ବିଚାରପତିଙ୍କୁ ପଦୋନ୍ନତି ପ୍ରସଙ୍ଗ: କେନ୍ଦ୍ରର ଆପତ୍ତି ଉପରେ କଡ଼ା ଜବାବ ଦେଲେ କଲେଜିୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 9, 2019

ବିଚାରପତିଙ୍କୁ ପଦୋନ୍ନତି ପ୍ରସଙ୍ଗ: କେନ୍ଦ୍ରର ଆପତ୍ତି ଉପରେ କଡ଼ା ଜବାବ ଦେଲେ କଲେଜିୟମ

ନୂଆଦିଲ୍ଲୀ: ପୁଣିଥରେ ବିଚାରପତିଙ୍କ ପଦୋନ୍ନତିକୁ ନେଇ ସୁପ୍ରିମକୋର୍ଟ କଲେଜିୟମ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। ସୁପ୍ରିମକୋର୍ଟ କଲେଜିୟମ ଦୁଇ ଜଣ ବିଚାରପତିଙ୍କୁ ପଦୋନ୍ନତି ଦେବାକୁ ଏକ ଫାଇଲ୍‌ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇଥିଲେ। ହେଲେ କେନ୍ଦ୍ର ସରକାର ଏହାକୁ ଅଗ୍ରାହ୍ୟ କରିବା ସହ ପୁନର୍ବିଚାର କରିବାକୁ କଲେଜିୟମଙ୍କୁ କହିଥିଲେ।

ହେଲେ ଆଜି କଲେଜିୟମ କେନ୍ଦ୍ର ନ୍ୟାୟ ମନ୍ତ୍ରଣାଳୟର ଏହି ପରାମର୍ଶର ଜବାବ କଡ଼ା ଭାଷାରେ ଦେଇଛି। କଲେଜିୟମ ପକ୍ଷରୁ କୁହାଯାଇଛି ଯେ ବିଚାରପତିଙ୍କ ପଦୋନ୍ନତି ବରିଷ୍ଠତା ଭିତ୍ତିରେ ନୁହେଁ, ବରଂ ଦକ୍ଷତା ଭିତ୍ତିରେ କରାଯାଉଛି। ବରିଷ୍ଠତା ଅପେକ୍ଷା ଦକ୍ଷତା ଅଧିକ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏପ୍ରିଲ ୧୨ରେ କଲେଜିୟମ ଜଷ୍ଟିସ୍‌ ଅନିରୁଦ୍ଧ ବୋଷ ଓ ଜଷ୍ଟିସ୍‌ ଏଏସ୍‌ ବୋପାନ୍ନାଙ୍କୁ ପଦୋନ୍ନତି ଦେବାକୁ ଯେଉଁ ନିଷ୍ପତ୍ତି ନେଇଥିଲା, ତା’ହା ଠିକ୍‌ ବୋଲି କହିଛନ୍ତି।

ଏଥିସହ କଲେଜିୟମ ଆଜି ଆଉ ଦୁଇ ଜଣ ବିଚାରପତିଙ୍କୁ ପଦୋନ୍ନତି ଦେବାକୁ କେନ୍ଦ୍ର ସରକାରଙ୍କ ପାଖକୁ ଫାଇଲ ପଠାଇଛନ୍ତି। ସେମାନେ ହେଲେ ଜଷ୍ଟିସ୍‌ ବିଆର୍‌ ଗାଭାଇ ଓ ଜଷ୍ଟିସ୍‌ ସୂର୍ଯ୍ୟ କାନ୍ତ। ଜଷ୍ଟିସ୍‌ ଗାଭାଇ ବର୍ତ୍ତମାନ ବମ୍ବେ ହାଇକୋର୍ଟର ବିଚାରପତି ଥିବା ବେଳେ ଜଷ୍ଟିସ୍‌ କାନ୍ତ ହିମାଚଳପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ରହିଛନ୍ତି।

ଏପ୍ରିଲ ୧୨ରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଏସ୍‌ଏ ବୋବଡେ, ଜଷ୍ଟିସ୍‌ ଏନ୍‌ଭି ରମଣ, ଜଷ୍ଟିସ୍‌ ଅରୁଣ ମିଶ୍ର ଓ ଜଷ୍ଟିସ୍‌ ଆରଏଫ୍‌ ନରିମନଙ୍କୁ ନେଇ ଗଠିତ କଲେଜିୟମ ଜଷ୍ଟିସ୍‌ ଅନିରୁଦ୍ଧ ଓ ଜଷ୍ଟିସ୍‌ ବୋପାନ୍ନାଙ୍କୁ ସୁପ୍ରିମକୋର୍ଟକୁ ପଦୋନ୍ନତି ଦେବାକୁ ଏକ ଫାଇଲ କେନ୍ଦ୍ର ଆଇନ୍‌ ଓ ନ୍ୟାୟ ମନ୍ତ୍ରଣାଳୟ ନିକଟକୁ ପଠାଇଥିଲେ। ତେବେ ବରିଷ୍ଠତାକୁ ଏବଂ ଆଞ୍ଚଳିକ ପ୍ରତିନିଧିତ୍ୱକୁ ଅଣଦେଖା କରାଯାଇଥିବା ଦର୍ଶାଇ କେନ୍ଦ୍ର ସରକାର ସୁପାରିସ ହୋଇଥିବା ନାଁ ଦୁଇଟିର ପୁର୍ନବିଚାର କରିବାକୁ କଲେଜିୟମଙ୍କୁ କହିଥିଲେ।

ଆଜି କଲେଜିୟମ ଏହାର ବିଚାର କରି କହିଛନ୍ତି ଯେ “ନ୍ୟାୟ ମନ୍ତ୍ରଣାଳୟ ଯେଉଁ ଆଧାରରେ ବିଚାରପତିଙ୍କୁ ପଦୋନ୍ନତି ଦେବା ପାଇଁ ମନା କରିଛି, ଆମେ ଏହାକୁ ତର୍ଜମା କରିଛୁ। ଜଷ୍ଟିସ୍‌ ଅନିରୁଦ୍ଧ ବୋଷ ଝାରଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ରହିଥିବା ବେଳେ ଜଷ୍ଟିସ୍‌ ସୂର୍ଯ୍ୟ କାନ୍ତ ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି। ସୁପ୍ରିମକୋର୍ଟ ନିୟମ ଅନୁଯାୟୀ, ଯେଉଁ ବିଚାରପତିମାନେ ସେମାନଙ୍କ ହାଇକୋର୍ଟରେ ବରିଷ୍ଠ ଜଜ୍‌ ରହିଥିବେ ଏବଂ ସର୍ବ ଭାରତୀୟ ସ୍ତରରେ ମଧ୍ୟ ସେମାନଙ୍କର ବରିଷ୍ଠତା ରହିଥିବ, ସେମାନଙ୍କୁ ପଦୋନ୍ନତି ପାଇଁ ପ୍ରଥମେ କଲେଜିୟମ ନିଷ୍ପତ୍ତି ନେଇଥାଏ। ଆମେ ଯେତେବେଳେ ଦୁଇ ଜଣ ବିଚାରପତିଙ୍କୁ ପଦୋନ୍ନତି ପାଇଁ ସୁପାରିସ କଲୁ, ସେତେବେଳେ ବରିଷ୍ଠତା, ଦକ୍ଷତା, ଚରିତ୍ର ଓ ସାଧୁତାକୁ ଦୃଷ୍ଟିରେ ରଖିଥିଲୁ।”

ବର୍ତ୍ତମାନ ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା ୨୭ ରହିଛି। ସର୍ବୋଚ୍ଚ କୋର୍ଟରେ ସର୍ବାଧିକ ୩୧ ଜଣ ବିଚାରପତି ରହିପାରିବେ।



from Odisha Reporter http://bit.ly/2WBJ2dq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages