
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟର ୫ ଜିଲ୍ଲାରେ ବର୍ଷା, ଝଡ଼ତୋଫାନ ଓ ବଜ୍ରପାତ ହେବ। ଏଥିପାଇଁ ରାତି ୮ଟା ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଏଥିପାଇଁ ଯେଉଁ ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ ସୂଚନା ଜାରି କରାଯାଇଛି, ସେଗୁଡ଼ିକ ହେଉଛି- କେନ୍ଦୁଝର, ଯାଜପୁର, ମୟୂରଭଂଜ, ଭଦ୍ରକ ଓ ବାଲେଶ୍ୱର।
ଅନ୍ୟପକ୍ଷରେ ଆସନ୍ତା ଦୁଇ ତିନି ଦିନ ପର୍ଯ୍ୟନ୍ତ କେତେକ ଜିଲ୍ଲାରେ ହିଟ୍ୱେଭ୍ କଣ୍ଡିସନ୍ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ସବୁ ସ୍ଥାନରେ ତାପମାତ୍ରା ଦୁଇ ତିନି ଡିଗ୍ରୀ ବୃଦ୍ଧି ପାଇବ। ସମ୍ବଲପୁର, ବରଗଡ଼, ଦେବଗଡ଼, ନୂଆପଡ଼ା, ଝାରସୁଗୁଡ଼ା ଓ ବଲାଙ୍ଗିର ଜିଲ୍ଲାରେ ଏହାର ପ୍ରଭାବ ପଡ଼ିବ ବୋଲି ପାଣିପାଗ ବିଶେଷଜ୍ଞ ସୁଦର୍ଶନ ମିଶ୍ର ସୂଚନା ଦେଇଛନ୍ତି।
from Odisha Reporter http://bit.ly/2wkoevr
No comments:
Post a Comment