଦେଶର ପ୍ରଥମ ନିର୍ବାଚନ କମିଶନର ସୁକୁମାର ସେନାଙ୍କ ପାଖରୁ ଆରମ୍ଭ କରି ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କ ବାବଦରେ ସେ କହିଥିଲେ।
ମୁଖ୍ୟ ନିର୍ବାଚନ କମିଶନଙ୍କ ବ୍ୟତୀତ ଅନ୍ୟ ଦୁଇ ସହଯୋଗୀ ନିର୍ବାଚନ କମିଶନରଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଏହି ତିନି ନିର୍ବାଚନ କମିଶନରଙ୍କୁ କେହି ସମାଲୋଚନା କରିପାରିବେ ନାହିଁ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଆଚରଣ ବିଧି ଉଲ୍ଲଂଘନ ନେଇ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ବିଜେପି, କଂଗ୍ରେସ ସମେତ ବିଭିନ୍ନ ରାଜନୀତିକ ଦଳ ସମାଲୋଚନା କରିଥିଲେ। ଏମିତିକି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ବେଳେ ନିର୍ବାଚନ କମିଶନ ପାତର ଅନ୍ତର କରୁଥିବା କଂଗ୍ରେସ, ଟିଡିପି ଓ ଟିଏମସି ଭଳି ଦଳ ଅଭିଯୋଗ କରିଥିଲେ।
from Odisha Reporter http://bit.ly/2wcjI20
No comments:
Post a Comment