ଯାହାକୁ ମୁହଁ ମୋଡ଼ିଥିଲେ, ସେଇ ଏବେ ସାହାରା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 9, 2019

ଯାହାକୁ ମୁହଁ ମୋଡ଼ିଥିଲେ, ସେଇ ଏବେ ସାହାରା…

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମନ୍ଦିର ମାଳିନୀ ସହର ରାଜଧାନୀ ଭୁବନେଶ୍ୱର। ଏଠି ସବୁ କିଛି ମିଳେ ହାତପାଆନ୍ତାରେ। ଶିକ୍ଷା, ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ରହିବା ପାଇଁ ରାଜଧାନୀ ଭୁବନେଶ୍ୱର ସମସ୍ତଙ୍କର ପସନ୍ଦ। କାଚ ମାର୍କା ଘର, ସୁନ୍ଦର ପାର୍କ ଏବଂ ରାତି ହେଲେ ବିଭିନ୍ନ ରଙ୍ଗ ବେରଙ୍ଗର ଲାଇଟ୍ ପୂରା ରାଜଧାନୀକୁ କରିଥାଏ ସରସ ସୁନ୍ଦର। ହେଲେ ବାତ୍ୟା ଫୋନି ଯେମିତି ଏସମସ୍ତ ଉପରେ ନଜର ପକାଇ ପୂର୍ବରୁ ରଖିଥିଲା। ଶେଷରେ ମେ ୩ ତାରିଖ ଏସବୁକୁ ଲୁଟିନେଲା। ସାରା ଭୁବନେଶ୍ୱରକୁ ଶ୍ରୀହୀନ କରିଦେଲା।

ତେବେ ଏହାରି ଭିତରେ ରାଜଧାନୀବାସୀଙ୍କ ପାଇଁ ସବୁଠୁ ବଡ଼ ସମସ୍ୟା ପାଲଟିଛି ପାଣି। ପୋଖରୀ, ନଳକୂଅରୁ ଦୂରେଇ ରହି ବାଥ୍ ରୁମର ସାଓ୍ୱାରରେ ଗାଧୋଇବାର ମଜା ନେଉଥିବା ରାଜଧାନୀବାସୀ ଏବେ ୬ ଦିନ ହେବ ଭଲ ଭାବରେ ଗାଧୋଇ ପାରୁ ନହାଁନ୍ତି। ଯଦିଓ କେହି ଗାଧୋଉଛି, ସେଥିପାଇଁ ଅଧଘଣ୍ଟାକୁ ଦେଢ଼ ହଜାର ଟଙ୍କା ଦେଇ ପାଣି ଟାଙ୍କି ଫୁଲ କରୁଛି। ହେଲେ ପାଣି ପାଇଁ ଏତେ ଟଙ୍କା ଖର୍ଚ୍ଚ କରିବା ପରେ ଏହାର ବ୍ୟବହାର ଉପରେ କଞ୍ଜୁସି କରୁଥିବା ଦେଖିବାକୁ ମିଳିଛି। ଖାଲି ଏତିକି ନୁହଁ, ଯେଉଁ ଅଳିଆ ସ୍ଥାନରେ ସରକାରୀ ପାଣି ଆସୁଥିବାରୁ ନାକ ଟେକି ଲୋକେ ଯାଉନଥିଲେ, ଏବେ ସେହି ସ୍ଥାନ ପାଲଟିଯାଇଛି ସମସ୍ତଙ୍କ ପିଇବା ପାଣି ମିଳିବାର ପ୍ରକୃତ ଠିକଣା।

ସେହିପରି ରାଜଧାନୀ ନଈ ପୋଖରୀକୁ କେବଳ ଖୁସିଲେ ଯାଉଥିଲେ, ବୁଲିବାକୁ। ନହେଲେ କାର୍ତ୍ତିକ ପୂନେଇଁରେ ଡଙ୍ଗା ଭସେଇବାକୁ। ବର୍ଷରେ ଥରଟିଏ, କିମ୍ବା ମଝିରେ ଆଉ ଥରେ ଦୁଇଥର ଯାଇ ସେଲ୍‌ଫି ଉଠାଇବାକୁ ଯାଉଥିଲେ ନଈକୁ। ଏବେ କିନ୍ତୁ ବାତ୍ୟା ପରେ ସ୍ଥିତି ବଦଳି ଯାଇଛି। ଲୋକଙ୍କ ମୁଖ୍ୟ ବାଥ୍‌ରୁମ୍ ପାଲଟିଛି ନଈ ଓ ପୋଖରୀ। ଏପରିକି ବଡ଼ ବଡ଼ ଘରର ପୁରୁଷ ମହିଳା, ଦାମି ଦାମି କାର୍‌ରେ ଯାଇ ନଈରେ ଗାଧେଇ ଆସୁଛନ୍ତି। ଉପାୟ ବି କିଛି ନାହିଁ।

ସେହିପରି ମନ୍ଦିରର ପୂଜକଙ୍କୁ ମଧ୍ୟ ଦିଅଁଙ୍କ ପରି କାକସ୍ନାନ କରିବାକୁ ପଡ଼ୁଛି। ଅର୍ଥାତ୍‌ ଦେହରେ କେବଳ ପାଣି ଛିଞ୍ଚି, ମନ୍ତ୍ରରେ ସ୍ନାନ କରିବା କଥା। ଆଉ ଠାକୁରଙ୍କ ଅବସ୍ଥା ନ କହିବା ଭଲ। ଲାଗୁଛି, ପରିସ୍ଥିତି ସହିତ ସେ ବି ଖାପ ଖୁଆଇ ନେଉଛନ୍ତି। ମନଇଚ୍ଛା ପାଣି ନଷ୍ଟ କରୁଥିବା ରାଜଧାନୀ ବାସୀ ଏବେ ଅନୁଭବ କରୁଛନ୍ତି ଟୋପେ ପାଣିର ଅସଲ ମୂଲ୍ୟ।

ବାତ୍ୟା ଫୋନି ପାଇଁ ରାଜଧାନୀରେ ଥିବା ପାର୍କ ଗୁଡିକରେ ଗଛ ପଡ଼ି ନଷ୍ଟ ହୋଇଯାଇଛି। ତେଣୁ ଏଠାରେ ରାଜଧାନୀବାସୀଙ୍କ ମଉଜିଆ ଆସର ଆଉ ଜମୁନି। ସେପଟେ ମୋବାଇଲ ନେଟଓ୍ୱର୍କ ଅଧିକାଂଶ ସ୍ଥାନରେ ଦୁର୍ବଳ। କିଛି କଥା ବା କାମ ଅଛି ତ, ପରସ୍ପରକୁ ଭେଟିବାକୁ ପଡୁଛି। ଲାଗୁଛି, ଯେମିତି ଏଠିକା ଲୋକେ ୧୦ ବର୍ଷ ତଳକୁ ଫେରି ଯାଇଛନ୍ତି।

ପାଣିର ଅଭାବ ଦେଖି ଗାଁ ଛାଡ଼ି ରାଜଧାନୀକୁ ଆସିଥିବା ଅଧିକାଂଶ ଲୋକ ଏବେ ଗାଁ ମୁହାଁ ହୋଇଛନ୍ତି। କାରଣ ଗାଁରେ ବିଦ୍ୟୁତ୍‌ ନଥିଲେ ମଧ୍ୟ ନଳକୂଅ, କୂଅ ଏବଂ ପୋଖରୀ ରହିଛି। ସେଠି ପାଣି ପାଇଁ ଏତେ ଦହଗଞ୍ଜ ହେବାକୁ ପଡ଼ିବନି। ଏବେ କେବଳ ଅପେକ୍ଷା, ରାଜଧାନୀରେ କେବେ ଆସିବ ବିଦ୍ୟୁତ୍‌।



from Odisha Reporter http://bit.ly/2WyugUC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages