
ଭୁବନେଶ୍ୱର( ଭୁବନେଶ୍ୱର): ଚଳିତ ବର୍ଷର ମ୍ୟାଟ୍ରିକ୍ ରେଜଲ୍ଟ ଆଜି ପ୍ରକାଶ ପାଇଛି। ଏଥର ପାସ୍ ହାର ୭୦.୭୮ ପ୍ରତିଶତ ରହିଛି। ତେବେ ୮୨ଟି ବିଦ୍ୟାଳୟରେ ରେଜଲ୍ଟ ଶୂନ ରହିଛି। ଫଳାଫଳ ପ୍ରକାଶ ପରେ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି।
ଝାରସୁଗୁଡ଼ା ଜିଲ୍ଲାରେ ପାସ୍ ହାର ସର୍ବାଧିକ ରହିଛି। ଝାରସୁଗୁଡ଼ାରେ ପାସ୍ ହାର ୮୫. ୪୮ ପ୍ରତିଶତ ରହିଛି। ସେହିପରି କୋରାପୁଟରେ ପାସ୍ ହାର ସର୍ବନିମ୍ନ ୫୦.୬୧ ପ୍ରତିଶତ ରହିଛି।
ସେହିପରି ଗ୍ରେଡ୍ A1ରେ ୧୧୮୦, A2ରେ ୯୯୩୮, B1ରେ୨୪୯୯୧ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଗ୍ରେଡ୍ B2ରେ ୪୬,୩୧୯, Cରେ ୭୬,୧୩୯ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗତ ବର୍ଷ ତୁଳନାରେ ଏଥର ପାସ୍ ହାର ପାଖାପାଖି ୬ ପ୍ରତିଶତ ହ୍ରାସ ପାଇଛି।
from Odisha Reporter http://bit.ly/2QjAMws
No comments:
Post a Comment