ଡ୍ରିମ୍‌ ରୋଲ୍‌ ଅପେକ୍ଷାରେ ପପୁ ପମ୍‌ ପମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 9, 2019

ଡ୍ରିମ୍‌ ରୋଲ୍‌ ଅପେକ୍ଷାରେ ପପୁ ପମ୍‌ ପମ୍‌

papupampam

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପପୁ ପମ୍‌ ପମ୍‌ ନାଁରେ ସାରା ଓଡ଼ିଶାରେ ବେଶ୍ ପରିଚିତ ତତ୍ତ୍ୱ ପ୍ରକାଶ ଶତପଥୀ ଜଣେ ହାସ୍ୟାଭିନେତା। ଅବଶ୍ୟ ସେ ‘ଆମେ ତ ଟୋକା ଷଣ୍ଢ ମାର୍କା’ ଓ ‘ରଙ୍ଗିଲା ଟୋକା’ ଭଳି ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଏଥର ରଜରେ ତାଙ୍କର ଆଉ ଏକ ଫିଲ୍ମ ଆସୁଛି। ଏଥିରେ ବି ସେ ମୁଖ୍ୟ ଭୂମିକାରେ ଆସୁଛନ୍ତି। ଏହା ସହିତ ସେ ଏ ବର୍ଷ ‘ଚିରକୁଟ’ ନାଁରେ ଏକ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ତେବେ ପପୁଙ୍କର ଏକ ଡ୍ରିମ୍‌ ରୋଲ୍‌ ଅଛି, ଯାହା ଏଯାବତ୍ ତାଙ୍କୁ ମିଳିନାହିଁ। ଗତମାସରେ ‘ଓଟିଭି’ର ‘ଗପସପ’ କାର୍ଯ୍ୟକ୍ରମକୁ ଆସିଥିବା ବେଳେ ସେ ଏ ବିଷୟରେ କହିଥିଲେ।

ପପୁଙ୍କର ଡ୍ରିମ୍‌ ରୋଲ୍ ହେଉଛି ‘ଭିଲିଆନ୍‌’। ଏକ ଫିଲ୍ମରେ ‘ଭୟଙ୍କର ଭିଲିଆନ୍‌’ ଚରିତ୍ରରେ ଅଭିନୟ କରିବାକୁ ତାଙ୍କର ଭାରି ଇଚ୍ଛା ଅଛି।

ଏନେଇ ଉକ୍ତ କାର୍ଯ୍ୟକ୍ରମରେ ସେ କହିଥିଲେ,“ଏକ ଭୟଙ୍କର ଭିଲିଆନ୍ ଚରିତ୍ରରେ ଅଭିନୟ କରିବାକୁ ମୁଁ ଚାହୁଁଛି। ତେବେ ଡାଇରେକ୍ଟର ମୋ ଉପରେ ଭରସା ରଖିବା ଦରକାର ଯେ, ମୁଁ ଭିଲିଆନ୍ ଭୂମିକାରେ ଅଭିନୟ କରିପାରିବି।”

ସେ ଆହୁରି କହିଥିଲେ,“ମୋର ଏହି ଇଚ୍ଛା ସଂପର୍କରେ କେତେ ଜଣଙ୍କୁ କହିଛି। ଯଦି କେବେ ସୁଯୋଗ ମିଳିବ, ତା’ହେଲେ ନିଶ୍ଚିତ କରିବି। ଆଉ ସେଥିରେ କମେଡିର ଟିକିଏ ବି ସ୍ପର୍ଶ ରହିବ ନାହିଁ।”

ରଜରେ ପପୁଙ୍କର ନୂଆ ଫିଲ୍ମ ‘ମୁଁ ଚୁଲ୍‌ବୁଲ୍‌ ପାଣ୍ଡେ’ ରିଲିଜ୍ ହେବ। ଏଥିରେ ସେ ଜଣେ କମେଡି ପୁଲିସ୍ ଅଧିକାରୀ ଭାବେ ଅଭିନୟ କରିଛନ୍ତି। କିନ୍ତୁ ଘଟଣାଚକ୍ରରେ ସେ ହିରୋ ପାଲଯାଇଛନ୍ତି। ଏସ୍‌.ଆର୍‌ ଫିଲ୍ମ ଏହାର ପ୍ରଯୋଜନା ଦାୟିତ୍ୱରେ ଥିବା ବେଳେ ସୁଧାକର ବସନ୍ତ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଅଭିଜିତ୍ ମଜୁମ୍‌ଦାର ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।



from Odisha Reporter http://bit.ly/2Jdi6xF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages