ବିନା ବିଜୁଳିରେ ୭୯ ବର୍ଷ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

ବିନା ବିଜୁଳିରେ ୭୯ ବର୍ଷ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ପୁନେ:  ମେ ମାସରେ ତାତି ଅସହ୍ୟ ହେଲାଣି। ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଏପରି ସ୍ଥିତିରେ ଯଦି ଆପଣଙ୍କୁ ବିନା ବିଜୁଳିରେ ରହିବାକୁ କୁହାଯାଏ, ତେବେ ଆପଣଙ୍କ ମୁହଁରୁ ସିଧା ବାହାରିବ ସମ୍ଭବ ନୁହେଁ। କିନ୍ତୁ ଜଣେ ୭୯ ବର୍ଷୀୟା ବୃଦ୍ଧା ଅଛନ୍ତି, ଯେ କି ନିଜ ଜୀବନରେ କେବେ ବି ବିଜୁଳିର ବ୍ୟବହାର କରି ନାହାନ୍ତି।

ମହିଳାଜଣକ  ବିଜୁଳି ବ୍ୟବହାର  ନ କରିବାର କାରଣ ଜାଣି ମଧ୍ୟ ଆପଣ ଆଶ୍ଚର୍ଯ୍ୟ ହେବେ। ଆପଣ ଭାବିବେ ଯେ, ହୁଏତ ସେ ଅପାଠୁଆ, କିମ୍ୱା ଗରୀବ ଶ୍ରେଣୀର ହୋଇଥିବେ କିମ୍ୱା ଉପାନ୍ତ ଅଞ୍ଚଳରେ ରହୁଥିବେ।  କିନ୍ତୁ ଆପଣଙ୍କ ଧାରଣା ସମ୍ପୂର୍ଣ୍ଣ ଭୁଲ। କାରଣ ଡା. ହେମା ସାନେ ନାମ୍ନୀ ଏହି ବୃଦ୍ଧାଜଣକ ପୁନେରେ ରହୁଥିବା ବେଳେ ପେସାରେ ଜଣେ ଅବସରପ୍ରାପ୍ତ ପ୍ରଫେସର। ହେଲେ ସେ ନିରାଡମ୍ୱର ଓ ସରଳ ଜୀବନଯାପନକୁ ପସନ୍ଦ କରୁଛନ୍ତି।

ତାଙ୍କ ସମ୍ପତ୍ତି କହିଲେ, ଚତୁଃପାର୍ଶ୍ୱରେ ସବୁଜିମା ଥିବା ଏକ ମାଟି କୁଡ଼ିଆ ଆଉ ଭିତରେ ଗୋଟିଏ କୁକୁର, ୨ଟି ବିଲେଇ ଓ ବହୁତ ପକ୍ଷୀ। ପରିବେଶ ଓ ପ୍ରକୃତି ପ୍ରେମରେ ସେ ଏପରି ବାନ୍ଧି ହୋଇଯାଇଛନ୍ତି ଯେ, ଏ ଯାଏ ବିଜୁଳି ବ୍ୟବହାରର ଆବଶ୍ୟକତା ଅନୁଭବ କରି ପାରିନାହାନ୍ତି।  ତାଙ୍କ ଘରକୁ ଏ ଯାଏ ଯାଇନି ବିଦ୍ୟୁତ୍‌ ସଂଯୋଗ।

ଏହାକୁ ଲୋକା ତାଙ୍କ ପାଗଳାମି କହୁଥିବା ବେଳେ ସେ କିନ୍ତୁ ବାଢନ୍ତି ଅଜବ ଯୁକ୍ତି। ବୃଦ୍ଧାଙ୍କ କହିବା ମୁତାବକ,  ଭୋଜନ, କପଡ଼ା ଓ ଘର ହେଉଛି ଆମର ସର୍ବନିମ୍ନ ଆବଶ୍ୟକତା। ବିଜୁଳି ବହୁତ ପରେ ଆସିଥିବା ବେଳେ ଏହା ବିନା ବି ଆରାମରେ ବଞ୍ଚିବା ସମ୍ଭବ। ପ୍ରକୃତି ପ୍ରତି ନିଜ ଅହେତୁକ ଭଲ ପାଇବା ହେତୁ ସେ  ବିଦ୍ୟୁତ୍‌ ଶକ୍ତି ବ୍ୟବହାର କରିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି।

ଏଠାରେ କହି ରଖୁଛୁ ଯେ, ବୃଦ୍ଧାଜଣକ ପରିବେଶ ବିଜ୍ଞାନ ଉପରେ ପିଏଚଡି ଡିଗ୍ରୀଧାରୀ ହୋଇଥିବା ବେଳେ ବହୁ ବର୍ଷ ଧରି ପୁନେର ଏକ ବିଶ୍ୱବିଦ୍ୟାଳୟରେ ପ୍ରଫେସର  ଭାବେ କାର୍ଯ୍ୟରତ ଥିଲେ । ଲୋକମାନେ ମୋତେ ପାଗଳ, ମୁର୍ଖ କହି ପାରନ୍ତି, ହେଲେ  ମୋ ଜୀବନ ମୁଁ ନିଜ ହିସାବରେ ବଞ୍ଚିବା ଶିଖିଛି।  ମୋ ଦିନର ଆରମ୍ଭ ପକ୍ଷୀଙ୍କ କୋଳାହଳ ଶବ୍ଦରେ ହେଉଥିବା ବେଳେ ସନ୍ଧ୍ୟା ଲ୍ୟାମ୍ପର ଆଲୋକରେ କଟିଥାଏ।

ଡା. ହେମା ସାନେ  ପରିବେଶ ପର୍ଯ୍ୟାବରଣ ଉପରେ ବହୁ ବହି ଲେଖିଥିବା ବେଳେ ତାହା ଏବେ ବଜାରରେ ଉବଲବ୍ଧ। ଏପରି କିଛି ଗଛ, ଲତା କିମ୍ୱା ପ୍ରାଣୀ ନ ଥିବେ ଯାହା ସମ୍ପର୍କରେ ସେ ଅବଗତ ନ ଥିବେ।

ଡା. ହେମାଙ୍କ କହିବା ମୁତାବକ, ବିନା ବିଜୁଳିରେ କିପରି ଜୀବନ ଅତିବାହିତ କରୁଛନ୍ତି ବୋଲି ବହୁ ଲୋକେ ମୋତେ ପଚାରନ୍ତି। ଏହାର ଉତ୍ତରରେ ସେମାନେ କିପରି ବିଜୁଳି ଉପଯୋଗ କରି ଜୀବନ କାଟୁଛନ୍ତି ବୋଲି ଓଲଟା ପ୍ରଶ୍ନ ପଚାରିଥାଏ ବୋଲି କହିଛନ୍ତି।



from Odisha Reporter http://bit.ly/2JxtB2r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages