ସ୍ୱାଧୀନ ଭାରତର ପ୍ରଥମ ଭୋଟର୍‌ ୧୦୨ ବର୍ଷ ବୟସରେ ଦେଲେ ଭୋଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

ସ୍ୱାଧୀନ ଭାରତର ପ୍ରଥମ ଭୋଟର୍‌ ୧୦୨ ବର୍ଷ ବୟସରେ ଦେଲେ ଭୋଟ୍‌

ନୂଆଦିଲ୍ଲୀ: ସ୍ୱାଧୀନ ଭାରତର ପ୍ରଥମ ଭୋଟର୍‌ ଶ୍ୟାମ ଶରନ ନେଗୀ ଆଜି ହିମାଚଳ ପ୍ରଦେଶର କଳ୍ପା ଗାଁର ଏକ ବୁଥ୍‌ରେ ତାଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଶ୍ରୀ ନେଗୀଙ୍କୁ ୧୦୨ ବର୍ଷ ହୋଇଥିବା ବେଳେ ସେ ସ୍ୱାଧୀନତା ପରେ ୧୯୫୨ରେ ହୋଇଥିବା ପ୍ରଥମ ସାଧାରଣ ନିର୍ବାଚନରେ ପ୍ରଥମେ ଭୋଟ୍‌ ଦେଇଥିଲେ। ଆଜି ନେଗୀ କଳ୍ପାର ବୁଥରେ ଭୋଟ୍‌ ଦେବାକୁ ଥିବାରୁ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ରେଡ୍‌ କାର୍ପେଟରେ ଚାଲିଚାଲି ଶ୍ରୀ ନେଗୀ ବୁଥ୍‌ ମଧ୍ୟକୁ ପ୍ରବେଶ କରିଥିଲେ।

ଭୋଟ୍‌ ଦେବା ପୂର୍ବରୁ ଶ୍ରୀ ନେଗୀ ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟା ଦେଇ କହିଥିଲେ ଯେ “ପ୍ରତ୍ୟେକ ନାଗରିକ ଭୋଟ୍‌ ଦେବା ଦରକାର। ନିଜ ନିର୍ବାଚନ ମଣ୍ଡଳୀ ପାଇଁ ଏକ ନିର୍ଦ୍ଦିଷ୍ଟ ଦଳର ରାଜନେତାଙ୍କୁ ନୁହେଁ ବରଂ ଜଣେ ସଚ୍ଚୋଟ ଲୋକଙ୍କୁ ବାଛିବା ଦରକାର।”

ନେଗୀ ଆଜି ଭୋଟ୍‌ ଦେବାର ଥିବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତାଙ୍କୁ ଗାଡ଼ି ପଠାଇ ବୁଥ ନିକଟକୁ ଅଣା ଯାଇଥିଲା। ତାଙ୍କ ସହ ଡାକ୍ତରମାନେ ମଧ୍ୟ ଉପସ୍ଥିତ ରହିଥିଲେ। ଶ୍ରୀ ନେଗୀ ପ୍ରଥମ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ବୁଥ୍‌ରେ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ଏହି ସ୍କୁଲଟି ୧୮୯୦ ମସିହାରେ ପ୍ରତିଷ୍ଠା ହୋଇଥିଲା। ଏହି ବୁଥ୍‌ରେ ହିଁ ୧୯୫୨ରେ ଶ୍ରୀ ନେଗୀ ପ୍ରଥମେ ଭୋଟ୍‌ ଦେଇଥିଲେ। ସେବେଠାରୁ ୧୬ଟି ଲୋକସଭା ନିର୍ବାଚନରେ ଶ୍ରୀ ନେଗୀ ଭୋଟ ଦେଇ ଆସୁଛନ୍ତି। ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ନେଗି ୧୯୧୭ ମସିହା ଜୁଲାଇ ୧ରେ ଜନ୍ମ ଗ୍ରହଣ କରିଥିଲେ।



from Odisha Reporter http://bit.ly/2YA2AiT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages