ମୋଦିଙ୍କ ସହ ହାତ ମିଳାଇଲେ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କଲେ ନବୀନ, ଉଦ୍ଦେଶ୍ୟ କିଛି ଅଲଗା ନୁହଁ ତ!  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

ମୋଦିଙ୍କ ସହ ହାତ ମିଳାଇଲେ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କଲେ ନବୀନ, ଉଦ୍ଦେଶ୍ୟ କିଛି ଅଲଗା ନୁହଁ ତ! 

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ଫୋନି ଦ୍ୱାରା ହୋଇଥିବା କ୍ଷୟକ୍ଷତିର ହିସାବ କରିବା ପାଇଁ ଆସିଥିଲେ। ତା ଭିତରେ କିଛି ରାଜନୈତିକ ହିସାବ ନିକଶ ହୋଇନି ତ ! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋନି ପରବର୍ତ୍ତୀ ଓଡ଼ିଶା ଗସ୍ତ ପରେ ଏମିତି କିଛି ଚର୍ଚ୍ଚା ଶୁଣିବାକୁ ମିଳୁଛି ବିଭିନ୍ନ ସ୍ତରରେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ସୋମବାର ଭୁବନେଶ୍ୱରରେ ପହଞ୍ଚିଥିଲେ। ଫୋନି ପ୍ରଭାବରେ ଓଡ଼ିଶାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ଥିଲା ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟ। ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ମୋଦି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ସମେତ ବିଜେପିର ବରିଷ୍ଠ ନେତୃବୃନ୍ଦ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରବା ପାଇଁ ବିମାନବନ୍ଦରରେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦି ବିମାନରୁ ଓହ୍ଲାଇବା ପରେ ପ୍ରଥମେ ରାଜ୍ୟପାଳଙ୍କ ସହ ହାତ ମିଳାଇଲେ। ତା’ ପରେ ହାତ ମିଳାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ। ମୁଖ୍ୟମନ୍ତ୍ରୀ ମଧ୍ୟ ମୋଦିଙ୍କ ବେକରେ ଉତ୍ତରୀୟ ପକାଇ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉଭୟେ କିଛି ଆଲୋଚନା ମଧ୍ୟ କରିଥିଲେ। ସେତିକି ନୁହେଁ, ମୋଦିଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ। ଆଲୋଚନା ହେଉଛି, ଦୁଇ ନେତା ହାତ ମିଳାଇଲେ, ହୃଦୟ ମିଳାଇ ନାହାନ୍ତି ତ !

ଏହା ପୂର୍ବରୁ ମୋଦି ଅନେକ ଥର ଓଡ଼ିଶା ଗସ୍ତରେ ଆସିଥିଲେ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ। ଏଥର ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା। ୨୧ ଲୋକସଭା ଆସନ ମଧ୍ୟରୁ ଅଧିକରୁ ଅଧିକ ଆସନ ହାତେଇବା ଲକ୍ଷ୍ୟରେ ବିଜେପି ତାର ଜୀ-ଜାନ ଲଗାଇ ଦେଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ରାଜନାଥ ସିଂହ ପରି ବହୁ ଜାତୀୟ ସ୍ତର ନେତାଙ୍କର ପାଦ ପଡିଥିଲା ଓଡ଼ିଶା ମାଟିରେ। ପ୍ରଧାନମନ୍ତ୍ରୀ ତାଙ୍କର ନିର୍ବାଚନୀ ଭାଷଣରେ ମୁଖ୍ୟମନ୍ତ୍ରୀ ଏବଂ ବିଜୁ ଜନତା ଦଳ ଉପରେ ବର୍ଷିଥିଲେ। ଅବଶ୍ୟ ଏହାର ଉତ୍ତର ମଧ୍ୟ ନବୀନ ସମାନ ମୁଦ୍ରାରେ ଦେଇଥିଲେ।

ରାଜ୍ୟ ଏବଂ କେନ୍ଦ୍ରରେ ନିଜର ସ୍ଥିତି ଜାହିର କରିବା ପାଇଁ ବଜେଡି ମଧ୍ୟ ଆଣ୍ଠେଇ ପଡ଼ିଥିଲା। ଯୋଜନା ଉପରେ ଯୋଜନା ଅଜାଡି ଦେଲା। ଯୋଜନା ନାଁରେ ଟଙ୍କା ବାଣ୍ଟିଲା। ଆଉ ଏସବୁର ପ୍ରଚାର ବି ଢେର କଲା। ଯାହା ବି ହେଉ, ଏବେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ସରି ଯାଇଛି। ମେ’ ୨୩ ତାରିଖ ଫଳାଫଳକୁ ଘୋଷଣାକୁ ଅପକ୍ଷା।

ମତଦାନ ଏବଂ ଫଳାଫଳ ଘୋଷଣାର ରାଜେନୈତିକ ହିସାବ ନିକାଶ ମଧ୍ୟରେ ‘ଫୋନି’ ଆଣି ଦେଇଥିଲା ବିରତି। ପ୍ରଧାନମନ୍ତ୍ରୀଙ୍କର ଏଥର ଗସ୍ତ ଥିଲା ନିର୍ବାଚନ ପରବର୍ତ୍ତୀ ପ୍ରଥମ ଗସ୍ତ। ଓଡ଼ିଶାବାସୀଙ୍କ ଦୁଃଖରେ ସମବେଦନା ଜଣାଇବାକୁ ଆସିଥିଲେ ମୋଦି। ତେଣୁ ଏଥର ଦୁଇ ନେତା ମୋଦି-ନବୀନଙ୍କ ସାକ୍ଷାତରେ ପୂର୍ବର ଆକ୍ରୋଶ ଆଉ ନଥିଲା। ହସି ହସି ହୋଇଥିଲା ସ୍ୱାଗତ ସମ୍ବର୍ଦ୍ଧନା, ସୌଜନ୍ୟର ଆଦାନ ପ୍ରଦାନ। ରାଜନୈତିକ ବିଶ୍ଳେଷକଙ୍କ କହିବା ଅନୁଯାୟୀ, ପୂର୍ବରୁ ଏଇ ଦୁଇ ନେତାଙ୍କୁ ଏପରି ମୁଦ୍ରାରେ କେବେ ଦେଖିବାକୁ ମିଳି ନ ଥିଲା।

ତେବେ ଭିତିରି କଥା କିଛି ଶୁଣିବାକୁ ମିଳୁଛି, କାଳିଆ ଯୋଜନା ନାଁରେ ମୁଖ୍ୟମନ୍ତ୍ରୀ ଯେଉଁ ଟଙ୍କା ବାଣ୍ଟିଲେ ତାହା କୁଆଡେ ମୁଖ୍ୟମନ୍ତ୍ରୀ କଣ୍ଟିଜେନ୍ସି ଫଣ୍ଡ ଟଙ୍କା। ତେଣୁ ଫୋନିର କ୍ଷୟକ୍ଷତି ଭରଣା କରିବା ପାଇଁ ପ୍ରଧାନମନ୍ତ୍ରୀ ଯଦି ଆଗୁଆ ୪୩୦ କୋଟି ଟଙ୍କାର ସହାୟତା ଦେଇ ନଥାନ୍ତେ ତେବେ କାଳିଆ ଯୋଜନାର ଫଣ୍ଡା ଦାଣ୍ଡରେ ପଡି ହାଟରେ ଗଡ଼ିଥାନ୍ତା! ତେଣୁ ଏହି ମୁଦ୍ରା ଭିତରେ ଆଉ କିଛି ସମୀକରଣ ହୋଇ ନାହିଁ ତ !

ଅବଶ୍ୟ ଆଉଏକ କଥା ବି ଶୁଣିବାକୁ ମିଳୁଛି। କେତେକ ଏକ୍‌ଜିଟ୍‌ ପୋଲ ଆକଳନ ଅନୁଯାୟୀ କୁଆଡେ ଏଥର ନିର୍ବାଚନରେ ବିଜେପି ଏକୁଟିଆ ସରକାର ଗଢି ପାରିବ ନାହିଁ। ଏପରିକି ଏନଡିଏକୁ ମଧ୍ୟ ପୂର୍ଣ୍ଣ ବହୁମତ ମିଳି ନପାରେ। ତେଣୁ ତା ପୂର୍ବରୁ ମୋଦିଙ୍କର ଏହା କ୍ଷମତା ପାଇଁ ପୂର୍ବ ପ୍ରସ୍ତୁତି ନୁହେଁ ତ!

କାରଣ ଏହା ପୂର୍ବରୁ ମଧ୍ୟ ନରେନ୍ଦ୍ର ମୋଦିଙ୍କ ନରମ ମୁଦ୍ରା ଅନ୍ୟ କେତକ ସ୍ଥାନରେ ଦେଖିବାକୁ ମିଳିଥିଲା। କିଛିଦିନ ତଳେ ଉତ୍ତରପ୍ରଦେଶରେ ଏକ ରାଲିରେ ବହୁଜନ ସମାଜବାଦୀ ପାର୍ଟି ନେତ୍ରୀ ମାୟାବତୀଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ନରମ ଭାବକୁ ଦେଖିବାକୁ ମିଳିଥିଲା।

 



from Odisha Reporter http://bit.ly/2PQpm2Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages