ସୂର୍ଯ୍ୟ ପାତ୍ର ବାଚସ୍ପତି ଓ ପ୍ରମିଳା ମୁଖ୍ୟ ସଚେତକ ହେବେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ସୂର୍ଯ୍ୟ ପାତ୍ର ବାଚସ୍ପତି ଓ ପ୍ରମିଳା ମୁଖ୍ୟ ସଚେତକ ହେବେ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୫ମ ଥର ପାଇଁ ଶପଥ ନେବେ। ନୂଆ ମନ୍ତ୍ରିମଣ୍ଡଳରେ ବହୁ ନୂଆ ଓ ପୁରୁଣା ମୁହଁ ସ୍ଥାନ ପାଇଛନ୍ତି। ତେବେ ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାୟଣ ପାତ୍ର ବିଧାନସଭାରେ ବାଚସ୍ପତି ହୋଇପାରନ୍ତି। ସେହିପରି ବିଞ୍ଝାରପୁର ବିଧାୟକ ପ୍ରମିଳା ମଲ୍ଲିକ ଶାସକ ଦଳର ମୁଖ୍ୟ ସଚେତକ ହୋଇପାରନ୍ତି। କାରଣ ଏମାନଙ୍କ ପାଖକୁ ଆଜି ନବୀନ ନିବାସରୁ କଲ୍‌ ଯାଇଛି।

ସେହିପରି ନବୀନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ୍ ହେବା ପାଇଁ ନବୀନ ନିବାସରୁ ମୋଟ ୧୭ ଜଣ ବିଧାୟକଙ୍କ ପାଖକୁ ଫୋନ୍‌ କଲ ଯାଇଛି। ସେମାନେ ହେଲେ ନିରଞ୍ଜନ ପୂଜାରୀ, ବିକ୍ରମ ଆରୁଖ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସୁଶାନ୍ତ ସିଂହ, ଟୁକୁନି ସାହୁ, ଅଶୋକ ପଣ୍ଡା, ପ୍ରତାପ ଜେନା, ସମୀର ଦାଶ, ନବ ଦାସ, ପଦ୍ମନାଭ ବେହେରା, ଦିବ୍ୟଶଙ୍କର ମିଶ୍ର, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଜଗନ୍ନାଥ ସାରକା, ପଦ୍ମିନୀ ଦିଆନ, ରଘୁନନ୍ଦନ ଦାଶ, ତୁଷାରକାନ୍ତି ବେହେରା, ସୁଦାମ ମାରାଣ୍ଡି ଓ ପ୍ରଫୁଲ୍ଲ ମଲିକ। ଏମାନଙ୍କ ପାଖକୁ ଆଜି ସନ୍ଧ୍ୟା ବେଳେ ନବୀନ ନିବାସରୁ ଫୋନ୍ କଲ୍‌ ଯାଇଛି। ଏମାନେ ସମସ୍ତେ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରନ୍ତି।



from Odisha Reporter http://bit.ly/2XaI5sJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages