
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍ତର ପ୍ରଦେଶ ସୁଲତାନପୁର ଲୋକସଭା ଆସନରେ ମାନେକା ଗାନ୍ଧି ବିଜୟୀ ହୋଇ ନିଜ ନାମରେ ନୂଆ ରେକର୍ଡ କରିଛନ୍ତି। ଦେଶ ସ୍ୱାଧୀନ ହେଲା ପାଖରୁ ସୁଲତାନପୁର କେବେ ମହିଳା ପ୍ରାର୍ଥୀଙ୍କୁ ସଂସଦ ପଠାଇନଥିଲା। ହେଲେ ଚଳିତଥର ସୁଲତାନପୁରବାସୀ ନିଜ ପରମ୍ପରା ଚିନ୍ତାଧାରାରେ ପରିବର୍ତ୍ତନ ଆଣି ମାନେକା ଗାନ୍ଧିଙ୍କୁ ସଂସଦ ପଠାଇଛନ୍ତି।
ଏଥିସହ ଆଉ ଏକ ରେକର୍ଡ ହେଲା ଦୀର୍ଘ ୩୫ ବର୍ଷ ପରେ ମାନେକା ସୁଲତାନପୁର ଆସନରେ ପ୍ରାର୍ଥୀ ହୋଇଥିଲେ। ୧୯୮୪ ମସିହାରେ ଅନ୍ତିମ ଥର ନିଜ ଦେଢଶୂର ରାଜୀବ ଗାନ୍ଧିଙ୍କ ବିରୋଧରେ ପ୍ରାର୍ଥୀ ହୋଇ ମାନେକା ପରାଜୟ ହୋଇଥିଲେ।
ଚଳିତଥର ମାନେକା ଗାନ୍ଧି ନିଜ ଲୋକସଭା ଆସନ ପୁଅ ବରୁଣ ଗାନ୍ଧିଙ୍କୁ ଦେଇଥିଲେ। ଏଥିସହ ପୁଅ ଓ ଦିବଂଗତ ସ୍ୱାମୀ ସଞ୍ଜୟ ଗାନ୍ଧିଙ୍କ ଆସନ ସୁଲତାନପୁରରେ ନିଜେ ପ୍ରାର୍ଥୀ ହୋଇଥିଲେ।
ବିଜେପି ପ୍ରାର୍ଥୀ ଭାବେ ମାନେକା ଗାନ୍ଧିଙ୍କୁ ସୁଲତାନପୁର ୪ ଲକ୍ଷ ୫୮ ହଜାର ୨୮୧ ଖଣ୍ଡ ଭୋଟ୍ ଦେଇଥିବା ବେଳେ ମହାମେଣ୍ଟର ସହଯୋଗୀ ବିଏସପି ପ୍ରାର୍ଥୀ ଚନ୍ଦ୍ର ଭଦ୍ରା ସିଂହଙ୍କୁ ୪ ଲକ୍ଷ ୪୪ ହଜାର ୪୨୨ଟି ଭୋଟ ଦେଇଥିଲା।
କଣ ଥିଲା ପୂର୍ବ ରେକର୍ଡ
୧୯୯୮ରେ ସମାଜବାଦୀ ପାର୍ଟି ରିତା ବହୁଗୁଣା ଜୋଶୀ ଏବଂ ୧୯୯୯ରେ ଗାନ୍ଧି ପରିବାର ସହ ଜଡ଼ିତ କଂଗ୍ରେସ ନେତା ଦୀପା କୋଲ ଏହି ସୁଲତାନପୁର ଆସନରୁ ପ୍ରାର୍ଥୀ ହୋଇଥିଲେ। ହେଲେ ସଫଳ ହୋଇନଥିଲେ। ସେହିପରି ୨୦୦୪ରେ ମଧ୍ୟ ବିଜେପି ବୀଣା ପାଣ୍ଡ୍ୟାଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଥିଲା। ହେଲେ ମତଦାତା ତାଙ୍କୁ ବି ନିରାଶ କରିଥିଲେ।
ସ୍ୱାମୀ ସଞ୍ଜୟ ଗାନ୍ଧିଙ୍କ ଦେହାନ୍ତ ପରେ ମାନେକା ଗାନ୍ଧି ୧୯୮୪ରେ ଆମେଠି ଲୋକସଭା ଆସନରୁ ପ୍ରଥମେ ନିର୍ବାଚନ ଲଢ଼ିଥିଲେ। ସୁଲତାନପୁର ଜିଲ୍ଲାର ଆମେଠି ଲୋକସଭା ଆସନରୁ ସେତେବେଳେ ନିଜ ଦେଢଶୂର ରାଜୀବ ଗାନ୍ଧିଙ୍କ ବିରୋଧରେ ପ୍ରାର୍ଥୀ ହୋଇ ହାରିଥିଲେ। ସେତେବେଳେ ଆମେଠି ସୁଲତାନପୁର ଜିଲ୍ଲା ଅଧିନରେ ଥିଲା। ପାଖାପାଖି ୩୫ ବର୍ଷ ପରେ ମାନେକା ଗାନ୍ଧି ସୁଲତାନପୁରରୁ ନିର୍ବାଚନ ଚଳିତଥର ନିର୍ବାଚନ ଲଢ଼ିଛନ୍ତି।
୧୯୫୧ରୁ ଆଜି ଯାଏ ସୁଲତାନପୁର ଲୋକସଭା ଆସନରୁ କଂଗ୍ରେସ ୭ଥର ଜିତିଥିବା ବେଳେ ବିଜେପି ୪ଥର ଏବଂ ବହୁଜନ ସମାଜ ପାର୍ଟି(ବିଏସପି) ୨ଥର ଜିତିବାରେ ସକ୍ଷମ ହୋଇଛି। ମାନେକାଙ୍କ ବ୍ୟତୀତ କଂଗ୍ରେସରୁ ସଞ୍ଜୟ ସିଂହ, ବିଏସପିରୁ ଚନ୍ଦ୍ର ଭଦ୍ର ସିଂହ ଏହି ଆସନରୁ ପ୍ରାର୍ଥୀ ହୋଇଛନ୍ତି।
from Odisha Reporter http://bit.ly/2HzjxnW
No comments:
Post a Comment