
ପ୍ୟାରିସ୍: ଫୁଟବଲ ଜଗତର କିମ୍ବଦନ୍ତୀ ଖେଳାଳି ତଥା ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ୍ ମେସି ରେକର୍ଡ ସୃଷ୍ଟି କରିଛନ୍ତି। ସେ କ୍ରମାଗତ ୩ୟଥର ପାଇଁ ୟୁରୋପିଆନ୍ ଗୋଲଡେନ୍ ଶୁ’ ବା ସ୍ୱର୍ଣ୍ଣ ଜୋତା ଜିତିଛନ୍ତି। ୟୁଇଏଫ୍ଏ ଚାମ୍ପିୟନସ ଲିଗ୍ରେ ମେସିଙ୍କ ବାର୍ସେଲୋନା ପ୍ରତିପକ୍ଷ ଲିଭରପୁଲ ଠାରୁ ପରାସ୍ତ ହୋଇ ବିଦାୟ ନେଇଥିଲା।
କିନ୍ତୁ ମେସି ବ୍ୟକ୍ତିଗତ ଭାବେ ଫୁଟବଲ ଜଗତରେ ଚଳିତ ବର୍ଷ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ‘ସ୍ୱର୍ଣ୍ଣ ଜୋତା’ ମିଳିଛି। ଏଭଳି କ୍ରମାଗତ ୩ୟ ଥର ପାଇଁ ଏଭଳି ମର୍ଯ୍ୟାଦାଜନକ ସମ୍ମାନ ଜିତିବାରେ ମେସି ବିଶ୍ୱର ପ୍ରଥମ ଫୁଲବଲ ଖେଳାଳି।
ଲା-ଲିଗାର ୨୦୧୮-୧୯ ସିଜିନ୍ରେ ମେସି ମୋଟ ୩୬ଟି ଗୋଲ୍ ଦେଇଛନ୍ତି। ତାଙ୍କ ପଛକୁ ଫ୍ରାନ୍ସର ତାରକା ଖେଳାଳି କେ ଏମବାପେ ୩୩ଟି ଗୋଲ ଦେଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
from Odisha Reporter http://bit.ly/2QoJSaY
No comments:
Post a Comment