ବୁଥ ରିଗିଂ ନେଇ ସ୍ମୃତି ଇରାନୀ ଜାରି କରିଥିବା ଭିଡିଓ ଭିତ୍ତିହୀନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

ବୁଥ ରିଗିଂ ନେଇ ସ୍ମୃତି ଇରାନୀ ଜାରି କରିଥିବା ଭିଡିଓ ଭିତ୍ତିହୀନ

ନୂଆଦିଲ୍ଲୀ: ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ବେଳେ ଆମେଠି ଲୋକସଭା ଆସନରେ ବୁଥ୍ ରିଗିଂ ହୋଇଥିବା ନେଇ ବିଜେପି ପ୍ରାର୍ଥୀ ଟ୍ବିଟ୍ କରି ଯେଉଁ ଭିଡିଓ ଜାରି କରିଥିଲେ, ତାହା ଭିତ୍ତିହୀନବା ଆଧାରହୀନ ବୋଲି ନିର୍ବାଚନ କମିଶନ କହିଛନ୍ତି।

ସ୍ମୃତି ଇରାନୀ ଜାରି କରିଥିବା ଭିଡିଓରେ ମହିଳା ଭୋଟର ଜଣଙ୍କ କହିଥିଲେ ଯେ ଭୋଟ ଦେବା ବେଳେ ଜଣେ ପୋଲିଂ ଅଧିକାରୀ ତାଙ୍କ ଆଙ୍ଗୁଳିକୁ ହାତ ଚିହ୍ନ ବଟନରେ ଚିପି ଦେଇଥିଲେ। ଉଭୟ ନିର୍ବାଚନ କମିଶନ ଏବଂ କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧିଙ୍କୁ ଟ୍ବିଟ୍ କରି କଂଗ୍ରେସର ଜବାବ ମାଗିଥିଲେ ସ୍ମୃତି ଇରାନୀ।

ଏହାପରେ ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରିଗଞ୍ଜର ୩୧୬ ନମ୍ୱର ବୁଥର ପ୍ରିଜାଇଡିଙ୍ଗ ଅଫିସରଙ୍କୁ ନିର୍ବାଚନ କାର୍ଯ୍ୟରୁ ଅବ୍ୟାହତି ଦେଇଥିଲେ। ଏହାପରେ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲା ନିର୍ବାଚନ ଅଧିକାରୀ। ହେଲେ ଉଭୟ ଗଣମାଧ୍ୟମ ପ୍ରତିନିଧି ଏବଂ ନିର୍ବାଚନ ଅଧିକାରୀ ସଂପୃକ୍ତ ମହିଳା ଜଣଙ୍କୁ ପାଇନଥିବା ଜଣାପଡ଼ିଛି।



from Odisha Reporter http://bit.ly/2vLFBVy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages