ଐଶ୍‌ଙ୍କୁ ନେଇ ବିବେକ ଓବରୟ କହିଲେ ଏମିତି କଥା, ନୋଟିସ୍‌ ପଠାଇଲା ମହିଳା କମିଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ଐଶ୍‌ଙ୍କୁ ନେଇ ବିବେକ ଓବରୟ କହିଲେ ଏମିତି କଥା, ନୋଟିସ୍‌ ପଠାଇଲା ମହିଳା କମିଶନ

ମୁମ୍ବାଇ: ଅଭିନେତା ବିବେକ ଓବରୟ ପୂର୍ବତନ ପ୍ରେମିକା ନୀଳ ନୟନା ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ କରିଥିବା ଏକ ଟ୍ୱିଟ୍‌ ପାଇଁ ଅଡ଼ୁଆରେ ପଡ଼ିଛନ୍ତି। ସେ ଏକଜିଟ୍‌ ପୋଲ୍‌ ଏବଂ ତାଙ୍କର ପୂର୍ବତନ ପ୍ରେମିକା ଐଶ୍ୱର୍ଯ୍ୟାଙ୍କୁ ତୁଳନା କରି ଏହି ଟ୍ୱିଟ୍‌ କରିଥିଲେ। ଯାହାକୁ ନେଇ ସୋଶାଲ ମିଡିଆରେ ତାଙ୍କ ଉପରେ ସମାଲୋଚନା ବର୍ଷିବାରେ ଲାଗିଛି। ତାଙ୍କ ସାଥୀ ଅଭିନେତାମାନେ ମଧ୍ୟ ତାଙ୍କ ଟ୍ୱିଟ୍‌କୁ ନାପସନ୍ଦ କରିଛନ୍ତି। ଅନ୍ୟପକ୍ଷରେ ଜାତୀୟ ମହିଳା କମିଶନ୍‌ ତାଙ୍କୁ ନୋଟିସ୍‌ ପଠାଇ ଟ୍ୱିଟ୍‌ ପାଇଁ ଉତ୍ତର ରଖିବାକୁ କହିଛି।

ମହାରାଷ୍ଟ୍ର ମହିଳା ଆୟୋଗ ପ୍ରଥମେ ଆପତ୍ତି ଉଠାଇବା ପରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷ ରେଖା ଶର୍ମା କହିଛନ୍ତି, ବିବେକ ସୋଶାଲ ମିଡିଆରେ ଏବଂ ଏହି ଟ୍ୱିଟ୍‌ ଯେଉଁ ବ୍ୟକ୍ତିଙ୍କ ସହ ଜଡ଼ିତ ତାଙ୍କୁ କ୍ଷମା ମାଗନ୍ତୁ। ସେ କ୍ଷମା ନ ମାଗିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ଟ୍ୱିଟ୍‌ ହଟାଇବା ପାଇଁ ଆମେ ଟ୍ୱିଟରକୁ ଜଣାଇବୁ।

ବିବେକ ଏକ ଫଟୋ ସହ ଏହି ଟ୍ୱିଟ୍‌ରେ ଲେଖିଛନ୍ତି, ଏଠି ରାଜନୀତି ନାହିଁ କେବଳ ଜୀବନ। ଏହି ଫଟୋରେ ଐଶ୍ୱର୍ଯ୍ୟାଙ୍କ ସହ ପ୍ରେମସମ୍ପର୍କ ପାଇଁ ଚର୍ଚ୍ଚିତ ୩ ଜଣ ଯାକ ଅଭିନେତା ସଲମାନ ଖାନ, ବିବେକ ଏବଂ ସ୍ୱାମୀ ଅଭିଷେକ ବଚ୍ଚନ ଅଛନ୍ତି। ଶେଷ ଫଟୋରେ ବଚ୍ଚନ ଦମ୍ପତିଙ୍କ ସହ ଝିଅ ଆରାଧ୍ୟା ମଧ୍ୟ ଅଛନ୍ତି। ବିବାଦର ବିଷୟ ହେଉଛି, ସଲମାନଙ୍କ ସହ ଥିବା ଫଟୋରେ ଓପିନିଅନ୍‌ ପୋଲ୍‌, ବିବେକଙ୍କ ସହ ଫଟୋରେ ଏକଜିଟ୍‌ ପୋଲ୍‌ ଏବଂ ଶେଷରେ ଅଭିଷେକ ଓ ଆରାଧ୍ୟାଙ୍କ ସହ ଫଟୋରେ ଲେଖା ଅଛି ରେଜଲ୍ଟ।

ଏଥିରେ କ୍ଷୁବ୍ଧ ହୋଇ ତାଙ୍କ ସିନେ ସାଥୀ ଇର୍ଫାନ୍‌ ଖାନ୍‌ କହିଛନ୍ତି, ବ୍ରେକ୍‌ ଅପ୍‌ ପରେ ସଲମାନ ଐଶ୍‌ଙ୍କୁ ନେଇ କେବେ ମଧ୍ୟ ମୁହଁ ଖୋଲି ନାହାନ୍ତି। କିନ୍ତୁ ବିବେକ ତାଙ୍କୁ ପ୍ଲାଷ୍ଟିକ୍‌ କଣ୍ଢେଇ କହିବା ସହ ନିଜ କ୍ୟାରିଅର ଐଶ୍‌ଙ୍କ ପାଇଁ ହିଁ ନଷ୍ଟ ହୋଇଗଲା ବୋଲି କହି ବୁଲୁଛନ୍ତି। ସୋନମ କପୁର କହିଛନ୍ତି, ବିରକ୍ତିକର ଏବଂ ଛୋଟଲୋକି। ସେହିଭଳି ଜ୍ୱାଲା ଗୁଟ୍ଟା ଲେଖିଛନ୍ତି, ତୁମ ଟ୍ୱିଟ୍‌ ଦେଖି ହସ ଲାଗୁଛି। ନୈରାଶ୍ୟଜନକ। ଆଉ ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି, ବ୍ରେକ୍‌ ପରର ଦୁଃଖ ସେ ଭୁଲି ନପାରି ଏଭଳି ଜଣକ ବ୍ୟକ୍ତିଗତ ଜୀବନକୁ ନେଇ ଟ୍ୱିଟ୍‌ କରିଛନ୍ତି।



from Odisha Reporter http://bit.ly/2HstT90

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages