
ଇସ୍ଲାମାବାଦ: ପୁଲୱାମା ଆତଙ୍କୀ ହମ୍ଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା କ୍ରିକେଟ୍ ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି। ବିଶ୍ୱକପ୍ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଜୁନ୍ ୧୬ରେ ଭେଟିବେ।
କିନ୍ତୁ ଏହି ମ୍ୟାଚ୍ ହେବ କି ନାହିଁ, ତା’କୁ ନେଇ ଏବେ ବି ସସପେନ୍ସ ଜାରି ରହିଛି। ପୁଲୱାମା ଆତଙ୍କୀ ହମ୍ଲାରେ ପାକିସ୍ତାନର ହାତ ରହିଛି। ତେଣୁ ଭାରତ ବିଶ୍ୱକପ୍ରେ ୨ ପଏଣ୍ଟ ହରାଉ ପଛେ ପାକିସ୍ତାନ ସହ ମ୍ୟାଚ୍ ଖେଳିବା ଉଚିତ ନୁହେଁ ବୋଲି ଗୌତମ ଗମ୍ଭୀର କହିଥିଲେ।
ଏବେ ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଶାହିଦ୍ ଆଫ୍ରିଦି ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି, “କ’ଣ ଜଣେ ଦାୟିତ୍ୱବାନ ବ୍ୟକ୍ତି ଏଭଳି ମନ୍ତବ୍ୟ ଦେଇପାରିବ? ଜଣେ ଶିକ୍ଷିତ ବ୍ୟକ୍ତି କେବେ ହେଲେ ଏମିତି କଥା କୁହନ୍ତି ନାହିଁ।
ଭାରତ ଓ ପାକିସ୍ତାନ ମ୍ୟାଚ୍କୁ ରାଜନୀତିଠାରୁ ଉପରେ ରଖିବା ଦରକାର। ଏହି ମ୍ୟାଚ୍କୁ ଦେଖିବା ପାଇଁ ସାରା ବିଶ୍ୱ ଅପେକ୍ଷା କରି ରହିଛି। ହେଲେ କିଛି ଲୋକ ମୁର୍ଖଙ୍କ ଭଳି ବୟାନ ଦେଉଛନ୍ତି।”
ଚଳିତ ବିଶ୍ୱକପ୍ରେ ନୂଆ ନିୟମ ପ୍ରଣୟନ ହୋଇଛି। ଲିଗ୍ ପର୍ଯ୍ୟାୟରେ ସମସ୍ତ ଟିମ୍ ପ୍ରତିପକ୍ଷ ଦଳମାନଙ୍କ ସହ ଗୋଟିଏ ଲେଖାଏ ମ୍ୟାଚ୍ ଖେଳିବେ। ଏହାପରେ ପଏଣ୍ଟ ଭିତ୍ତିରେ ଶ୍ରେଷ୍ଠ ୪ ଦଳ ସେମି ଫାଇନାଲ ଏବଂ ପରେ ଦୁଇଟି ଦଳ ଫାଇନାଲ୍କୁ କ୍ୱାଲିଫାଏ କରିବେ।
from Odisha Reporter http://bit.ly/2whRu62
No comments:
Post a Comment