ଓଡ଼ିଶାର ଚେସ୍‌ ତାରକା ସ୍ୱୟଂଶ ଏବେ ଗ୍ରାଣ୍ଡ ମାଷ୍ଟର, କିନ୍ତୁ ଫୋନି ଆଗରେ ଲୁଚିଗଲା ସଫଳତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 9, 2019

ଓଡ଼ିଶାର ଚେସ୍‌ ତାରକା ସ୍ୱୟଂଶ ଏବେ ଗ୍ରାଣ୍ଡ ମାଷ୍ଟର, କିନ୍ତୁ ଫୋନି ଆଗରେ ଲୁଚିଗଲା ସଫଳତା

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର ):   ଚେସ୍‌ ତାରକା ଗ୍ରାଣ୍ଡ ମାଷ୍ଟର ଭାବେ ନୂଆ ପରିଚୟ ପାଇଲେ ସ୍ୱୟଂଶ ମିଶ୍ର। ଦେବାଶିଷ୍ ଦାସଙ୍କ ପରେ ସେ ହେଉଛନ୍ତି ଦ୍ୱିତୀୟ ଓଡ଼ିଆ ଗ୍ରାଣ୍ଡ ମାଷ୍ଟର। ପୋଲାଣ୍ଡରେ ଶେଷ ହୋଇଥିବା ଆନ୍ତର୍ଜାତୀୟ ଗ୍ରାଣ୍ଡ ମାଷ୍ଟର ଚେସ୍‌ ଟୁର୍ଣ୍ଣାମେଣ୍ଟରେ ଏହି ସଫଳତା ହାସଲ କରି ଓଡ଼ିଶାକୁ କରିଛନ୍ତି ଗୌରବାନ୍ୱିତ। ହେଲେ ଓଡ଼ିଶା ଫେରିବା ପରେ  ତାଙ୍କୁ ମିଳିଲା ନାହିଁ କୌଣସି ସ୍ୱାଗତ, ସମ୍ବର୍ଦ୍ଧନା।

ଓଡ଼ିଶାବାସୀ ସାମୁଦ୍ରିକ ଝଡ଼ ଫୋନିର ମୁକାବିଲା କରୁଥିବା ବେଳେ ସଫଳତା ହାସଲ କରିଛନ୍ତି  ସ୍ୱୟଂଶ। କିନ୍ତୁ ଫୋନିର ତାଣ୍ଡବ ଲୀଳା ଆଗରେ ଲୁଚିଯାଇଛି ତାଙ୍କ ସଫଳତା। ହେଲେ ଏଥିଲାଗି ତାଙ୍କ ମନରେ ନାହିଁ ତିଳେମାତ୍ର ଦୁଃଖ। ବରଂ ନିଜ ରାଜ୍ୟବାସୀଙ୍କୁ  ଅଣ୍ଟା ସଳଖି ଛିଡ଼ା ହେବାକୁ ସେ ଆୟୋଜନ କରିବେ ଚ୍ୟାରିଟି ମ୍ୟାଚ। ନିଜ ସଫଳତା ସମ୍ପର୍କରେ କ’ଣ କହିଛନ୍ତି ସ୍ୱୟଂଶ ଆସନ୍ତୁ ଜାଣିବା।

 ୧- ସାଧାରଣ ଚେସ୍‌ ଖେଳାଳିରୁ ଗ୍ରାଣ୍ଡ ମାଷ୍ଟର, କିପରି ଥିଲା ଏହି ଯାତ୍ରା ?

ଏତେ ଲମ୍ୱା ଯାତ୍ରା କାଟିବା କିଛି ସହଜ ନଥିଲା। ବହୁତ କିଛି ଶିଖିବାକୁ ମିଳିଛି। ଜିତିବା, ହାରିବା ତ ସବୁଠି ଲାଗି ରହିଛି। ନ ହାରିଲେ ଜଣେ ଶିଖି ପାରିବନି। ଚେସ୍‌ ଖେଳ ଆରମ୍ଭ କରିବା ମାତ୍ରେ ସମସ୍ତଙ୍କ ଇଚ୍ଛା ଥାଏ ଗ୍ରାଣ୍ଡ ମାଷ୍ଟର ହେବାକୁ । ଯାହାକୁ ମୁଁ ହାସଲ କରି ସାରିଛି। ଏହା ଆରମ୍ଭ ମାତ୍ରା। ଆହୁରି ବହୁତ କିଛି ହାସଲ କରିବାକୁ ବାକି ଅଛି।

୨-  ଜିଏମ୍‌ ନର୍ମ ଓ ଇଏଲଓ ରେଟିଂ କେବେ ଓ କିପରି  ହାସଲ କରିଥିଲେ ?

-୨୦୧୪ରେ କିଟ୍‌ ଇଣ୍ଟରନ୍ୟାସନାଲ ଟୁର୍ଣ୍ଣମେଣ୍ଟରେ ଫାଷ୍ଟ ଜିଏମ୍‌ ନର୍ମ ଓ ୨୦୧୫ରେ ‘ଆଇ ଲଭ ମାଇଁ ଇଣ୍ଟରନ୍ୟାସନାଲ ଟୁର୍ନାମେଣ୍ଟ’ରେ ୨ୟ ନର୍ମ ଓ ୨୦୧୯ରେ ପୋଲାଣ୍ଡରେ ୩ୟ ନର୍ମ ହାସଲ କଲି। ୨୦୧୪ରେ ବୁଲଗେରିଆରେ ହୋଇଥିବା ଟୁର୍ନାମେଣ୍ଟରେ ୨୫୦୦ ରେଟିଂ ଟଚ୍‌ କରିଥିଲି।

୩-ପରବର୍ତ୍ତ ପଦକ୍ଷେପ କ’ଣ ?

–   ଏହା ଆରମ୍ଭ ମାତ୍ର।  ରେଟିଂ ବଢାଇବାକୁ ଚେଷ୍ଟା ଜାରି ରଖିବି।

୪- ଦେବାଷିଶଙ୍କ ପରେ ଆପଣ ଗ୍ରାଣ୍ଡ ମାଷ୍ଟର, କିପରି ଅନୁଭବ କରୁଛନ୍ତି ?

– ଖୁବ୍‌ ଖୁସି ଲାଗୁଛି, ଅନ୍ୟମାନଙ୍କ ଲାଗି ଏହା ନିଶ୍ଚିନ୍ତ ଭାବେ ପ୍ରେରଣାଦାୟକ ହେବ। ପ୍ରଥମ କିମ୍ୱା ଦ୍ୱିତୀୟ ସ୍ଥାନ ହାସଲ କରିବା କିଛି ବି ମାନେ ରଖେନା। କିନ୍ତୁ ସଫଳତା ହାସଲ କରିହେବ ବୋଲି ସେମାନେ ଆଶା ରଖିପାରିବେ।

୫- ସଫଳତା ପାଇ ଓଡ଼ିଶା ଫେରିଲେ, ସମସ୍ତଙ୍କୁ  ସ୍ୱାଗତ,  ସମ୍ବର୍ଦ୍ଧନା ଜଣାଯାଏ। ହେଲେ ଫୋନି ପରେ ଫେରିଥିବାରୁ ଆପଣଙ୍କ କ୍ଷେତ୍ରରେ ସେପରି ହେଲାନି, ମନରେ ଦୁଃଖ ରହିଛି କି ?

–   ଫୋନି ମୋତେ ବି ବହୁତ ଦୁଃଖ ଦେଇଛି। ହେଲେ ବିଶ୍ୱାସ ଅଛି ଏହାକୁ ଆମେ ମୁକାବିଲା ପରି ଆଗକୁ ଯାଇ ପାରିବୁ।  ଚେସ୍‌ ବେସ୍‌  ଇଣ୍ଡିଆ ଗୋଟିଏ ଅନଲାଇନ ଟୁର୍ନାମେଣ୍ଟ  ମେ ୧୨ ତାରିଖ ରାତି ୮ଟାରେ ଆୟୋଜନ କରିବ। ସମଗ୍ର ଭାରତରେ ସାମିଲ ପ୍ରତିଯୋଗୀଙ୍କ ଏଣ୍ଟ୍ରି ଫି ଓଡ଼ିଶାର ଫୋନି ପ୍ରପୀଡ଼ିତଙ୍କ ଲାଗି ଖର୍ଚ୍ଚ କରାଯିବ।



from Odisha Reporter http://bit.ly/2Ww4S25

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages