
ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଓ ଦଳୀୟ ନେତା ତଥା ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ବିସ୍ଫୋରକ ରୂପ ନେଇଛି। ସିଦ୍ଧୁ ହିଁ ବିବାଦୀୟ ବୟାନ ଦେଇ କଂଗ୍ରେସ ଓ ପଞ୍ଜାବ ସରକାରଙ୍କୁ ବଦନାମ କରୁଛନ୍ତି। ଏପରି କି ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଷଡ଼ଯନ୍ତ୍ର କରୁଥିଲେ ବୋଲି ଖୋଦ୍ କ୍ୟାପ୍ଟେନ୍ ଅମରିନ୍ଦର ସିଂହ କହିଛନ୍ତି।
ପଟିଆଲାରେ ଭୋଟ୍ ଦେବାକୁ ଯିବା ପୂର୍ବରୁ କ୍ୟାପ୍ଟେନ୍ ଅମରିନ୍ଦର ସିଂହ କହିଛନ୍ତି, “ଯଦି ପ୍ରକୃତରେ ସିଦ୍ଧୁ ଜଣେ କଂଗ୍ରେସ ନେତା ହୋଇଥାଆନ୍ତେ, ତା’ହେଲେ ସେ କେବେ ହେଲେ ପଞ୍ଜାବର ଭୋଟ୍ ଗ୍ରହଣ ସମୟରେ ନିଜର ଅଭିଯୋଗ ସର୍ବସମ୍ମୁଖରେ ଉପସ୍ଥାପନ କରି ନଥାଆନ୍ତେ। ସିଦ୍ଧୁ ନିକଟରେ କହିଥିଲେ ଯେ ମୋ ପାଇଁ ତାଙ୍କ ପତ୍ନୀ ଚଣ୍ଡିଗଡ଼ରୁ ଟିକେଟ୍ ପାଇ ପାଇଲେ ନାହିଁ।
ସିଦ୍ଧୁ ଏଭଳି ଅପ୍ରାସଙ୍ଗିକ ବୟାନ ଦେଇ କଂଗ୍ରେସର କ୍ଷତି କରୁଛନ୍ତି। ଏଇଟା ତାଙ୍କର ବ୍ୟକ୍ତିଗତ ନିର୍ବାଚନ ନୁହେଁ। ଏହା ପୂରା କଂଗ୍ରେସର ନିର୍ବାଚନ। ଏବେ ଦଳର ହାଇକମାଣ୍ଡ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ। ହେଲେ ଦଳରେ ବିଶୃଙ୍ଖଳା ଆଦୌ ଗ୍ରହଣୀୟ ନୁହେଁ। ସିଦ୍ଧୁ ବୋଧେ ଏଭଳି କରି ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଚେଷ୍ଟା କରୁଛନ୍ତି। ମୋତେ ହଟାଇ ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିବାରୁ ଏଭଳି ବିଦ୍ରୋହ କରୁଛନ୍ତି।”
from Odisha Reporter http://bit.ly/2ElVIhA
No comments:
Post a Comment