
ଚେନ୍ନାଇ: ନିର୍ବାଚନ ବେଳେ ଧର୍ମ ଆଧାରରେ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଥିବା ଅଭିନେତା ତଥା ମକ୍କଲ ନିଧି ମଇୟମ୍ (ଏମଏନଏମ)ର ପ୍ରତିଷ୍ଠାତା କମଲ ହାସନ ଆଜି କହିଛନ୍ତି ସେ ନିଜ ମନ୍ତବ୍ୟରୁ ଓହରିବେ ନାହିଁ। ଆଗାମୀ ଦିନରେ ଯାହା ବି ସାମ୍ନା କରିବାକୁ ପଡ଼ିବ ସେନେଇ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି।
ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରମ ଗଡସେ ସ୍ୱାଧୀନ ଭାରତର ‘ପ୍ରଥମ ହିନ୍ଦୁ ଆତଙ୍କବାଦୀ’ ବୋଲି କମଲ ହାସନ କହିଥିଲେ। ଏହାକୁ ନେଇ ବିଜେପି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ତାମିଲନାଡୁ ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହାପରେ ପ୍ରତିକ୍ରିୟା ରଖି କମଲ ହାସନ କହିଛନ୍ତି ପ୍ରତ୍ୟେକ ଧର୍ମରେ ଆତଙ୍କବାଦୀ ରହିଛନ୍ତି। ଏହାକୁ କେହି ସ୍ୱୀକାର କରି ନପାରନ୍ତି ହେଲେ ଏହା ସତ। ତାଙ୍କର ଏହି ମନ୍ତବ୍ୟକୁ ନେଇ ଆଗକୁ ଯେଉଁ ବିବାଦ ଦେଖାଦେବ ତାକୁ ସେ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କମଲ ହାସନ କହିଛନ୍ତି।
ସୂଚନାଯୋଗ୍ୟ, ରବିବାର ତାମିଲନାଡୁର କରୁର ଜିଲ୍ଲାର ଅରଭାକୁରିଚିରେ କମଲ ହାସନ ପ୍ରଚାର କରୁଥିବା ବେଳେ କହିଥିଲେ ‘ସ୍ୱାଧୀନ ଭାରତରେ ପ୍ରଥମ ଉଗ୍ରବାଦୀ ହେଉଛନ୍ତି ଜଣେ ହିନ୍ଦୁ, ତାଙ୍କ ନାଁ ନାଥୁରାମ ଗଡସେ’। ତେବେ ମୁସଲିମ ବହୁଳ ଅଞ୍ଚଳରେ ସେ ପ୍ରଚାର କରୁଥିବାରୁ ଏପରି ମନ୍ତବ୍ୟ ଦେଇ ନଥିବା କହିଥିଲେ କମଲ ହାସନ। ସେ ମହାତ୍ମା ଗାନ୍ଧିଙ୍କ ହତ୍ୟାକାଣ୍ଡ ସଂକ୍ରାନ୍ତରେ ପ୍ରଶ୍ନ ପଚାରିବାକୁ ଆସିଛନ୍ତି ବୋଲି କହିଥିଲେ।
from Odisha Reporter http://bit.ly/2w0c3Uy
No comments:
Post a Comment