ନୂଆଦିଲ୍ଲୀ: ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ମୋଦି ସରକାର-୨। ନରେନ୍ଦ୍ର ମୋଦି କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ହିଁ ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୋଦି ହିନ୍ଦୀ ଭାଷାରେ ହିଁ ଶପଥ ଗ୍ରହଣ କରିଛନ୍ତି।
ନିର୍ଦ୍ଧାରିତ ସମୟ ସନ୍ଧ୍ୟା ଠିକ୍ ୭ଟାରେ ମୋଦି ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ଶପଥ ଗ୍ରହଣ କରିଛନ୍ତି। ବ୍ରାଉନ୍ ଜ୍ୟାକେଟ୍ ଓ ଧଳା କୁର୍ତ୍ତାରେ ସମ୍ବିଧାନର ନିୟମ ଅନୁଯାୟୀ କାର୍ଯ୍ୟ କରିବେ ବୋଲି ଈଶ୍ୱରଙ୍କ ନାଁରେ ଶପଥ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ମୋଦି ଦେଶର ସେବା କରିବାକୁ ସୁଯୋଗ ମିଳିଥିବାରୁ ସେ ଗର୍ବିତ ବୋଲି ଟ୍ୱିଟ୍ କରି ଜଣାଇଥିଲେ।
ଶପଥ ନେବା ପରେ ନରେନ୍ଦ୍ର ଦାମୋଦର ଦାସ ମୋଦି, ନାଁଟି ସମଗ୍ର ଅଞ୍ଚଳରେ ଗୁଞ୍ଜରିତ ହେବାରେ ଲାଗିଥିଲା। ଦ୍ୱିତୀୟ ଥର ଐତିହାସିକ ବିଜୟ ସହ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଉଥିବା ବେଳେ ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ପ୍ରାୟ ୮ ହଜାର ଅତିଥି ଉପସ୍ଥିତ ରହିଛନ୍ତି।
from Odisha Reporter http://bit.ly/2I9Zcoj
No comments:
Post a Comment