ମମତାଙ୍କୁ ହରାଇବାକୁ ଲାଲ୍‌-ଗେରୁଆ ଏକାଠି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 9, 2019

ମମତାଙ୍କୁ ହରାଇବାକୁ ଲାଲ୍‌-ଗେରୁଆ ଏକାଠି

କୋଲକାତା: ବିଜେପି ଏବଂ ସିପିଏମ୍‌ ମୌଳିକ ସ୍ତରରେ ଭିନ୍ନ ଭିନ୍ନ ବିଚାର ନେଇ ଗଠିତ ଦୁଇଟି ଜାତୀୟ ରାଜନୀତିକ ଦଳ। ବୈଚାରିକ ଆଦର୍ଶ ଦୃଷ୍ଟିରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ରାଷ୍ଟ୍ରବାଦ ଓ ହିନ୍ଦୁତ୍ୱ ଏବଂ ସିପିଏମ୍‌ର ବାମବାଦ ପରସ୍ପର ବିରୋଧୀ। କିନ୍ତୁ ଏହି ଦୁଇ ଦଳର କର୍ମୀମାନେ ପଶ୍ଚିମବଙ୍ଗର ଏକଚ୍ଛତ୍ରବାଦୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସରକାରକୁ ଟକ୍କରଦେବାକୁ ତୃଣମୂଳ ସ୍ତରରେ ଏକାଠି କାମ କରୁଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ‘ପ୍ରେମ, ଯୁଦ୍ଧ ଓ ରାଜନୀତିରେ ସବୁକିଛି ସମ୍ଭବ’ ଉକ୍ତି ସତ ପ୍ରମାଣିତ ହୋଇଛି।

ହିନ୍ଦୀ ହାର୍ଟଲ୍ୟାଣ୍ଡରେ ପାଦେ ପଛୁଆ ରହିବା ପରେ ବିଜେପି ପୂର୍ବୋଦୟରୁ ଭାରତ ଉଦୟ ନାରା ସହ ୨୦୧୯ ନିର୍ବାଚନରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପରେ ଗୁରୁତ୍ୱ ଦେଉଛି। ବର୍ତ୍ତମାନର ସମୀକରଣ ଅନୁଯାୟୀ ଓଡ଼ିଶାରେ କ୍ଷମତାସୀନ ବିଜେଡି ସହ ମେଣ୍ଟ କରିବାରେ ଅସୁବିଧା ନାହିଁ। କିନ୍ତୁ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରୟୋଗ କରିଆସୁଥିବା ବାକ୍ୟବାଣରୁ ସ୍ପଷ୍ଟ ହୋଇସାରିଛି ଯେ ଏନ୍‌ଡିଏ ବିରୋଧରେ ଭବିଷ୍ୟତରେ ମହାମେଣ୍ଟ ହେଲେ ସେଥିରେ ମମତା ହିଁ ଆଗଧାଡ଼ିରେ ରହିବେ।

କିନ୍ତୁ ପଶ୍ଚିମବଙ୍ଗ ରାଜନୀତିରେ ‘ବାହୁବଳ’ର ବହୁ ଗୁରୁତ୍ୱ ରହିଥିବାବେଳେ କର୍ମୀ ସଂଖ୍ୟାରେ ଟିଏମ୍‌ସିଠାରୁ ବହୁ ପଛରେ ରହିଛି ବିଜେପି। ଏହା ବିଜେପିର ବୁଥ୍ ଲେଭେଲ୍‌ ନେତାମାନେ ପୂର୍ବରୁ ମଧ୍ୟ ସ୍ୱୀକାର କରିଛନ୍ତି। ଏହି ରାଜ୍ୟରେ ବୁଥ୍‌ ରିଗିଂ ସବୁଠାରୁ ବଡ଼ ସମସ୍ୟା। ତେବେ ଏଠାରେ ୩୪ ବର୍ଷର ଶାସନ ପରେ କ୍ଷମତାଚ୍ୟୁତ ହୋଇଥିବା ବାମ ଦଳର କର୍ମୀମାନେ ବିଜେପିକୁ ବୁଥ୍‌ ପରିଚାଳନାରେ ସାହାଯ୍ୟ କରୁଛନ୍ତି। ଏବେ ବେଶ୍‌ କିଛି ସ୍ଥାନରେ ବାମ ଦଳଙ୍କ ଦବ୍‌ଦବା ବିଜେପି ପାଇଁ ସହାୟକ ହୋଇଛି।

ବୁଥ୍‌ ସ୍ତରରେ ବାମଦଳର କର୍ମୀମାନଙ୍କ ସହାୟତାରେ ବିଜେପି କର୍ମୀ କେତେକ ବୁଥ୍‌ଗୁଡ଼ିକରେ ବିନା ସ୍ଲୋଗାନ୍‌ରେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ଏପରିକି ଯେଉଁ ସବୁ ସ୍ଥାନରେ ବିଜେପିର ଏଜେଣ୍ଟ ମଧ୍ୟ ନାହାନ୍ତି, ସେସବୁ ସ୍ଥାନ ଉପରେ ବାମଦଳର ଏଜେଣ୍ଟ ନଜର ରଖିବେ ବୋଲି ଉଭୟଙ୍କ ମଧ୍ୟରେ ଏକ ଅଲିଖିତ ବୁଝାମଣା ହୋଇଥିବା କୁହାଯାଉଛି।

କିନ୍ତୁ ତୃଣମୂଳକୁ ଟକ୍କର ଦେବା ପାଇଁ ବିଜେପିକୁ ପଶ୍ଚିମବଙ୍ଗକୁ ଆମନ୍ତ୍ରଣ କରିବା ସିପିଏମ୍‌ ପାଇଁ ଆତ୍ମଘାତୀ ହେବ ବୋଲି ଏହାର କେନ୍ଦ୍ରୀୟ ପଲିଟବ୍ୟୁରୋ ଚେତାବନୀ ଦେଇସାରିଛନ୍ତି। ସେମାନେ ତ୍ରିପୁରାର ଉଦାହରଣ ଦେଇ କହିଛନ୍ତି ଏହା ଏକ ମସ୍ତବଡ଼ ଭୁଲ୍‌ ଏବଂ ଏହା ଆତ୍ମଘାତୀ ହେବ। ଏନେଇ ମମତା ମଧ୍ୟ ତାଙ୍କ କର୍ମୀମାନଙ୍କୁ ଚେତାବନୀ ଦେଇ କହିଛନ୍ତି, ବାମଦଳର କର୍ମୀମାନେ ଆମ ଶତ୍ରୁଙ୍କୁ ସାହାଯ୍ୟ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ସାବଧାନ ରୁହ। ଅନ୍ୟପକ୍ଷରେ ସିପିଏମ୍‌ର ଲକ୍ଷ୍ୟ କିଛି ଅଲଗା। ସେମାନଙ୍କ ନାରା ରହିଛି, “ଉନିଶ୍ୟେ ହାଫ୍‌ ଏକୁଶେ ସାଫ୍‌।” ସର୍ବୋପରି ପଶ୍ଚିମବଙ୍ଗରେ ସିପିଏମ୍‌ର ପ୍ରଥମ ଶତ୍ରୁ ବିଜେପି ନୁହେଁ ବରଂ ଟିଏମ୍‌ସି ବୋଲି ସ୍ପଷ୍ଟ ହୋଇସାରିଛି।



from Odisha Reporter http://bit.ly/2JthvHy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages